ହାତରୁ ଖସିଲେ ଅଣାୟତ୍ତ

ଡିସେମ୍ବର ୧୭ରୁ ୧୯ ତାରିଖ ତିନିଦିନ ଧରି ଉତ୍ତରାଖଣ୍ଡର ହରିଦ୍ୱାରରେ ଧର୍ମ ସଂସଦ ଅନୁଷ୍ଠିତ ହୋଇଥିଲା। ସେଥିରେ ୫୦ ସାଧୁ ଯୋଗଦେଇ ସଂଖ୍ୟାଲଘୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏପରି କି ୨୦ ଲକ୍ଷ ମୁସଲମାନଙ୍କୁ ହତ୍ୟା କରାଯିବା ଲାଗି ୨୦୦ ଲୋକଙ୍କୁ ଖୋଜାଚାଲିଛି ବୋଲି ଦିଆଯାଇଥିବା ଭିଡିଓ ବାର୍ତ୍ତା ଦେଶବାସୀଙ୍କୁ ଚିନ୍ତିତ କରିବା କଥା। ହେଲେ କିଛି ଦିନ ବିତିଯାଇଥିଲେ ମଧ୍ୟ ଏହି ବିଷୟରେ ତଥାକଥିତ ଜାତୀୟ ଗଣମାଧ୍ୟମରେ ଆଦୌ ଆଲୋଚନା ହେଉନାହିଁ କହିଲେ ଚଳେ।
ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ତା’ର ନିଜସ୍ବ ଧର୍ମ ପାଳନର ଅଧିକାର ଦିଆଯାଇଛି। ଏହି ଅଧିକାରକୁ କୌଣସି ରାଜନୈତିକ ଦଳର ଧର୍ମନିରପେକ୍ଷତା ସହ ଯୋଡ଼ିବା ଅନୁଚିତ। ସମ୍ବିଧାନ ଲେଖକଙ୍କ ଉଦ୍ଦେଶ୍ୟ ଥିଲା ଯେ, ସରକାରୀ କାର୍ଯ୍ୟରେ ଧର୍ମର କୌଣସି ପ୍ରଭାବ ରହିବା ଉଚିତ ନୁହେଁ। ପ୍ରତ୍ୟେକ ନାଗରିକ ଦେଶର ସରକାର ସମ୍ମୁଖରେ ସମାନ ଅଧିକାର ପାଇବା କଥା। ଏବେ ଏକ ବିଚିତ୍ର ଚିନ୍ତାଧାରା ମାଧ୍ୟମରେ ପ୍ରଚାର କରାଯାଉଛି ଯେ, ଗଣତନ୍ତ୍ରର ଅର୍ଥ ହେଉଛି କେବଳ ମାତ୍ର ୫ ବର୍ଷରେ ଥରେ ଭୋଟ୍‌ ଦେବା। ଯଦି କୌଣସି ରାଜନୈତିକ ଦଳ ଅଧିକ ସଂଖ୍ୟକ ଆସନ ଗୃହରେ ଜିଣି ସରକାର ଗଢ଼ିଲା, ତେବେ ତାହାର ୫ ବର୍ଷର ଆୟୁଷ ସମୟକାଳ ମଧ୍ୟରେ ଯାହା କିଛି ଇଚ୍ଛା ତାହା ସେହି ସରକାର କରିପାରିବ। ତାହାର କୌଣସି ନୀତି, ନିୟମ, ଆଇନ କିମ୍ବା କାର୍ଯ୍ୟକ୍ରମକୁ କେହି ପ୍ରଶ୍ନ କରିପାରିବେ ନାହିଁ ବୋଲି ଏହି ପ୍ରଚାର ମାଧ୍ୟମରେ କୁହାଯାଉଛି। ଏଭଳି ମାନସିକତା ଦର୍ଶାଉଛି ଯେ, ନାଗରିକର ମଙ୍ଗଳ ଗୌଣ ହୋଇଯାଉଥିବା ବେଳେ ଭୋଟ୍‌ରେ ଜିଣିବା ସବୁଠାରୁ ଅଧିକ ଗୁରୁତ୍ୱ ରଖୁଛି।
ହରିଦ୍ୱାରରେ ସନ୍ଥମାନଙ୍କ ଦ୍ୱାରା ଉଗ୍ର ହିନ୍ଦୁତ୍ୱ ଚିନ୍ତାଧାରା ପ୍ରଚାର କରିବା ଏହି ଦିଗରେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ‘ନୂତନ ଭାରତ’ର ଏକ ଚିନ୍ତାଧାରା ନିଜର ଶକ୍ତି ପରୀକ୍ଷା କରିବାକୁ ଚେଷ୍ଟା କରୁଛି। ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଅନେକ ନାଗରିକ ଏହାକୁ ତ୍ରୁଟିପୂର୍ଣ୍ଣ ଚିନ୍ତା ବୋଲି ଭାବିବା ପରିବର୍ତ୍ତେ ସମର୍ଥନ କରିପାରନ୍ତି। ଅଧିକାଂଶ ଭାରତୀୟ ଏହି ବାର୍ତ୍ତା ସମ୍ପର୍କରେ ଭାବି ନ ଥାଇପାରନ୍ତି। ମନେ ରଖିବାକୁ ହେବ ଯେ, ସଂଖ୍ୟାଧିକ ଧର୍ମାବଲମ୍ବୀ ଭାବିକରି ନିଜକୁ ସୁରକ୍ଷିିତ ଦେଖିବା ବିପଜ୍ଜନକ ହୋଇପାରେ। କାରଣ ଯଦି ୨୦୦ ହିନ୍ଦୁ ୨୦ ଲକ୍ଷ ମୁସଲମାନଙ୍କୁ ମାରିବାକୁ ଲକ୍ଷ୍ୟ କରନ୍ତି, ତା’ହେଲେ ତାହାର କୌଣସି ଅନ୍ତର୍ଜାତୀୟ ପ୍ରତିକ୍ରିୟା ହେବ ନାହିଁ ବୋଲି କହିବା କଷ୍ଟକର। ଏହା ମଧ୍ୟ ମନେରଖିବାକୁ ହେବ ଯେ, ଭାରତର ଚାରିପଟକୁ ଘେରି ରହିଥିବା ଦେଶଗୁଡ଼ିକ ଭାରତବିରୋଧୀ। ଚାଇନା ତିଆରି ବନ୍ଧୁକ, ଗୋଳାବାରୁଦ କେବଳ ଉତ୍ତର ପୂର୍ବାଞ୍ଚଳର ଉଗ୍ରବାଦୀଙ୍କ ପାଖରେ ସୀମିତ ରହିନାହିଁ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଥିବା ମାଓବାଦୀଙ୍କ ପାଖରୁ ମଧ୍ୟ ଚାଇନା ତିଆରି ବନ୍ଧୁକ ଜବତ ହୋଇଛି। ଏଥିରୁ ସହଜରେ ବୁଝିହେବ ଯେ, ଭାରତର ଆଭ୍ୟନ୍ତରୀଣ ସ୍ଥିତିକୁ ହିନ୍ଦୁତ୍ୱବାଦ ନାମରେ ଅସ୍ଥିର କଲେ ତାହାର ପରିଣାମ ସହଜରେ ଆକଳନ କରିହେବ ନାହିଁ। ଓଡ଼ିଆରେ ଢଗ ଅଛି- ‘ହାତରୁ ଖସିଲେ ଅଣାୟତ୍ତ’। ହିନ୍ଦୁ ଧର୍ମ ନାମରେ ରାଜନୀତି କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ସମଗ୍ର ହିନ୍ଦୁ ସମାଜର ପ୍ରତିନିଧିତ୍ୱ କରୁଛନ୍ତି ବୋଲି କହିବା ସମୀଚୀନ ନୁହେଁ। ଗଣହତ୍ୟା କରିବାର ମାରାତ୍ମକ ଡାକରାକୁ ସମର୍ଥନ କରୁଥିବା ଲୋକ ବୁଝିବା ଦରକାର ଯେ, ପ୍ରତ୍ୟେକ ନାଗରିକ କୌଣସି ନା କୌଣସି ସମୟରେ ଏକାକୀ ରହିଥାଏ। ସେହି ବ୍ୟକ୍ତିର ଧର୍ମ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ବା ଅନ୍ୟ କିଛି ହୋଇଥିଲେ ମଧ୍ୟ ତାହାର ଏକୁଟିଆ ଅବସ୍ଥା ତାକୁ ଅସୁରକ୍ଷିତ କରିଦିଏ।
ଦିଲ୍ଲୀ ଦଙ୍ଗାରେ ମୁସଲମାନଙ୍କ ଉପରେ ଆକ୍ରମଣକାରୀମାନେ ପୋଲିସର ସକ୍ରିୟ ସହଯୋଗ ପାଇଥିବାର ଅନେକ ଦୃଷ୍ଟାନ୍ତ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ମିଳିଥିଲା। ତେବେ ସେଭଳି ସ୍ଥିତିି ଦେଶବ୍ୟାପୀ ରହିବ ବୋଲି ଚିନ୍ତା କରିବା ମଧ୍ୟ ଉଚିତ ନୁହେଁ। ଯେଉଁମାନେ ଗଣହତ୍ୟାର ଡାକରା ଦେଉଛନ୍ତି, ସେମାନେ ପ୍ରତ୍ୟେକ ହିନ୍ଦୁ ପରିବାରକୁ ସୁରକ୍ଷା ଦେଇପାରିବେ ବୋଲି ପ୍ରତିଶ୍ରୁତି ଦେବା ଅସମ୍ଭବ। ଅର୍ଥାତ୍‌ ଏକ ଜନସଂଖ୍ୟାବହୁଳ ରାଷ୍ଟ୍ରରେ ଭୋଟ୍‌ ଜିଣିବା ପାଇଁ ଏଭଳି ବିକୃତ ଡାକରା ଦେଇ ଗୃହଯୁଦ୍ଧ ଆରମ୍ଭ କରିବାର ଅଧିକାର କୌଣସି ରାଜନୈତିକ ଦଳ, ଧର୍ମଗୁରୁ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri