ଜନସେବା କେନ୍ଦ୍ରରେ ଛାପୁଥିଲେ ନକଲି ନୋଟ

ସମ୍ବଲପୁର/ଭୁବନେଶ୍ୱର, ୧୪ା୭(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନାର ଦୁର୍ଗମ ଅଞ୍ଚଳ ନୂଆ ଅଢ଼ାପଡା ଗ୍ରାମରେ ମଙ୍ଗଳବାର ରାତିରେ ଏସ୍‌ଟିଏଫ୍‌ ଚଢାଉ କରି ୧୫ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉକ୍ତ ଗ୍ରାମରେ ଜନସେବା କେନ୍ଦ୍ର ଖୋଲିଥିବା ପୋଦାର ପ୍ରସାଦ ସାହୁ (୨୮) ଓ ତାଙ୍କ ସହଯୋଗୀ ଜନ୍ମେଜୟ ବାଗ୍‌ (୩୨)। ପୋଦାର ଜନସେବା କେନ୍ଦ୍ରରେ ନକଲି ନୋଟ୍‌ ଛାପି ବିଭିନ୍ନ ସ୍ଥାନକୁ ପଠାଉଥିଲେ। ଏହି ନକଲି ନୋଟ୍‌ ଜନସେବା କେନ୍ଦ୍ର ଓ ଅଭିଯୁକ୍ତମାନଙ୍କ ଘରୁ ଜବତ ହୋଇଛି। ଜବତ ନୋଟ୍‌ ମଧ୍ୟରେ ୪ ଗୋଟି ଭିନ୍ନ ସିରିୟଲ ନମ୍ବରର ୨୮୬୫ଟି ୫ଶହ ଟଙ୍କିଆ ନୋଟ୍‌, ୪ ଶହ ଗୋଟି ୨ ଶହ ଟଙ୍କିଆ ନୋଟ୍‌ ରହିଛି। ଅନ୍ୟ ଜବତ ସାମଗ୍ରୀ ମଧ୍ୟରେ ୨ ଲାପ୍‌ଟପ୍‌, ଏକ ପ୍ରିଣ୍ଟର, ମିନି ମ୍ୟାଜିକ ଏଟିଏମ୍‌ କାର୍ଡ, ମାଉସ, ୧୦ଟି ଜିଓ କମ୍ପାନୀ ସିମ୍‌ କାର୍ଡ ରହିଛି। ଏ ନେଇ ଏସ୍‌ଟିଏଫ୍‌ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୧୦୪/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ ଯୁଯୁମୁରା ଥାନା ଅଞ୍ଚଳରେ ରହିଥିବା ଅଢାପଡା ଜନସେବା କେନ୍ଦ୍ରରେ ନକଲି ନୋଟ୍‌ ତିଆରି କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏସ୍‌ଟିଏଫ୍‌ ଟିମ ସମ୍ବଲପୁର ପୋଲିସ ସହାୟତାରେ ଉକ୍ତ କେନ୍ଦ୍ରରେ ଚଢାଉ କରିଥିଲା। ଯାଞ୍ଚ ସମୟରେ ଟିମ୍‌ ସଦସ୍ୟ ନକଲି ନୋଟ୍‌ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲେ। ଏ ସମ୍ବନ୍ଧରେ ସେମାନଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଫଳରେ ସେମାନଙ୍କୁ ଅଟକ ରଖି ଯୁଯୁମୁରା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏ ସଂକ୍ରାନ୍ତରେ ଯୁଯୁମୁରା ଥାନାରେ ଏକ ମକଦ୍ଦମା ରୁଜୁ ହୋଇ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି କାରବାର ଚେର କେଉଁଆଡେ ଲମ୍ବିଛି ତାହାର ତଦନ୍ତ ଚଲାଇଛି ଏସ୍‌ଟିଏଫ୍‌ ଟିମ୍‌। କିଛିଦିନ ତଳେ ବରଗଡ଼ ଜିଲା ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍‌ ଜବତ ହୋଇଥିଲା। ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏଥିରେ ଏହି ଦୁଇଜଣଙ୍କ ଲିଙ୍କ୍‌ ରହିଛି କି ନାହିଁ ତାହା ମଧ୍ୟ ପୋଲିସ ଖୋଳତାଡ ଜାରି ରଖିଛି। ସେହିଭଳି କ୍ରାଇମବ୍ରାଞ୍ଚର ତଥ୍ୟ ଅନୁସାରେ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲ୍‌ନୋଟ୍‌ ଜବତ ହେବା ସହ ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି ଏବଂ ୧୮୦ରୁ ଅଧିକ ମାମଲା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri