ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ

ରାଉରକେଲା ଅଫିସ, ୧୯।୮-ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ ହେଲେ ଶର୍ମିଷ୍ଠା ବେହେରା। ବୁଧବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ପାଖରୁ ଏକ ନୂଆ ବୁଲେଟ୍‌, ପୋଲିସ ଡ୍ରେସ୍‌, ଆଇପିଏସ୍‌ ପରିଚୟ ପତ୍ର, ଟ୍ରେନିଂ ନେଇଥିବା ନକଲି ପ୍ରମାଣପତ୍ର ଜବତ ହୋଇଛି ।
ପୋଲିସର ସୂଚନା ଅନୁସାରେ, ରାଉରକେଲା ସହରର ବାସନ୍ତୀ କଲୋନୀରେ ଥିବା ଏକ ଶୋରୁମ୍‌ରୁ ସେ ଗତ ୧୧ ତାରିଖରେ ଫାଇନାନ୍ସରେ ଗୋଟିଏ ବୁଲେଟ ନେଇଥିଲେ ା ହେଲେ ଯେଉଁସବୁ କାଗଜପତ୍ର ଦାଖଲ କରିଥିଲେ ତାହା ଜାଲ୍‌ ବୋଲି ସନ୍ଦେହ କରି ମଙ୍ଗଳବାର ସନ୍ଧ୍ୟାରେ ଶୋ ରୁମ୍‌ ମାଲିକ ଓ ଫାଇନାନ୍ସ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୋଲିସ ତୁରନ୍ତ ତାଙ୍କୁ ଧରି ତଦନ୍ତ ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ମହିଳା ଜଣକ ଭୁବନେଶ୍ୱରରେ ନିଜକୁ ଆଇପିଏସ୍‌ ଅଫିସର ପରିଚୟ ଦେଇ କମିଶନରେଟ ପୋଲିସର ବିଭିନ୍ନ ଥାନା ଅଞ୍ଚଳରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ। ତାଙ୍କ ପାଖରୁ ସେତେବେଳେ ପୋଲିସ ଡ୍ରେସ୍‌ ଏବଂ ପରିଚୟ ପତ୍ର ଜବତ ହୋଇଥିଲା। କମିଶନରେଟ ପୋଲିସ ନୋଟିସ ଦେଇ ତାଙ୍କୁ ଛାଡିଥିଲା। ଏବେ ସମାନ ଠକାମି କରି ରାଉରକେଲା ଉଦିତନଗର ପୋଲିସ ହାତରେ ସେ ଧରାପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛିା ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri