ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍ପି ବା ନକଲି ଅତିରିକ୍ତ ଏସ୍ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି ନାମକ ବ୍ୟକ୍ତିଙ୍କୁ ଖାରବେଳ ନଗର ପୋଲିସ ଗିରଫ କରିଛି। ନିଜକୁ ଆଡିଶନାଲ ଏସ୍ପି ପରିଚୟ ଦେଇ ଧମକ ଦେଉଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରଜନୀକାନ୍ତ ୟୁନିଟ୍-୩ ଅଞ୍ଚଳରେ ଭଡ଼ାଘରେ ରହୁଥିବା ସୂଚନା ମିଳିଛି।

