ହାତରୁ ଖସିଲେ ଅଣାୟତ୍ତ

ଡିସେମ୍ବର ୧୭ରୁ ୧୯ ତାରିଖ ତିନିଦିନ ଧରି ଉତ୍ତରାଖଣ୍ଡର ହରିଦ୍ୱାରରେ ଧର୍ମ ସଂସଦ ଅନୁଷ୍ଠିତ ହୋଇଥିଲା। ସେଥିରେ ୫୦ ସାଧୁ ଯୋଗଦେଇ ସଂଖ୍ୟାଲଘୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏପରି କି ୨୦ ଲକ୍ଷ ମୁସଲମାନଙ୍କୁ ହତ୍ୟା କରାଯିବା ଲାଗି ୨୦୦ ଲୋକଙ୍କୁ ଖୋଜାଚାଲିଛି ବୋଲି ଦିଆଯାଇଥିବା ଭିଡିଓ ବାର୍ତ୍ତା ଦେଶବାସୀଙ୍କୁ ଚିନ୍ତିତ କରିବା କଥା। ହେଲେ କିଛି ଦିନ ବିତିଯାଇଥିଲେ ମଧ୍ୟ ଏହି ବିଷୟରେ ତଥାକଥିତ ଜାତୀୟ ଗଣମାଧ୍ୟମରେ ଆଦୌ ଆଲୋଚନା ହେଉନାହିଁ କହିଲେ ଚଳେ।
ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ତା’ର ନିଜସ୍ବ ଧର୍ମ ପାଳନର ଅଧିକାର ଦିଆଯାଇଛି। ଏହି ଅଧିକାରକୁ କୌଣସି ରାଜନୈତିକ ଦଳର ଧର୍ମନିରପେକ୍ଷତା ସହ ଯୋଡ଼ିବା ଅନୁଚିତ। ସମ୍ବିଧାନ ଲେଖକଙ୍କ ଉଦ୍ଦେଶ୍ୟ ଥିଲା ଯେ, ସରକାରୀ କାର୍ଯ୍ୟରେ ଧର୍ମର କୌଣସି ପ୍ରଭାବ ରହିବା ଉଚିତ ନୁହେଁ। ପ୍ରତ୍ୟେକ ନାଗରିକ ଦେଶର ସରକାର ସମ୍ମୁଖରେ ସମାନ ଅଧିକାର ପାଇବା କଥା। ଏବେ ଏକ ବିଚିତ୍ର ଚିନ୍ତାଧାରା ମାଧ୍ୟମରେ ପ୍ରଚାର କରାଯାଉଛି ଯେ, ଗଣତନ୍ତ୍ରର ଅର୍ଥ ହେଉଛି କେବଳ ମାତ୍ର ୫ ବର୍ଷରେ ଥରେ ଭୋଟ୍‌ ଦେବା। ଯଦି କୌଣସି ରାଜନୈତିକ ଦଳ ଅଧିକ ସଂଖ୍ୟକ ଆସନ ଗୃହରେ ଜିଣି ସରକାର ଗଢ଼ିଲା, ତେବେ ତାହାର ୫ ବର୍ଷର ଆୟୁଷ ସମୟକାଳ ମଧ୍ୟରେ ଯାହା କିଛି ଇଚ୍ଛା ତାହା ସେହି ସରକାର କରିପାରିବ। ତାହାର କୌଣସି ନୀତି, ନିୟମ, ଆଇନ କିମ୍ବା କାର୍ଯ୍ୟକ୍ରମକୁ କେହି ପ୍ରଶ୍ନ କରିପାରିବେ ନାହିଁ ବୋଲି ଏହି ପ୍ରଚାର ମାଧ୍ୟମରେ କୁହାଯାଉଛି। ଏଭଳି ମାନସିକତା ଦର୍ଶାଉଛି ଯେ, ନାଗରିକର ମଙ୍ଗଳ ଗୌଣ ହୋଇଯାଉଥିବା ବେଳେ ଭୋଟ୍‌ରେ ଜିଣିବା ସବୁଠାରୁ ଅଧିକ ଗୁରୁତ୍ୱ ରଖୁଛି।
ହରିଦ୍ୱାରରେ ସନ୍ଥମାନଙ୍କ ଦ୍ୱାରା ଉଗ୍ର ହିନ୍ଦୁତ୍ୱ ଚିନ୍ତାଧାରା ପ୍ରଚାର କରିବା ଏହି ଦିଗରେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ‘ନୂତନ ଭାରତ’ର ଏକ ଚିନ୍ତାଧାରା ନିଜର ଶକ୍ତି ପରୀକ୍ଷା କରିବାକୁ ଚେଷ୍ଟା କରୁଛି। ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଅନେକ ନାଗରିକ ଏହାକୁ ତ୍ରୁଟିପୂର୍ଣ୍ଣ ଚିନ୍ତା ବୋଲି ଭାବିବା ପରିବର୍ତ୍ତେ ସମର୍ଥନ କରିପାରନ୍ତି। ଅଧିକାଂଶ ଭାରତୀୟ ଏହି ବାର୍ତ୍ତା ସମ୍ପର୍କରେ ଭାବି ନ ଥାଇପାରନ୍ତି। ମନେ ରଖିବାକୁ ହେବ ଯେ, ସଂଖ୍ୟାଧିକ ଧର୍ମାବଲମ୍ବୀ ଭାବିକରି ନିଜକୁ ସୁରକ୍ଷିିତ ଦେଖିବା ବିପଜ୍ଜନକ ହୋଇପାରେ। କାରଣ ଯଦି ୨୦୦ ହିନ୍ଦୁ ୨୦ ଲକ୍ଷ ମୁସଲମାନଙ୍କୁ ମାରିବାକୁ ଲକ୍ଷ୍ୟ କରନ୍ତି, ତା’ହେଲେ ତାହାର କୌଣସି ଅନ୍ତର୍ଜାତୀୟ ପ୍ରତିକ୍ରିୟା ହେବ ନାହିଁ ବୋଲି କହିବା କଷ୍ଟକର। ଏହା ମଧ୍ୟ ମନେରଖିବାକୁ ହେବ ଯେ, ଭାରତର ଚାରିପଟକୁ ଘେରି ରହିଥିବା ଦେଶଗୁଡ଼ିକ ଭାରତବିରୋଧୀ। ଚାଇନା ତିଆରି ବନ୍ଧୁକ, ଗୋଳାବାରୁଦ କେବଳ ଉତ୍ତର ପୂର୍ବାଞ୍ଚଳର ଉଗ୍ରବାଦୀଙ୍କ ପାଖରେ ସୀମିତ ରହିନାହିଁ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଥିବା ମାଓବାଦୀଙ୍କ ପାଖରୁ ମଧ୍ୟ ଚାଇନା ତିଆରି ବନ୍ଧୁକ ଜବତ ହୋଇଛି। ଏଥିରୁ ସହଜରେ ବୁଝିହେବ ଯେ, ଭାରତର ଆଭ୍ୟନ୍ତରୀଣ ସ୍ଥିତିକୁ ହିନ୍ଦୁତ୍ୱବାଦ ନାମରେ ଅସ୍ଥିର କଲେ ତାହାର ପରିଣାମ ସହଜରେ ଆକଳନ କରିହେବ ନାହିଁ। ଓଡ଼ିଆରେ ଢଗ ଅଛି- ‘ହାତରୁ ଖସିଲେ ଅଣାୟତ୍ତ’। ହିନ୍ଦୁ ଧର୍ମ ନାମରେ ରାଜନୀତି କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ସମଗ୍ର ହିନ୍ଦୁ ସମାଜର ପ୍ରତିନିଧିତ୍ୱ କରୁଛନ୍ତି ବୋଲି କହିବା ସମୀଚୀନ ନୁହେଁ। ଗଣହତ୍ୟା କରିବାର ମାରାତ୍ମକ ଡାକରାକୁ ସମର୍ଥନ କରୁଥିବା ଲୋକ ବୁଝିବା ଦରକାର ଯେ, ପ୍ରତ୍ୟେକ ନାଗରିକ କୌଣସି ନା କୌଣସି ସମୟରେ ଏକାକୀ ରହିଥାଏ। ସେହି ବ୍ୟକ୍ତିର ଧର୍ମ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ବା ଅନ୍ୟ କିଛି ହୋଇଥିଲେ ମଧ୍ୟ ତାହାର ଏକୁଟିଆ ଅବସ୍ଥା ତାକୁ ଅସୁରକ୍ଷିତ କରିଦିଏ।
ଦିଲ୍ଲୀ ଦଙ୍ଗାରେ ମୁସଲମାନଙ୍କ ଉପରେ ଆକ୍ରମଣକାରୀମାନେ ପୋଲିସର ସକ୍ରିୟ ସହଯୋଗ ପାଇଥିବାର ଅନେକ ଦୃଷ୍ଟାନ୍ତ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ମିଳିଥିଲା। ତେବେ ସେଭଳି ସ୍ଥିତିି ଦେଶବ୍ୟାପୀ ରହିବ ବୋଲି ଚିନ୍ତା କରିବା ମଧ୍ୟ ଉଚିତ ନୁହେଁ। ଯେଉଁମାନେ ଗଣହତ୍ୟାର ଡାକରା ଦେଉଛନ୍ତି, ସେମାନେ ପ୍ରତ୍ୟେକ ହିନ୍ଦୁ ପରିବାରକୁ ସୁରକ୍ଷା ଦେଇପାରିବେ ବୋଲି ପ୍ରତିଶ୍ରୁତି ଦେବା ଅସମ୍ଭବ। ଅର୍ଥାତ୍‌ ଏକ ଜନସଂଖ୍ୟାବହୁଳ ରାଷ୍ଟ୍ରରେ ଭୋଟ୍‌ ଜିଣିବା ପାଇଁ ଏଭଳି ବିକୃତ ଡାକରା ଦେଇ ଗୃହଯୁଦ୍ଧ ଆରମ୍ଭ କରିବାର ଅଧିକାର କୌଣସି ରାଜନୈତିକ ଦଳ, ଧର୍ମଗୁରୁ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri