ସତ ନୁହେଁ, କେବଳ ଟିଆର୍‌ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…

ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ ସେମାନେ ସତ ଭାବିଥାନ୍ତି। ହେଲେ ତାହା ସମ୍ପୂର୍ଣ୍ଣ ଓଲଟା। ଅନେକ ସମୟରେ ଶୋ’ର ଟିଆର୍‌ପି ବୃଦ୍ଧିପାଇଁ ମିଛର ସାହାରା ନେଇଥାନ୍ତି ନିର୍ମାତା।

ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ମ୍ୟୁଜିକ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ପୁଣିଥରେ ସେଭଳି କିଛି ଦେଖିବାକୁ ମିଳିଛି। ବିଗତ ଦିନରେ ଶୋ’ରେ ଆଙ୍କର୍‌(ଉଦ୍‌ଘୋଷକ) ଥିବା ଆଦିତ୍ୟ ନାରାୟଣ ଏବଂ ବିଚାରପତି ଥିବା ନେହା କକ୍କଡଙ୍କ ମଧ୍ୟରେ ମିଛ ପ୍ରେମ ଏବଂ ବିବାହ ହେବା ଭଳି ନାଟକ ଦେଖିବାକୁ ମିଳିଥିଲା। ସେତେବେଳେ ଏହାକୁ ଅନେକ ସତ ବୋଲି ଭାବିଥିଲେ। ହେଲେ ଏହା କେବଳ ଟିଆର୍‌ପି ପାଇଁ କରାଯାଇଥିବା ଜଣାପଡ଼ିଥିଲା। ଏବେ ଗାୟକ ପବନଦୀପ ଏବଂ ଅରୁଣୀତାଙ୍କ ମଧ୍ୟରେ ନଜର ଆସୁଥିବା ରୋମାନ୍ସ ମିଛ ବୋଲି ସ୍ପଷ୍ଟ ହୋଇଛି। କାରଣ ହୋଷ୍ଟ ଆଦିତ୍ୟ ଏକ ସାକ୍ଷାତକାରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଭଳି କରାଯାଉଥିବା କହିଛନ୍ତି। ତେବେ ଆସନ୍ତୁ ଏହିଭଳି ଟେଲିଭିଜନରେ ଦେଖାଯାଇଥିବା କିଛି ପ୍ରେମ କାହାଣୀ ବିଷୟରେ ଜାଣିବା।

-ସାରା ଅଲ୍ଲି ଖାନ- ଅଲି ମର୍ଚାଣ୍ଟ: ବିଗ୍‌ବସ୍‌ରେ ଉଭୟଙ୍କ ବିବାହ ହୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳେ ଉଭୟ ପରସ୍ପର ସହ ଦୀର୍ଘ ଦିନର ସମ୍ପର୍କ ଥିବା କଥା କହିଥିଲେ। ପରେ ଶୋ’ରେ ଥିବା ବେଳେ ପରିବାରଲୋକଙ୍କ ଉପସ୍ଥିତିରେ ସେମାନେ ବିବାହ କରିଥିଲେ। ହେଲେ ଶୋ’ ଶେଷ ହେବା ପରେ ସେମାନେ ଅଲଗା ହୋଇଯାଇଥିଲେ।

-କରନ୍‌ ପଟେଲ-ଅମିତା ଚାନ୍ଦେକର: ନଚ୍‌ ବଲିୟେ-୩ ସମୟେରେ ଏହି ଯୋଡ଼ି ଚର୍ଚ୍ଚାରେ ରହିଥିଲା। କରନ୍‌ଙ୍କ ପାର୍ଟନର ଥିଲେ ଅମିତା। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା। ହେଲେ ଶୋ’ରୁ ବାହାରିବା ପରେ ସେମାନେ ଅଲଗା ହୋଇଯାଇଥିଲେ। ପରେ ଅମିତା କେବେହେଲେ ତାଙ୍କର ପ୍ରେମିକା ନ ଥିବା କରନ୍‌ କହିଥିଲେ।

-ରାକ୍ଷୀ ସାଓ୍ବନ୍ତ-ଇଲେଶ: ରାକ୍ଷୀ କେ ସ୍ବୟଂମ୍ବର ନାମରେ ପ୍ରସାରିତ ରିଆଲିଟି ଶୋ’ରେ ଅଭିନେତ୍ରୀ ଇଲେଶ ନାମରେ ଜଣେ ବ୍ୟକ୍ତିଙ୍କ ସହ ନିର୍ବନ୍ଧ କରିଥିଲେ। ପ୍ରଥମେ ସେ ଚୟନ କରିଥିବା ଯୁବକଙ୍କୁ ସେ ବିବାହ କରିବେ ବୋଲି କୁହାଯାଇଥିଲେ ହେଁ ସେଭଳି ହୋଇ ନ ଥିଲା। କାରଣ ପରେ ଉଭୟ ନିର୍ବନ୍ଧ ଭାଙ୍ଗି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri