ଢେଙ୍କାନାଳରୁ ଜାଲ ନୋଟ୍‌ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ ଆଚାର୍ଯ୍ୟ(କାଳିଆ) ଏବଂ ଗୁରୁସାହିରେ ରହୁଥିବା ତ୍ରିନାଥ ଦାଶ। ଅଭିଯୁକ୍ତଙ୍କ ପାଖରୁ ଜାଲ ନୋଟ ତିଆରିରେ ବ୍ୟବହୃତ କାଗଜ, ଲାପଟପ୍‌ ଏବଂ ୨ଟି ପ୍ରିଣ୍ଟର ଜବତ କରାଯାଇଛି । ଉଭୟ ଏହି ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି ।

ଢେଙ୍କାନାଳ ରଥପଡା ନିକଟରେ ଜାଲ ନୋଟ କାରବାର ବେଳେ ଢେଙ୍କାନାଳ ପୋଲିସ ସହ ଏସ୍‌ଟିଏଫ୍‌ ଚଢାଉ କରି ଦେବଗଡ଼ରୁ ବଣିଆକିଲିଣ୍ଡା ନିକଟସ୍ଥ ଏକ ଢାବାରୁ ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କା ଜାଲ ନୋଟ ଜବତ କରିଥିଲା। ଏଥିସହ ଘଟଣାରେ ଦେବଗଡ଼ କଚେରିସାହିର ତୁଷାର କୁମାର ବିଶ୍ୱାଳଙ୍କୁ ଗିରଫ କରିଥିଲା । ଢେଙ୍କାନାଳ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ବେଳେ ଜାଲ ନୋଟ କାରବାରରେ ସାମିଲ ଥିବା ଆଉ ୨ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି। କିଛି ମାସ ପୂର୍ବରୁ ତ୍ରିନାଥ ଡକାୟତି ମାମାଲାରେ ଗିରଫ ହୋଇ ଜେଲରୁ ଜାମିନରେ ଆସିଥିବା ପୋଲିସ ସୂଚନା ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri