Posted inଭଦ୍ରକ

ଓ୍ବେବସାଇଟରେ ମିଛ ତଥ୍ୟ

ଭଦ୍ରକ ଅଫିସ,୧୯।୪:  ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ସ୍ଲୋଗାନ ଦେଇ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଇନ୍‌ଫରମେଶନ ଟେକ୍ନାଲୋଜିର ସହାୟତା ନିଆଯାଇ ପୂର୍ଣ୍ଣ ସ୍ବଚ୍ଛତା ସହ ଯୋଜନାର କାର୍ଯ୍ୟକାରିତା ପାଇଁ ନୂଆ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। କିନ୍ତୁ ଭଦ୍ରକ ଜିଲାରେ ଏହି ଯୋଜନାର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୱେବସାଇଟରେ ଦିଆଯାଇଥିବା ତଥ୍ୟରେ ହିତାଧିକାରୀମାନଙ୍କ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ନେଇ ଦର୍ଶାଯାଇଥିବା ବେଳେ ପ୍ରକୃତପକ୍ଷେ ତାହା ହୋଇ ନ ଥିବା ନଜରକୁ ଆସିଛି। କେବଳ ମିଛ ତଥ୍ୟ ଦେଇ ଜିଲାସ୍ତରୀୟ ଅଧିକାରୀମାନେ ବାହାବା ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟଁା ପଞ୍ଚାୟତ କୁସୁନନଗର ଗ୍ରାମର ଉଦ୍ଧବ ଜେନାଙ୍କ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିବା ବେଳେ ମାତ୍ର ଗୋଟିଏ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ବାସ୍ତବରେ ଘର କାମ ଶେଷ ହୋଇ ନ ଥିବା ଜଣାଯାଇଛି। ସେହିପରି ଉକ୍ତ ପଞ୍ଚାୟତର ରଜନୀ ଜେନାଙ୍କ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଅଧିକାରୀ ମିଛ ଫଟୋ ଦେଇ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇଛନ୍ତି। ଏପରିକି ମାତ୍ର ୧ ମାସରେ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ କରାଯାଇଛି। ଭଦ୍ରକ ବ୍ଲକର ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ଗ୍ରାମର କୁଞ୍ଜଲତା ବେହେରା ୪ ଦିନରେ ଘର କାମ ସାରିଥିବା ଦର୍ଶାଯାଇଛି। କାଉପୁର ପଞ୍ଚାୟତର ରାଧିକା ଜେନା ୨୦୧୯ ଡିସେମ୍ବରରୁ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ବି ଅଦ୍ୟାବଧି ଫାଇନାଲ ବିଲ୍‌ ଦିଆ ନ ଯିବା କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ସେହିପରି ଅନ୍ୟ ଜଣେ ହିତାଧିକାରୀ ୨୦୧୯ ଡିସେମ୍ବରରେ ପ୍ଲିନ୍ଥ ପର୍ଯ୍ୟନ୍ତ ନିର୍ମାଣ କାମ କରିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ସେ ସମ୍ପୂର୍ଣ୍ଣ ଘର କାର୍ଯ୍ୟ କରି ୯୦ ଦିନର ମଜୁରି ନେଇଥିବା ତଥ୍ୟ କହୁଛି। ଏପରିକି ଡିସେମ୍ବର କାର୍ଯ୍ୟକୁ ୨୦୨୦ ଏପ୍ରିଲରେ ଶ୍ରମିକମାନେ କରିଥିବା ଉକ୍ତ ତଥ୍ୟରୁ ଜଣାପଡୁଛି। ଏପ୍ରିଲ, ମେ, ଜୁନ ଓ ଡିସେମ୍ବର ୨୦୨୦ରେ ଘର କାର୍ଯ୍ୟ ହୋଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥ୍ୟ କହୁଥିବା ବେଳେ ଉକ୍ତ ଘର କାମ ପ୍ଲିନ୍ଥ ଲେବଲରେ ରହିଥିବା ଆବାସ ୱେବସାଇଟରୁ ଜଣାଯାଇଛି।
୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଘର କାର୍ଯ୍ୟ ସମ୍ପୂର୍ଣ୍ଣ ଦେଖାଇବାକୁ ବରିଷ୍ଠ ଅଧିକାରୀମାନେ ଚାପ ପକାଇ ଏପରି କରିବାକୁ ଅଲିଖିତ ନିର୍ଦ୍ଦେଶାନାମା ଜାରି କରିଥିଲେ ବୋଲି ଏ ସମ୍ପର୍କରେ କେତେଜଣ ତଳସ୍ତର ଅଧିକାରୀ ପ୍ରକାଶ କରିଛନ୍ତି। ଜିଲାର ସଦ୍ୟତମ ତଥ୍ୟ ଅନୁଯାୟୀ, ଭଦ୍ରକ ବ୍ଲକରେ ୮୧ ପ୍ରତିଶତ, ବାସୁଦେବପୁରରେ ୫୮ , ଭଣ୍ଡାରିପୋଖରୀରେ ୮୯, ବନ୍ତରେ ୭୧, ଚାନ୍ଦବାଲି ଓ ଧାମନଗରରେ ୭୩ ଏବଂ ତିହିଡ଼ିରେ ୯୭ ପ୍ରତିଶତ ଗୃହ କାର୍ଯ୍ୟ ସରିଛି। ୯୭ ପ୍ରତିଶତ ସମ୍ପୂର୍ଣ୍ଣତା ଦେଖାଯାଇଥିବା ତିହିଡ଼ି ବ୍ଲକର ଅଚକ ପଞ୍ଚାୟତ ନନ୍ଦପୁର ଗ୍ରାମର ଜଣେ ହିତାଧିକାରୀ ଗୋଟିଏ ଦିନରେ ଲିଣ୍ଟେଲ ଓ ଛାତ ପକାଇବା ସହ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାଯାଇଛି। କାଗଜ କଲମରେ ଗୋଟିଏ ଦିନରେ ଏହା ହୋଇଥିବା ଦର୍ଶାଯିବା ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କୁ ପଚାରିବାରୁ ଏଭଳି ତ୍ରୁଟିର ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri