ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜ୍ୟ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ତଦନୁଯାୟୀ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ପହଞ୍ଚତ୍ଛି। ୫ ଜଣିଆ ଟିମ୍‌ ପ୍ରଥମେ ବଲାଙ୍ଗୀର ଏସ୍‌ପି ଅଫିସକୁ ଆସି ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟିଛନ୍ତି। ସବୁଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ମଧ୍ୟ ଖୋଳତାଡ଼ କରାଯିବ। ଏ ସଂକ୍ରାନ୍ତରେ ଅଧିକ କିଛି କହିପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଚକ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
କିଛିଦିନ ତଳେ ବଲାଙ୍ଗୀର ଡାକମଣ୍ଡଳର ୮୩ଟି ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ୍‌ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିଥିବା କେତେଜଣ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ବଲାଙ୍ଗୀର ଡାକମଣ୍ଡଳ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ସନ୍ଦେହ ହୋଇଥିଲା। ସାର୍ଟିଫିକେଟରେ ଉଲ୍ଲେଖ ଥିବା ମାର୍କ ଏବଂ ପ୍ରାର୍ଥୀଙ୍କ ଆଚରଣ ଦେଖି ପଟ୍ଟନାୟକ ଅବାକ ହୋଇଥିଲେ। କାରଣ ମାର୍କଶିଟ୍‌ରେ ଇଂଲିଶରେ ୯୯ ମାର୍କ ରଖିଥିବା ଜଣେ ପ୍ରାର୍ଥିନୀଙ୍କୁ ପଚାରିବାରୁ ସେ ଇଂଲିଶରେ ଲେଖିବା ତ ଦୂରେ ଥାଉ କିଛି କହି ବି ପାରି ନ ଥିଲେ। ଏହାପରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଭିତରୁ ୩୭ ଜଣଙ୍କର ଜାଲ୍‌ ସାର୍ଟିଫିକେଟ ରହିଥିବା ସନ୍ଦେହ କରି ପଟ୍ଟନାୟକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଖୋଳତାଡ଼ କରି ବଲାଙ୍ଗୀର ସହର ମିଶନ ପଡ଼ିଆ ସମ୍ମୁଖରେ ଥିବା ରିଲାଏନ୍ସ ଏଜୁକେଶନ୍‌ କମ୍ପ୍ଳେକ୍ସ ଉପରେ ଚଢ଼ାଉ କରିଥିଲା। ସେଠାରୁ ଦେଶର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ନଁାରେ ଛପାଯାଇଥିବା ୫ ହଜାରରୁ ଊର୍ଦ୍ଧ୍ୱ ନକଲି ସାର୍ଟିଫିକେଟ, ୨୭ଟି ଶିକ୍ଷାନୁଷ୍ଠାନ ଅଧିକାରୀଙ୍କ ଜାଲ୍‌ ସିଲ୍‌ ଓ ଷ୍ଟାମ୍ପ, ୩ ଲକ୍ଷ ୬୭ ହଜାର ୬ ଶହ ଟଙ୍କା, ୪ଟି କମ୍ପ୍ୟୁଟର ସିଷ୍ଟମ୍‌, ୨ଟି ଲାପ୍‌ଟପ୍‌, ୩ଟି ପ୍ରିଣ୍ଟର, ସ୍କାନର, ଜେରକ୍ସ ମେଶିନ୍‌, ଏସ୍‌ଏସ୍‌ଡି ହାର୍ଡଡିକ୍ସ, ମୋବାଇଲ ଫୋନ୍‌, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଲେଖାଯାଇଥିବା ଚିଠି, ଜାଲ୍‌ ସାର୍ଟିଫିକେଟ କାରବାରର ଏକାଧିକ ଡାଏରି ଜବତ କରାଯାଇଥିଲା। ଏହି ମାମଲାରେ ରିଲାଏନ୍ସ ଏଜୁକେଶନ୍‌ କମ୍ପ୍ଳେକ୍ସ ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ପାର୍ଟନର ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏସ୍‌ପି କୁଶଲକର ୪ଟି ସ୍ବତନ୍ତ୍ର ଟିମ୍‌ କରି ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ଉପରେ ତଦନ୍ତ ଆରମ୍ଭ କରିଥିଲେ। ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ୍‌ର ଚେର କେଉଁଠାରୁ କେଉଁ ଆଡ଼କୁ ଲମ୍ବିଛି, ଏହା କେତେବର୍ଷ ହେଲା ଚାଲିଥିଲା ଏବଂ ଏହି ର଼୍ୟାକେଟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେଦିଗ ଉପରେ ତଦନ୍ତ ଫୋକସ୍‌ କରିବ ବୋଲି ଜଣାପଡ଼ିଛି।
ଜାଲ୍‌ ସାର୍ଟିଫିକେଟ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଗିରଫ ହେବା ପରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଭାଜପା ଓ କଂଗ୍ରେସ ବିଧାନସଭା ଅଧିବେଶନରେ ଅଭିଯୋଗ ଆଣିଥିଲେ। ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହ ମନୋଜ ମିଶ୍ରଙ୍କ ଫଟୋ ଦେଖାଇ ଏହା ପଛରେ ବିଜେଡିର ସମ୍ପୃକ୍ତି ଥିବା ଭାଜପା କହିଛି। କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। ତେବେ ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ପଛରେ ବିଜେଡିର ହାତ ଥିବା ଅଭିଯୋଗକୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସବୁ ପ୍ରସଙ୍ଗରେ ବିଜେଡି ନେତାଙ୍କ ନାଁ ନେବା ବିରୋଧୀଙ୍କ ଅଭ୍ୟାସ। ବିଜେଡି ନେତାଙ୍କର ଏଥିରେ ସମ୍ପୃକ୍ତି ନାହିଁ। ତଦନ୍ତ ପରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?