ଆଇଆଇସିଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ଯୁବକ ହରାଇଲେ ୬୧୦୦୦ ଟଙ୍କା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ଗ୍ରାମର ଜିତେନ୍ଦ୍ର ଦାସଙ୍କ ଫେସ୍‌ବୁକ୍‌କୁ ଆଇଆଇସି ପ୍ରଭାତ ସାହୁଙ୍କ ନାଁରେ ମେସେଜ ଆସିଥିଲା ଯେ, ବୁଧବାର ମୋର ଜଣେ ସାଙ୍ଗ ସିଆର୍‌ପିଏଫ୍‌ରେ କାର୍ଯ୍ୟ କରୁଛି ତା’ର ବଦଳି ହୋଇଯାଇଛି। ତେଣୁ ଭୁବନେଶ୍ବରରେ ଥିବା ସମସ୍ତ ଆସବାବପତ୍ର ବିକ୍ରି କରିଦେବ ଯଥା ଫ୍ରିଜ,କୁଲର,କମ୍ପ୍ୟୁଟର,ସୋଫା ଇତ୍ୟାଦି। ତୁମେ କିଣିବାକୁ ଚାହୁଁଚ ଯଦି ଚେଷ୍ଟା କର। ଗୁରୁବାର ଜିତେନ୍ଦ୍ରଙ୍କୁ ଆଇଆଇସିଙ୍କ ଫଟୋ ଥିବା ହ୍ବାଟ୍ସଆପ୍‌ ନମ୍ବରରେ ପୁଣି ମେସେଜ ଆସିଲା ଯେ, ସେ ମୋର ସାଙ୍ଗ ବୋଲି। ଏହା ପରେ ଜିତେନ୍ଦ୍ରଙ୍କ ବିଶ୍ବାସ ବଢ଼ିଗଲା। ଅନ୍ୟ ଏକ ନମ୍ବରରେ କ୍ୟୁଆର୍‌ କୋଡ ଆସିଲା। ୬୧୦୦୦ ଦେବାକୁ କହିବାରୁ ଜିତେନ୍ଦ୍ର ଦେଇଦେଲେ। ପରେ ଜାଣିଲେ ଏହା ଏକ ଫ୍ରଡ୍‌ ବୋଲି । ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ଖବର ଦେଲେ ଓ ଆଇଆଇସିଙ୍କୁ ମଧ୍ୟ ଜଣାଇଦେଲେ। ଥାନାଧିକାରୀଙ୍କ ନାମରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ୭ ଦିନ ହେଲା ଫ୍ରେଣ୍ଡ ରିକ୍ୱେଷ୍ଟ ମେସେଜ ଆସୁଛ। ତାହା ସମ୍ପୂର୍ଣ୍ଣ ଫେକ୍‌ ବୋଲି ଜଣାପଡ଼ିଛି। କେହି ଅସାମାଜିକ ମନ୍ଦ ଉଦେଶ୍ୟ ରଖି ଏପରି କରୁଥିବା ଜଣାପଡ଼ିଛି। ସାଧାରଣତଃ ପୋଲିସ ଅଧିକାରୀଙ୍କ ତରଫରୁ ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ସମସ୍ତେ ଟିକେ ଖୁସି ହୁଅନ୍ତି ଓ ଗ୍ରହଣ ମଧ୍ୟ କରନ୍ତି। ତେବେ ୨ ଦିନ ହେଲା ଏଠାରେ ଯୁବକମାନଙ୍କୁ କବିସୂର୍ଯ୍ୟନଗର ଆଇଆଇସି ପ୍ରଭାତ ସାହୁଙ୍କ ଫେସ୍‌ବୁକ୍‌କୁ ଫ୍ରେଣ୍ଡ ରିକ୍ୱେଷ୍ଟ ଅନୁରୋଧ ଆସିବାରେ ଲାଗିଛି। ମଙ୍ଗଳବାର ସକାଳ ୭ ଟାରେ ରଞ୍ଜନ ସାହୁଙ୍କୁ ମେସେଜ ଆସିଥିଲା। ସେ ଗ୍ରହଣ କରିଥିଲେ। ଆଇଆଇସି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ତେବେ ଖୋଦ୍‌ ଆଇଆଇସି ନିଜ ଫେସ୍‌ବୁକ୍‌ରେ ରବିବାର ମଧ୍ୟାହ୍ନରେ ପୋଷ୍ଟ କରି ଜଣାଇଛନ୍ତି ଯେ, ମୋ ନାଁରେ କିଏ ଜଣେ ଫେକ୍‌ ଆକାଉଣ୍ଟ ଖୋଲି ଏପରି କରୁଛି। ସେଥିରେ ସୋରଡ଼ା ଅଞ୍ଚଳର ୫ ଜଣ ଓ କବିସୂର୍ଯ୍ୟନଗର ଜଣେ ଅନୁରୋଧ ଗ୍ରହଣ ମଧ୍ୟ କରିସାରିଲେଣି। ସୟଦ ଓ୍ବାସିମଙ୍କୁ ମଧ୍ୟ ମେସେଜ ଆସିଥିବା ଜଣାପଡ଼ିଛି। ତେବେ ଆଇଆଇସିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମୁଁ କାହାକୁ ଏପରି ମେସେଜ ପଠାଇ ନାହିଁ କି ମୋର ଏହି ଆକାଉଣ୍ଟ ନାହିଁ।ଏହି ଫେକ ଆକାଉଣ୍ଟ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଛି। ଏପରି ଯିଏ କରିଛି ଓ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଖୋଳତାଡ଼ ଆରମ୍ଭ ହେଉଛି। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ସାହୁ ସୋରଡ଼ା ଥାନାରେ ପୂର୍ବରୁ ଆଇଆଇସି ଥିଲେ। ସେହି ସମୟରେ ସମସ୍ତଙ୍କ ସହ ଖୁବ୍‌ ଭଲ ସମ୍ପର୍କ ସୃଷ୍ଟି କରିଥିଲେ। ଏଠାରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ତେଣୁ ସୋରଡ଼ା ଅଞ୍ଚଳର ଜନସାଧାରଣଙ୍କୁ ହିଁ ତାଙ୍କ ନାମରେ ମେସେଜ ଆସୁଥିବାର ଅନୁମାନ କରାଯାଉଛି। ଏଠାରେ ଉକ୍ତ ଫେକ୍‌ ଆକାଉଣ୍ଟରେ ଏଠାକାର ଓକିଲ,ଖବରଦାତା,ସରକାରୀ କର୍ମଚାରୀ,ବ୍ୟବସାୟୀ ମଧ୍ୟ ଯୋଡ଼ି ହୋଇଛନ୍ତି। ଜିତେନ୍ଦ୍ର ସୋରଡ଼ା ଆମ ପୋଲିସ ସମିତିର ସଦସ୍ୟ ଅଟନ୍ତି। ୯୮୩୨୨୩୮୮୮୫ ଓ ୬୨୯୫୬୮୫୯୨୮ ନମ୍ବରରୁ ତାଙ୍କ ନିକଟକୁ ମେସେଜ୍‌ ଆସିଥିବା ଜିତେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri