ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ ଆରମ୍ଭ କରିବା ପାଇଁ ଗୃହକର୍ତ୍ତାଙ୍କୁ ଡକେଇଲେ। ତାଙ୍କ ଉପରେ ଜଳ ସିଞ୍ଚି ସ୍ବସ୍ତି ବାଚନ କରୁ କରୁ ଗୃହକର୍ତ୍ତା କହିଲେ, ଗୋସେଇଁ ଟିକେ ରୁହନ୍ତୁ। ଶ୍ରାଦ୍ଧ ଆରମ୍ଭ କରିବା ପୂର୍ବରୁ ସବୁଜିନିଷପତ୍ର ଯୋଗାଡ଼ ହୋଇଛି କି ନାହିଁ ଦେଖିଲେନି ତ! ପଣ୍ଡିତେ ଉତ୍ତର ଦେଲେ ମୁଁ ଦେଖିସାରିଛି, ସବୁ ଠିକ୍‌ ଅଛି। ନା ସବୁ ଜିନିଷ ନାହିଁ, ଆଉ ଥରେ ଦେଖନ୍ତୁ। ତୁମେ ସିନା ଆଜି ପ୍ରଥମଥର ପାଇଁ ଶ୍ରାଦ୍ଧ ଦେଉଛ, ମୁଁ ପରା ତୁମ ଘରେ ତିନି ପିଢ଼ି ହେଲାଣି ଏ କାମ କରିଆସୁଛି। ଗୃହସ୍ଥଜଣକ କହିଲେ, ମୁଁ ନୂଆ ବୋଲି ମତେ ଭୁଲେଇ ଜଲଦି କାମ ସାରିଦେବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ସବୁ ଜାଣିଛି। ଶ୍ରାଦ୍ଧ ସିନା ନୂଆ ଦେଉଛି ହେଲେ ପ୍ରତିବର୍ଷ ମୁଁ ଏଠି ବସି ସବୁ ଦେଖେ। ପ୍ରତିବର୍ଷ ଶ୍ରାଦ୍ଧ ଶେଷ ହେବା ଯାଏ ଆମ ବିଲେଇକୁ ଏଠି ଗୋଟିଏ ଟୋକେଇ ତଳେ ଘୋଡ଼େଇ ରଖାଯିବା ମୁଁ ଦେଖି ଆସିଛି। ଏ ବର୍ଷ ଅବଶ୍ୟ ସେ ବିଲେଇଟି ମରିଯାଇଛି ତା’ ବୋଲି କ’ଣ ବିଲେଇ ଅଭାବ ଅଛନ୍ତି ଯେ ବିନା ବିଲେଇରେ କାମ ଚଳେଇବା? ଏଥରକ ପଣ୍ଡିତେ କହିଲେ ଆରେ ବାବୁ ଶ୍ରାଦ୍ଧକର୍ମ ଚାଲିଥିବାବେଳେ ତୁମ ଘରର ପୋଷା ବିରାଡ଼ିଟା ଏଠିକି ଆସି ଏଠିସେଠି ମୁହଁ ମାରି ମାରା କରିଦିଏ। ଯେତେ ଘଉଡ଼େଇଲେ ବି ଯାଏନା। ତେଣୁ ତା’ ଉପରେ ଟୋକେଇଟିଏ ଘୋଡ଼େଇଦେଇ କାମ ସରିଲା ପରେ ଛାଡ଼ି ଦିଆଯାଏ। ତା’ ବୋଲି… ଏହା ଶୁଣି ସେଠାରେ ହସର ରୋଳ ଖେଳିଗଲା।

ଏହି ଲଘୁକଥାଟିକୁ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଲା ଅନ୍ଧବିଶ୍ୱାସ କିପରି ସୃଷ୍ଟିହୁଏ ତା’ର କିଞ୍ଚତ୍ତ୍‌ ତ୍ସୂଚନା ଦେବା। ସମାଜରେ ଯେତେସବୁ ଲୋକକଥା, ଲୋକଗୀତି, ପ୍ରବାଦ, ପ୍ରହେଳି, ଢଗଢମାଳି, ଲୌକିକ ବଚନିକା ଆଦି ରହିଆସିଛି, ସେସବୁ ପିଢ଼ିପିଢ଼ିର ବାସ୍ତବ ଅନୁଭୂତି, ଅଭିଜ୍ଞତା ଓ ଆବଶ୍ୟକତା ଉପରେ ଆଧାରିତ। ତେଣୁ ସେସବୁକୁ ମାନିନେବା ଯେପରି ବିଜ୍ଞତାର ପରିଚାୟକ, ହେୟ ଜ୍ଞାନ କରିବା ସେହିପରି ଅଜ୍ଞତାର ପରିଚୟ। କିନ୍ତୁ ତାକୁ ଠିକ୍‌ ଭାବରେ ନ ବୁଝି ନ ଶୁଝି, ତା’ର ମର୍ମ ନ ଜାଣି ଦେଖାଶିଖାରେ ଭାସିଯିବା ମୂର୍ଖତାର ନିଦର୍ଶନ। ଏ ବିଷୟରେ କେତୋଟି ଉଦାହରଣର ଆଲୋଚନା କରାଯାଇପାରେ। ସାଧାରଣତଃ ବିଶ୍ୱାସ ରହିଛି ଯେ ମଣିଷ ଜୀବନରେ ଭାଗ୍ୟ ହିଁ ସବୁକିଛି, ଯେଣେ ଇଚ୍ଛା ତେଣେ ଯାଆ କର୍ମ (ଭାଗ୍ୟ)ଘେନି ବୁଲୁଥାଆ। ଏହିକଥାଟିକୁ ସମ୍ପୂର୍ଣ୍ଣଭାବରେ ବିଶ୍ୱାସ କରି ଯଦି ସବୁ ଭାଗ୍ୟ ଉପରେ ଛାଡ଼ି ଦିଆଯାଏ ତେବେ କର୍ମପ୍ରବାହ ଅଟକି ଯିବ ଏବଂ କର୍ମ ବିନା ଜୀବନ ଜଡ଼ ଓ ଶୁଷ୍କ ପାଲଟିଯିବ। ବୃଦ୍ଧ ବ୍ୟାଘ୍ର କଙ୍କଣ ଉପାଖ୍ୟାନ ଟିକେ ମନେପକାନ୍ତୁ । ଭାଗ୍ୟେ ନୈତତ୍ସମ୍ଭବତି ଅର୍ଥାତ୍‌ ଭାଗ୍ୟରେ ଥିଲେ ଏହା ମିଳିବ, ଏପରି ଧାରଣାର ବଶବର୍ତ୍ତୀ ହୋଇ ବିଚରା ପଥିକଟିଏ ସେଦିନ ବୃଦ୍ଧ ବ୍ୟାଘ୍ରର ଛଳନାକୁ ଜାଣି ନ ପାରି ସେ ଯାଚୁଥିବା ସୁବର୍ଣ୍ଣ କଙ୍କଣଟିକୁ ପାଇବା ଆଶାରେ ତା’ ନିକଟକୁ ଧାଇଁ ଯାଇଥିଲା। ହେଲେ ତା’ର ପରିଣାମ କ’ଣ ହେଲା? ଗୋଟିଏ ପଟେ ବାଘ ଭଳି ହିଂସ୍ର ଜନ୍ତୁର ସ୍ବଭାବ ଅନ୍ୟ ପଟେ ଭାଗ୍ୟ ଉପରେ ଭରସା ଏହି ଦୁଇଟିର ସନ୍ଧିକ୍ଷଣରେ ବିବେକର ସାହାରା ନେବା ଉଚିତ୍‌ ଏବଂ ବିବେକ ସୂଚେଇଦିଏ ଯେ ସୁବର୍ଣ୍ଣ କଙ୍କଣ ମଣିଷର ଜୀବନଠାରୁ ଅଧିକ ମୂଲ୍ୟବାନ୍‌ ନୁହେଁ। ବେଳେବେଳେ ଏମିତି ହୁଏ ଅନେକ ସମୟରେ ଉଡ଼ା ଖବରରୁ ମଧ୍ୟ ଅନ୍ଧବିଶ୍ୱାସ ଜନ୍ମ ନେଇଥାଏ, ଯେପରି ଯଜ୍ଞକୁଣ୍ଡ ଓ ସ୍ବର୍ଣ୍ଣମୁଦ୍ରା ଆଖ୍ୟାୟିକା। ଗୋଟିଏ ଗ୍ରାମରେ ଅନୁଷ୍ଠିତ ହେଉଥିବା ନବଦିନ ବ୍ୟାପୀ ଯଜ୍ଞ ସମାପ୍ତିର କିଛିଦିନ ପରେ ଥରେ ଜଣେ ମହିଳା ପାଣି ଆଣିବାକୁ ସେଇ ବାଟଦେଇ ନଦୀକୁ ଯାଉଥିଲାବେଳେ ହଠାତ୍‌ ଜୋରରେ ବର୍ଷା ଆରମ୍ଭ ହୋଇଗଲା। ସେଥିରୁ ରକ୍ଷା ପାଇବା ପାଇଁ ସେ ପାଖରେ ଥିବା ଯଜ୍ଞଘରକୁ ପଶିଗଲେ। ତା’ଭିତରେ ତାଙ୍କୁ ପରିସ୍ରା ଲାଗିଲା। ସେ ପରିତ୍ୟକ୍ତ ଯଜ୍ଞକୁଣ୍ଡରେ ପରିସ୍ରା କରିଦେଲେ। ହଠାତ୍‌ ତାଙ୍କର ନଜରରେ ପଡ଼ିଲା ସେ ପରିସ୍ରା କରିଥିବା ସ୍ଥାନରେ ଏକ ସ୍ବର୍ଣ୍ଣମୁଦ୍ରା ଥୁଆହୋଇଛି। ତାହାକୁ ନେଇ ଘରକୁ ଫେରିଆସିଲେ। ଘଟଣାଟି କୌଣସି ପ୍ରକାରେ ପ୍ରଘଟ ହୋଇଗଲା। ଲୋକେ ବିଶ୍ୱାସ କଲେ ଯେ ଯଜ୍ଞକୁଣ୍ଡରେ ପରିସ୍ରା କଲେ ସ୍ବର୍ଣ୍ଣମୁଦ୍ରା ମିଳେ। ତା’ପରେ କେବଳ ଗୋଟିଏ ପରିବାରକୁ ଛାଡ଼ି ଅନ୍ୟସବୁ ପରିବାର ସ୍ବର୍ଣ୍ଣମୁଦ୍ରା ଲୋଭରେ ସେୟା କଲେ ଏବଂ ସେହି ପରିବାର ଛଡ଼ା ସମସ୍ତେ ତା’ର କୁପରିଣାମ ଭୋଗିଲେ। ଉଭୟ ପ୍ରକାରର ପରିବାର ମଧ୍ୟରେ ଥିବା ପାର୍ଥକ୍ୟ ହିଁି ବିବେକର ଆହ୍ବାନ୍‌ ଯାହା ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ଥିବା ପ୍ରଭେଦକୁ ସୂଚେଇ ଦିଏ।

ଶାସ୍ତ୍ରୀନଗର, ୟୁନିଟ୍‌-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri