ଆଇଆଇସିଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ଯୁବକ ହରାଇଲେ ୬୧୦୦୦ ଟଙ୍କା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ଗ୍ରାମର ଜିତେନ୍ଦ୍ର ଦାସଙ୍କ ଫେସ୍‌ବୁକ୍‌କୁ ଆଇଆଇସି ପ୍ରଭାତ ସାହୁଙ୍କ ନାଁରେ ମେସେଜ ଆସିଥିଲା ଯେ, ବୁଧବାର ମୋର ଜଣେ ସାଙ୍ଗ ସିଆର୍‌ପିଏଫ୍‌ରେ କାର୍ଯ୍ୟ କରୁଛି ତା’ର ବଦଳି ହୋଇଯାଇଛି। ତେଣୁ ଭୁବନେଶ୍ବରରେ ଥିବା ସମସ୍ତ ଆସବାବପତ୍ର ବିକ୍ରି କରିଦେବ ଯଥା ଫ୍ରିଜ,କୁଲର,କମ୍ପ୍ୟୁଟର,ସୋଫା ଇତ୍ୟାଦି। ତୁମେ କିଣିବାକୁ ଚାହୁଁଚ ଯଦି ଚେଷ୍ଟା କର। ଗୁରୁବାର ଜିତେନ୍ଦ୍ରଙ୍କୁ ଆଇଆଇସିଙ୍କ ଫଟୋ ଥିବା ହ୍ବାଟ୍ସଆପ୍‌ ନମ୍ବରରେ ପୁଣି ମେସେଜ ଆସିଲା ଯେ, ସେ ମୋର ସାଙ୍ଗ ବୋଲି। ଏହା ପରେ ଜିତେନ୍ଦ୍ରଙ୍କ ବିଶ୍ବାସ ବଢ଼ିଗଲା। ଅନ୍ୟ ଏକ ନମ୍ବରରେ କ୍ୟୁଆର୍‌ କୋଡ ଆସିଲା। ୬୧୦୦୦ ଦେବାକୁ କହିବାରୁ ଜିତେନ୍ଦ୍ର ଦେଇଦେଲେ। ପରେ ଜାଣିଲେ ଏହା ଏକ ଫ୍ରଡ୍‌ ବୋଲି । ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ଖବର ଦେଲେ ଓ ଆଇଆଇସିଙ୍କୁ ମଧ୍ୟ ଜଣାଇଦେଲେ। ଥାନାଧିକାରୀଙ୍କ ନାମରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ୭ ଦିନ ହେଲା ଫ୍ରେଣ୍ଡ ରିକ୍ୱେଷ୍ଟ ମେସେଜ ଆସୁଛ। ତାହା ସମ୍ପୂର୍ଣ୍ଣ ଫେକ୍‌ ବୋଲି ଜଣାପଡ଼ିଛି। କେହି ଅସାମାଜିକ ମନ୍ଦ ଉଦେଶ୍ୟ ରଖି ଏପରି କରୁଥିବା ଜଣାପଡ଼ିଛି। ସାଧାରଣତଃ ପୋଲିସ ଅଧିକାରୀଙ୍କ ତରଫରୁ ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ସମସ୍ତେ ଟିକେ ଖୁସି ହୁଅନ୍ତି ଓ ଗ୍ରହଣ ମଧ୍ୟ କରନ୍ତି। ତେବେ ୨ ଦିନ ହେଲା ଏଠାରେ ଯୁବକମାନଙ୍କୁ କବିସୂର୍ଯ୍ୟନଗର ଆଇଆଇସି ପ୍ରଭାତ ସାହୁଙ୍କ ଫେସ୍‌ବୁକ୍‌କୁ ଫ୍ରେଣ୍ଡ ରିକ୍ୱେଷ୍ଟ ଅନୁରୋଧ ଆସିବାରେ ଲାଗିଛି। ମଙ୍ଗଳବାର ସକାଳ ୭ ଟାରେ ରଞ୍ଜନ ସାହୁଙ୍କୁ ମେସେଜ ଆସିଥିଲା। ସେ ଗ୍ରହଣ କରିଥିଲେ। ଆଇଆଇସି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ତେବେ ଖୋଦ୍‌ ଆଇଆଇସି ନିଜ ଫେସ୍‌ବୁକ୍‌ରେ ରବିବାର ମଧ୍ୟାହ୍ନରେ ପୋଷ୍ଟ କରି ଜଣାଇଛନ୍ତି ଯେ, ମୋ ନାଁରେ କିଏ ଜଣେ ଫେକ୍‌ ଆକାଉଣ୍ଟ ଖୋଲି ଏପରି କରୁଛି। ସେଥିରେ ସୋରଡ଼ା ଅଞ୍ଚଳର ୫ ଜଣ ଓ କବିସୂର୍ଯ୍ୟନଗର ଜଣେ ଅନୁରୋଧ ଗ୍ରହଣ ମଧ୍ୟ କରିସାରିଲେଣି। ସୟଦ ଓ୍ବାସିମଙ୍କୁ ମଧ୍ୟ ମେସେଜ ଆସିଥିବା ଜଣାପଡ଼ିଛି। ତେବେ ଆଇଆଇସିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମୁଁ କାହାକୁ ଏପରି ମେସେଜ ପଠାଇ ନାହିଁ କି ମୋର ଏହି ଆକାଉଣ୍ଟ ନାହିଁ।ଏହି ଫେକ ଆକାଉଣ୍ଟ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଛି। ଏପରି ଯିଏ କରିଛି ଓ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଖୋଳତାଡ଼ ଆରମ୍ଭ ହେଉଛି। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ସାହୁ ସୋରଡ଼ା ଥାନାରେ ପୂର୍ବରୁ ଆଇଆଇସି ଥିଲେ। ସେହି ସମୟରେ ସମସ୍ତଙ୍କ ସହ ଖୁବ୍‌ ଭଲ ସମ୍ପର୍କ ସୃଷ୍ଟି କରିଥିଲେ। ଏଠାରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ତେଣୁ ସୋରଡ଼ା ଅଞ୍ଚଳର ଜନସାଧାରଣଙ୍କୁ ହିଁ ତାଙ୍କ ନାମରେ ମେସେଜ ଆସୁଥିବାର ଅନୁମାନ କରାଯାଉଛି। ଏଠାରେ ଉକ୍ତ ଫେକ୍‌ ଆକାଉଣ୍ଟରେ ଏଠାକାର ଓକିଲ,ଖବରଦାତା,ସରକାରୀ କର୍ମଚାରୀ,ବ୍ୟବସାୟୀ ମଧ୍ୟ ଯୋଡ଼ି ହୋଇଛନ୍ତି। ଜିତେନ୍ଦ୍ର ସୋରଡ଼ା ଆମ ପୋଲିସ ସମିତିର ସଦସ୍ୟ ଅଟନ୍ତି। ୯୮୩୨୨୩୮୮୮୫ ଓ ୬୨୯୫୬୮୫୯୨୮ ନମ୍ବରରୁ ତାଙ୍କ ନିକଟକୁ ମେସେଜ୍‌ ଆସିଥିବା ଜିତେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?