ଧରାପଡ଼ିଲେ ନକଲି ବର

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୨୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଚାଉଳଶୁଖା ଗଁାର ଜଣେ ଝିଅକୁ ବିବାହ କରିବାକୁ ଆସି ଜଣେ ନକଲି ବର ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ଠକାମି ଜଣାପଡ଼ିବା ପରେ ବର ସାଜିଥିବା ବିବାହିତ ବ୍ୟକ୍ତି ଜଣକ ବିବାହ ବେଦିରୁ ସିଧା ଥାନାରେ ପହଞ୍ଚତ୍ଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ତାଙ୍କ ପରିଚୟ ହେଲା ଲକ୍ଷ୍ମୀକାନ୍ତ ତିୱାରୀ। ତାଙ୍କ ଘର କଣ୍ଟାବାଞ୍ଜି ଥାନା ସାଲେପଡ଼ା ଗ୍ରାମରେ। ବିବାହିତ ଲକ୍ଷ୍ମୀକାନ୍ତ ନିଜକୁ ସଞ୍ଜୟ ସାହୁ ନାମରେ ପରିଚୟ ଦେଇ ନକଲି ବର ସାଜି ବିବାହ କରିବାକୁ ଆସିଥିବା ଘଟଣା ଅଞ୍ଚଳବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।
କିଛି ମାସ ପୂର୍ବରୁ କଳାହାଣ୍ଡିର ସଞ୍ଜୟ ସାହୁ ନାମକ ଜଣେ ଯୁବକ ବିବାହ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚାଉଳଶୁଖା ଗଁାର ସାହୁ ପରିବାରର ଜଣେ ଝିଅକୁ ଦେଖିବାକୁ ଆସିଥିଲେ। ନିଜକୁ ଏକ ସ୍କୁଲର ପ୍ରଧାନ ଶିକ୍ଷକ ବୋଲି ପରିଚୟ ଦେବା ସହ ମାସିକ ୮୦ ହଜାର ଟଙ୍କା ଦରମା ପାଉଥିବା କହିଥିଲେ। ଯୁବକଙ୍କ କଥାକୁ ବିଶ୍ୱାସ କରି ସାହୁ ପରିବାରର ଲୋକେ ନିଜ ଝିଅକୁ ସମ୍ପୃକ୍ତ ସଞ୍ଜୟ ସାହୁଙ୍କ ସହ ବିବାହ ଦେବାକୁ ରାଜି ହୋଇଥିଲେ। ବରଯାତ୍ରୀରେ ଦୁଇ ଶହ ଲୋକ ଆସିବେ, ଭଲ କରି ଚର୍ଚ୍ଚା କରିବେ। ଯୌତୁକରେ ସାମଗ୍ରୀ ଦେବେନି, ଯାହା ଦେବାକୁ ଚାହିଁବେ ଟଙ୍କା ଆକାରରେ ଦେବେ ବୋଲି ନକଲି ବର ସାହୁ ଝିଅ ପକ୍ଷଙ୍କୁ କହିଥିଲେ। ସରକାରୀ ଶିକ୍ଷକ ବୋଲି କହିଥିବାରୁ ଝିଅ ସୁଖରେ ରହିବ ଭାବି ଝିଅପକ୍ଷ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସୋମବାର ବିବାହ କରିବାକୁ ନକଲି ବର ଏକ ଗାଡ଼ିରେ ୪/୫ ଜଣ ଲୋକଙ୍କ ସହ ଚାଉଳଶୁଖା ଗଁାରେ ପହଞ୍ଚତ୍ଥିଲେ। ଝିଅ ପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ବରପକ୍ଷଙ୍କୁ ଅପେକ୍ଷା କରିଥିଲେ। କେବଳ ବର ଗାଡ଼ି ଆସିବା ପରେ କୌଣସି ବରଯାତ୍ରୀ ନ ଆସିବାରୁ ସାହୁ ପରିବାରବର୍ଗ ଓ ସମ୍ପର୍କୀୟ ସନ୍ଦେହ କରିଥିଲେ। ଏହାପରେ ବରକୁ ନାନା ପ୍ରଶ୍ନ କରି ଅଟକ ରଖିଥିଲେ। ଗଁା ଲୋକେ ଠକ ବର ବୋଲି ଜାଣିବା ପରେ ଆଣିଥିବା ସୁନା ଗହଣାକୁ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡ଼ିଥିଲ। ଏହାପରେ ଉତ୍‌କ୍ଷିପ୍ତ ଗଁା ଲୋକେ ନକଲି ବରକୁ ଉତ୍ତମ ମଧ୍ୟମ ଦେଇ ବିବାହକୁ ବନ୍ଦ କରିଥିଲେ। ନକଲି ବର ପରିଚୟ ମିଳିବା ପରେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ଏନେଇ କଣ୍ଟାବାଞ୍ଜି ପୋଲିସ ସମ୍ପୃକ୍ତ ନକଲି ବରକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ ନକଲି ବର ସାଜି ବିବାହ କରିବାକୁ ଆସିଥିବା ଲକ୍ଷ୍ମୀକାନ୍ତ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏନେଇ ଏସ୍‌ପି ନୀତିନ କୁଶଲକରଙ୍କୁ ପଚରାଯିବାରୁ ଏହି ମାମଲାରେ ତଦନ୍ତ ଚାଲିଛି, ପରେ ସୂଚନା ଦିଆଯିବ ବୋଲି କହିଛନ୍ତି। ଏହି ଘଟଣା ନକଲି ଡାକ୍ତର ସାଜି ବିଭିନ୍ନ ରାଜ୍ୟରେ ବହୁ ଝିଅଙ୍କୁ ବିବାହ କରି ପରେ ଜେଲ ଯାଇଥିବା ଠକ ରମେଶ ସ୍ବାଇଁଙ୍କ ଘଟଣାକୁ ତାଜା କରିଦେଇଛି। ତେବେ କଣ୍ଟାବାଞ୍ଜି ପୋଲିସ ଦ୍ୱାରା ଅଟକ ଥିବା ନକଲି ବର ତିୱାରୀ ଅନ୍ୟ ସ୍ଥାନରେ ବିବାହ କରିଛନ୍ତି କି ନା ତାହା ସ୍ପଷ୍ଟ ହୋଇନାହଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri