ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା ଗ୍ରାମ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖଣି ସମ୍ପ୍ରସାରଣ କରାଯାଉ ବୋଲି ଦୀର୍ଘଦିନରୁ ଗ୍ରାମବାସୀ ଦାବି କରିଆସୁଛନ୍ତି। ଏଥିରେ ବିଳମ୍ବ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ସ୍ଥିତିରେ ଗତ ସୋମବାର ଖଣିରେ ବିସ୍ଫୋରଣ ହୋଇଥିଲା। ଏଥିରେ ପଥର ଖଣ୍ଡ ଆସି ଗ୍ରାମର ଆର୍‌ସିପି ପଡାର ଯଦୁ ଗୌଡଙ୍କ ଘର ଉପରେ ପଡିଥିଲା ା ଫଳରେ ଘରର ଆଜବେଷ୍ଟସ୍‌ ଭାଙ୍ଗିଯାଇଥିଲା। ଆଜବେଷ୍ଟସ୍‌ ତଳେ ଭାଡି ଥିବାରୁ ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ। ଏ ନେଇ ସେମାନେ ଖଣି କର୍ତ୍ତୃପକ୍ଷ ଓ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ କେବଳ ଷ୍ଟେଶନ ଡାଇରି କରି ଚୁପ ରହିଥିଲା।
ପରେ ଗ୍ରାମର ମହିଳାମାନେ ଖଣିରୁ କୋଇଲା ପରିବହନ ବନ୍ଦ କରିଥିଲେ। ଅସନ୍ତୁଷ୍ଟ ଗ୍ରାମବାସୀ ବ୍ଲାଷ୍ଟିଂ କରୁଥିବା କେତେଜଣ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ଗ୍ରାମକୁନେଇ ଅଟକ ରଖିଥିଲେ। ମଙ୍ଗଳବାର ଏସ୍‌ପି ବିକାଶ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରି କୋଇଲା ପରିବହନ ଚାଲୁ କରାଇଥିଲେ। ହେଲେ ମଧ୍ୟାହ୍ନରେ ପୁଣି ବିସ୍ଫୋରଣ ହେବା ଫଳରେ ଗ୍ରାମର ଜିତେନ୍ଦ୍ର ପୋଢ ନାମକ ଯୁବକ ଆହତ ହୋଇଥିଲେ। ସେ ବାହାରକୁ ଶୌଚପାଇଁ ଯାଇଥିବାବେଳେ ପଥର ଖଣ୍ଡ ବାଜି ତାଙ୍କ ମୁଣ୍ଡ ଫାଟିଯାଇଥିଲା। ତାଙ୍କୁ ତୁରନ୍ତ ବେଲପାହାଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏମ୍‌ସିଏଲ୍‌ ତରଫରୁ ପର୍ସନାଲ୍‌ ମ୍ୟାନେଜର ଗଙ୍ଗାଧର ପାଲି ଅଭିଯୋଗ କରିବା ପରେ ପୋଲିସ ବେଲପାହାଡ ଥାନା କେସ୍‌ ନଂ୬୬/୨୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏମ୍‌ସିଏଲ୍‌ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଥିବାବେଳେ ଗ୍ରାମବାସୀଙ୍କ ଅଭିଯୋଗରେ କାହିଁକି କେସ୍‌ ନ କରି ଷ୍ଟେଶନ ଡାଇରି କରିିଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏ ନେଇ ଆଇଆଇସି ରଞ୍ଜନ ବିଶ୍ୱାଳ କହିଛନ୍ତି, ବିସ୍ଫୋରଣରେ ଯଦି ଘର ଭାଙ୍ଗିଛି ତା’ହେଲେ କମ୍ପାନୀ ତରଫରୁ କ୍ଷତିପୂରଣ ଦିଆଯିବ, ତାଙ୍କ ନାମରେ କେସ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ବୟ କମିଟି ପକ୍ଷରୁ ବିଭିନ୍ନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ

ଭବାନୀପାଟଣା,୨୫।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ବୟ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଏହି ଅବସରରେ ୧୩ ଦଫା ଦାବି...

ଧାନ ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ

କପ୍ତିପଦା,୧ା୧୨(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ବିଶୋଳ ଛକରେ ଏକ ଧାନ ବୋଝେଇ ଟ୍ରାକ୍ଟରରେ ସୋମବାର ନିଆଁ ଲାଗି ଯାଇଥିଲା। ବିଶୋଳ ଗ୍ରାମର ଅଞ୍ଜନ...

ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ...

ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ...

କୋଭିଡ-୧୯ କକ୍ଷ ପରିଦର୍ଶନ

ତାଳଚେର/ଅନୁଗୋଳ ଅଫିସ,୧୨ା୪(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର କୋଭିଡ-୧୯ କକ୍ଷକୁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଏକ ଟିମ୍‌ ଶନିବାର ପରିଦର୍ଶନ କରିଛନ୍ତି।...

ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ

ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ...

ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ପାଇଁ ଦିଲ୍ଲୀ ଗଲେ ବିଧାୟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭେଟିବେ

ଭୁବନେଶ୍ୱର,୩ା୮ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ମଙ୍ଗଳବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଜେଡି, ଭାଜପା ଓ...

କାଲି ଲୋକାର୍ପଣ, ଆଜି ଭଙ୍ଗାରୁଜା

ରାଉରକେଲା ଅଫିସ,୨୨।୩: ଉଦ୍‌ଘାଟନର ଗୋଟିଏ ଦିନରେ ପରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭଙ୍ଗାରୁଜା କରାଯାଇଛି। ଫଳରେ ହସ୍ପିଟାଲ ପରିସରେ ପ୍ରବଳ ଉତ୍ତେଜନା ପ୍ରକାଶ...

Advertisement
Archives

Model This Week