Posted inଫୁରସତ

ପରୀ ଭଳି କେଶ

ସବୁ ଝିଅଙ୍କର ଇଛା ଥାଏ ତାଙ୍କ କେଶ ସୁନ୍ଦର, ଲମ୍ବା ଓ ରେଶମୀ ହେଉ। ଏମିତିକି କାହାଣୀର ସୁନ୍ଦରୀ ରାଜ କୁମାରୀ ଓ ପରୀଙ୍କ ପରି ସୁନ୍ଦର ଘନ ଲମ୍ବା କେଶର ସ୍ବପ୍ନ ବି ଅନେକେ ଦେଖନ୍ତି। କିନ୍ତୁ ଏଭଳି କେଶ ସମସ୍ତଙ୍କୁ ମିଳିପାରେନା। ତେବେ ୟୁକ୍ରେନ୍‌ର ଏଲୋନା କ୍ରେବସେଙ୍କୋ ନାମ୍ନୀ ଯୁବତୀଙ୍କ କେଶ କୌଣସି ପରୀଠାରୁ କମ୍‌ ନୁହେଁ। ତାଙ୍କୁ ଦେଖିଲେ ଲାଗେ ସତେ ଯେମିତି ସେ କୌଣସି ପରୀକଥାରୁ ବାହାରି ଆସିଛନ୍ତି। ତାଙ୍କ କେଶର ଲମ୍ବା ଜଣେ ସାଧାରଣ ମଣିଷଠାରୁ ଅଧିକ। କାରଣ ତାଙ୍କ କେଶର ଲମ୍ବ ହେଉଛି ୬.୫ ଫୁଟ୍‌। ସେଇ କେଶରେ ହିଁ ତାଙ୍କର ପୂରା ଶରୀର ଘୋଡେଇ ହେଇଯାଏ। ତାଙ୍କ କେଶ ରେଶମୀ ଓ ସୁନେଲି। ତେଣୁ ଡିଜ୍‌ନୀର ରାଜକୁମାରୀ ପରି ସେ ଲାଗନ୍ତି। ୩୫ ବର୍ଷୀୟା ଏଲୋନା ୟୁକ୍ରେନ, ଓଡେସାରେ ରୁହନ୍ତି। ପେସାରେ ସେ ଜଣେ ବିଜନେସ୍‌ ଓମେନ୍‌। ଏଲୋନା କହନ୍ତି, ଥରେ ମୋ ମା’ ମତେ କହିଥିଲେ ଝିଅମାନେ ନିଜ କେଶ କାଟିବା ଉଚିତ ନୁହେଁ, ଲମ୍ବା କେଶ ରଖିବାକୁ ଚେଷ୍ଟା କରିବା କଥା। ଏଇ କଥା ମୋ ମନରେ ଘର କରିଯାଇଥିଲା। ସେତେବେଳେ ମତେ ବୟସ ମାତ୍ର ୫ ବର୍ଷ। ଆଉ ସେବେଠାରୁ ହିଁ କେଶ କାଟିବିନି ବୋଲି ନିଷ୍ପତ୍ତି ନେଲି।’ ୟା ମଧ୍ୟରେ ୩୦ ବର୍ଷ ହୋଇଗଲାଣି ଏଲୋନା କେଶ କାଟି ନାହାନ୍ତି। କେବେ କେବେ ସେ କେଶ ଟ୍ରିମ୍‌ କରି ସାଇଜ୍‌ କରିଦିଅନ୍ତି। କାରଣ ଟ୍ରିମ୍‌ କଲେ କେଶ ଭଲଭାବେ ବଢିଥାଏ। ସେ ସପ୍ତାହକୁ ଥରେ କେଶ ଧୁଅନ୍ତି। ଏଥିପାଇଁ ତାଙ୍କୁ ୩୦ ମିନିଟ୍‌ ସମୟ ଲାଗିଯାଏ। କେଶ ଓଦା ଥିବା ସମୟରେ ତ ସେ କେବେ ବି କେଶକୁ କୁଣ୍ଡାନ୍ତି ନାହିଁ। କାରଣ ଏହାଦ୍ୱାରା କେଶ ଅଧିକ ଉପୁଡିଥାଏ। ଏବେ ତାଙ୍କ କେଶ ନିଜ ଉଚ୍ଚତାଠାରୁ ଅଧିକ ଲମ୍ବା। ଆଉ ସେ ନିଜ କେଶକୁ ବହୁତ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ମନାଇବା ପାଇଁ ଯବାନ କଲେ ଏମିତି, ଫଟୋ ଭାଇରାଲ

ମସ୍କୋ: ଋଷିୟାନ୍‌ ସେନାର ଜଣେ ଯବାନ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାରମ୍ବାର ମନାଇବା ପାଇଁ...

କ୍ଷମା ହିଁ ଶାନ୍ତିପୂର୍ଣ୍ଣ ଜୀବନର ଲକ୍ଷ୍ୟ

କ୍ଷମା ଏକ ମାନବୀୟ ଗୁଣ। ଏହା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ହୋଇଯାଇଥାଏ। କ୍ଷମା କରିବା ଗୁଣକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୭...

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି।...

ହନୁମାନଙ୍କୁ ସମ୍ମାନ ଜଣାଇ ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ...

ଲିଜାର୍ଡ ଡେ: ଏବେ ସଙ୍କଟରେ

ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ...

୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ...

ଗ୍ରୀଷ୍ମରୁ ରକ୍ଷା ପାଇବାକୁ ବସ୍‌ ଛାତରେ ବଗିଚା କଲେ ଡ୍ରାଇଭର

ଦିନକୁ ଦିନ ବିଶ୍ୱ ତାପମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଗ୍ରୀଷ୍ମର ପ୍ରବାହ ଏତେ ବଢି ଯାଇଛି ଯେ ଅନେକ ସହରରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ...

ଫୁଲ୍‌ ପାଣି ବାଲ୍‌ଟି ଉପରେ ଚଢ଼ିଲା କୁକୁର, ପରେ କଲା ଏମିତି

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ କୁକୁରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ...

Advertisement
Archives

Model This Week