ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ଏହା ଡାଇବେଟିସ୍‌,ତ୍ୱଚାରୁ ନେଇ ହାଡ଼ ଶକ୍ତ କରିଥାଏ। ହେଲେ ଏବେ ବଜାରରେ ନକଲି ‘ଅଲମଣ୍ଡ’ ମିଳୁଛି। ଏମିତିରେ କିଛି ସହଜ ପ୍ରକ୍ରିୟା ଯୋଗୁ ଏହାକୁ ଆପଣ ଚିହ୍ନି ପାରିବେ…
ଦୀପାବଳି ଆସିବାକୁ ଯାଉଥିବାରୁ ଏହି ଅବସରରେ ଡ୍ରାଏଫ୍ରୁଟ୍ସ ବିକ୍ରି ବୃଦ୍ଧି ପାଇବ। ଏମିତିରେ ଅସଲ ବାଦାମ ସ୍ଥାନରେ ନକଲି ବିକ୍ରି ବୃଦ୍ଧି ପାଉଛି।
ନକଲି ‘ଆଲମଣ୍ଡ’ରେ କ’ଣ ମିଶା ଯାଉଛି?
ନକଲି ‘ଆଲମଣ୍ଡ’ ପ୍ରସ୍ତୁତ କରିବା ଲାଗି ହାଇଡ୍ରୋଜେନ୍‌ ପେରୋକ୍ସାଇଡ୍‌  ଏବଂ ବ୍ଲିଚିଂ ଭଳି ହାନିକାରକ ରସାୟନିକ ପଦାର୍ଥ ବ୍ୟବହାର କରାଯାଏ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅସଲି ‘ଆଲମଣ୍ଡ’ ସେବନ ପେଟ ସମ୍ବନ୍ଧୀୟ ସମସ୍ୟା ଲାଗି ଲାଭଦାୟକ ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ପେଟ ଏବଂ ଯକୃତ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
କ୍ୟାନ୍‌ସରର କାରଣ:
ମିଶ୍ରିତ ‘ଆଲମଣ୍ଡ’ ସେବନ ଯୋଗୁ ଶରୀରରେ ବିଷାକ୍ତ ତତ୍ତ୍ୱ ବୃଦ୍ଧି ପାଇଥାଏ। ହର୍ମୋନ ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାଦ୍ୱାରା କ୍ୟାନ୍‌ସର ହେବାର ବିପଦ ବୃଦ୍ଧି ପାଇଥାଏ। ଏହା ବୃକକ୍‌ ଏବଂ ଯକୃତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ରଙ୍ଗ:
ଅସଲି ଏବଂ ନକଲି ‘ଆଲମଣ୍ଡ’ ରଙ୍ଗରେ ବହୁତ ଫରକ ଥାଏ। ଅସଲି ‘ଆଲମଣ୍ଡ’ ହାଲ୍‌କା ବାଦାମୀ ରଙ୍ଗର ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ଗାଢ଼ ବାଦାମୀ ରଙ୍ଗର ହୋଇଥାଏ।
ପାଣି ବ୍ୟବହାର କରି ଜାଣନ୍ତୁ:
ଏକ ଗ୍ଲାସ ପାଣିରେ କିଛି ‘ଆଲମଣ୍ଡ’ ପକାନ୍ତୁ। ଯଦି ଏହା କିଛି ସମୟ ପରେ ବୁଡ଼ି ଯାଏ ତେବେ ଏହା ଅସଲି। ନକଲି ‘ଆଲମଣ୍ଡ’ ପାଣିରେ ଭାସିଥାଏ।
କାଗଜ ବ୍ୟବହାର କରି ବି ଜାଣିପାରିବେ:
ଅସଲି ଏବଂ ନକଲି ‘ଆଲମଣ୍ଡ’କୁ ଚିହ୍ନିବା ଲାଗି କାଗଜ ବ୍ୟବହାର କରିପାରିବେ। ଏଥିଲାଗି କାଗଜରେ ବାଦାମକୁ ଗୁଡ଼ାଇ ଭାଙ୍ଗନ୍ତୁ। ଅସଲି ‘ଆଲମଣ୍ଡ’ ଥିଲେ ତା ଦେହରୁ ତେଲ ବାହାରିବ, ଯାହାକି କାଗଜରେ ନଜର ଆସିବ। ସେହିଭଳି ନକଲି ‘ଆଲମଣ୍ଡ’ରୁ ତେଲ ବାହାରିବ ନାହିଁ।
ବାସ୍ନା ଏବଂ ସ୍ବାଦ:
ଅସଲି ‘ଆଲମଣ୍ଡ’କୁ ଭାଙ୍ଗି ସୁଙ୍ଘିଲେ ଭଲ ବାସ୍ନା ବାସିଥାଏ। ନକଲି ‘ଆଲମଣ୍ଡ’ରୁ କିଛି ବାସ୍ନା ଆସି ନ ଥାଏ ନଚେତ ଖରାପ ବାସ୍ନା ଆସିଥାଏ। ଅସଲି ‘ଆଲମଣ୍ଡ’ ଖାଇବାକୁ ମିଠା ଲାଗୁଥିବା ବେଳେ ନକଲି ‘ଆଲମଣ୍ଡ’ ଖାଇବାକୁ କଷା ଲାଗିବ।
ସବୁଠାରୁ ସହଜ ଉପାୟ:
ଅସଲି ଏବଂ ନକଲି ‘ଆଲମଣ୍ଡ’ ଚିହ୍ନିବା ଲାଗି ସବୁଠାରୁ ସହଜ ଉପାୟ ହେଲା ଆପଣ ରାତିରେ ଗୋଟିଏ ଗିନା ପାଣିରେ ମୁଠାଏ ‘ଆଲମଣ୍ଡ’ ପକାନ୍ତୁ। ସକାଳୁ ପାଣିରୁ ବାହାର କରି ଏହାର ଚୋପାକୁ ବାହାର କରିଦିଅନ୍ତୁ। ପ୍ରାକୃତିକ ‘ଆଲମଣ୍ଡ’ର ଚୋପା ସହଜରେ ବାହାରି ଯାଇଥାଏ। ଧଳା ବାଦାମ ନଜର ଆସିବ।
ଏହାପରେ ପାଣିର ରଙ୍ଗ ଦେଖନ୍ତୁ। ଯଦି ପାଣିର ରଙ୍ଗ ସଫା ତେବେ ‘ଆଲମଣ୍ଡ’ ଅସଲି। ନଚେତ ‘ଆଲମଣ୍ଡ’ରେ କେମିକାଲ ବ୍ୟବହାର କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?