ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର…

ସେ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି। ବିଉଟି ଅପେକ୍ଷା ଟ୍ୟାଲେଣ୍ଟକୁ ବେଶି ଗୁରୁତ୍ୱ ଦିଅନ୍ତି। ସମସ୍ତଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଚାହାନ୍ତି, ଯାହାକି ତାଙ୍କ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ତଥା ସିମ୍‌ଲା ଫିଲ୍ମ ଫେଷ୍ଟିଭାଲ୍‌ରେ ବେଷ୍ଟ ଫିଚର ଫିଲ୍ମ ଆଓ୍ବାର୍ଡ ପାଇଥିବା ‘ଡାଲ୍‌ଚିନି’ରୁ ବେଶ୍‌ ବାରିହୁଏ। ତା’ଛଡା ରିଲିଜ ହେବାକୁ ଥିବା ‘ସମାପାଜୁର ରଘୁ’ ଚଳଚ୍ଚିତ୍ର ବି ଏହାର ଆଉ ଏକ ଦୃଷ୍ଟାନ୍ତ। ନିଜ ଅଭିନୟର ଯାଦୁରେ ବାନ୍ଧି ରଖିବାକୁ ଚାହୁଁଥିବା ଏଇ ଅଭିନେତ୍ରୀ ହେଉଛନ୍ତି ସୂର୍ଯ୍ୟମୟୀ ମହାପାତ୍ର…

ଟଲିଉଡ୍‌ ନୁହେଁ ଓଲିଉଡ୍‌ରେ କାମ କରିବାକୁ ଚାହିଁଥିଲି
ବାପା ଚାହଁୁଥିଲେ ଡାକ୍ତର ହେବି। ତେଣୁ ୨୦୧୪ରେ ଭାଇଜାଗରେ ମେଡିକାଲ କୋଚିଂ ନେଉଥିଲି। ସେତେବେଳେ ମିସ୍‌ ଭାଇଜାଗ ଅଡିସନ୍‌ ହେଉଥାଏ। ସେଥିରେ ଅଂଶଗ୍ରହଣ କରିବାକୁ ମୋ ବଡ଼ ଭଉଣୀ ବାଧ୍ୟ କଲା। ଆଉ ସୌଭାଗ୍ୟବଶତଃ ସେଥିରେ ଅଂଶ ଗ୍ରହଣ କରି ମୁଁ ସେକେଣ୍ଡ ରନର୍ସ ଅପ୍‌ ହେଲି। ଏହାପରେ ସାଉଥ୍‌ ଇଣ୍ଡଷ୍ଟ୍ରିର ବହୁତ ଅଫର୍‌ ଆସିଥିଲା। ହେଲେ ସେ ଭାଷା ସହ ମୁଁ କମ୍ଫର୍ଟେବୁଲ ନ ଥିଲି। ତେଣୁ ଓଡିଶାରେ ହିଁ ଆକ୍ଟିଂ କ୍ୟାରିୟର ଗଢିବାକୁ ନିଷ୍ପତ୍ତି ନେଲି। ଓଡ଼ିଶା ଆସି ରିୟାଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୨ରେ ଭାଗ ନେଲି। ଆଉ ଏଥିରେ ମୁଁ ଓ୍ବିନର୍‌ ହେଲି। ମତେ ପ୍ରଥମ ଫିଲ୍ମ ‘ଭଲପାଏ ତତେ ୧୦୦ରୁ ୧୦୦’ର ଅଫର୍‌ ମିଳିଲା। ଏଥିରେ ମୁଁ ବାବୁସାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଲି।

ପ୍ରଥମ କ୍ୟାମେରା ଫେସ୍‌
ଅଭିନୟରେ ମୋର କୌଣସି ଅଭିଜ୍ଞତା ନ ଥିଲା। ମୁଁ ଏତିକି ବି ଜାଣି ବି ନ ଥିଲି କ୍ୟାମେରାର କେଉଁ ସାଇଡକୁ ଦେଖିବି। ତେଣୁ ମୁଁ ମୋର ବେଷ୍ଟ ଦେଇପାରି ନ ଥିଲି।

ରୋଡିଜ୍‌ ଅଭିଜ୍ଞତା
ମୁଁ ସବୁବେଳେ ସବୁକିଛି ଟ୍ରାଏ କରିବାକୁ ଚାହେଁ। ସଫଳତା ମିଳୁ ବା ନ ମିଳୁ, ଜୀବନରେ କିଛି ଅବସୋସ ରଖିବାକୁ ଚାହେଁନା। ରିସ୍କ ନେବାକୁ ଭଲ ପାଏ। ତେଣୁ ମୋର ପ୍ରିୟ ଶୋ’ ‘ରୋଡିଜ୍‌’ରେ ଅଡିସନ୍‌ ଦେଇଥିଲି। ଆଉ ଓଡିଶାର ପ୍ରଥମ ପ୍ରତିଯୋଗୀ ଭାବେ ଶୋ’ର ଚତୁର୍ଥ ରାଉଣ୍ଡ ପର୍ଯ୍ୟନ୍ତ ଯାଇପାରିଥିଲି । ଅଭିନେତ୍ରୀ ନ ହୋଇଥିଲେ ବାସ୍କେଟ ବଲ୍‌ ଖେଳାଳୀ ଅବା ଏଣ୍ଟରପ୍ରେନ୍ୟୁର ହୋଇଥାନ୍ତି।

ଫେଭରେଟ୍‌ ଡେଲିଓ୍ବେର: ହୁଡିଜ୍‌ ପିନ୍ଧିବାକୁ ବହୁତ ଭଲ ଲାଗେ। ହୁଡିଜ୍‌ର ବହୁତ କଲେକ୍ସନ ମୋ ପାଖରେ ଅଛି। ମୁଁ ଅନ୍ୟକୁ ଫଲୋ ନ କରି ନିଜେ ଫ୍ୟାଶନ ଟ୍ରେଣ୍ଡ ସେଟ୍‌ କରିବାକୁ ଭଲ ପାଏ। ଆଉ ମୋ ଭଉଣୀ ମୋ ପାଇଁ ଡ୍ରେସ୍‌ ଡିଜାଇନ୍‌ କରେ। ସେଇ ଡିଫରେଣ୍ଟ ଷ୍ଟାଇଲ୍‌ର ଡ୍ରେସ୍‌ ମୋର ବହୁତ ପସନ୍ଦ।

ବ୍ୟାଡ କ୍ୱାଲିଟି: ମୁଁ ବହୁତ ଓଭର୍‌ ଥିଙ୍କ କରେ। ଛୋଟ କଥାକୁ ବେଶି ସିରିୟସ୍‌ଲୀ ନିଏ। ତେଣୁ ଅନେକ ସମୟରେ ବେଶି ଷ୍ଟ୍ରେସ୍‌ ଫିଲ୍‌ କରେ, ଏମିତିକି ଦେହ ବି ଖରାପ ହେଇଯାଏ।

ଅବସର ସମୟରେ: ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ଦେଖିବାକୁ ଭଲପାଏ।
ରୋଷେଇ: ମତେ ଖାଇବାକୁ ଭଲଲାଗେ। ହେଲେ ରୋଷେଇ ବିଶେଷ ଆସେନି।

ସ୍କୁଲ ବେଳର ସ୍ମୃତି: ମୁଁ ସ୍କୁଲରେ ପଢିବାବେଳେ ସ୍କାଉଟ୍‌ ଆଣ୍ଡ ଗାଇଡ୍ସରେ ଭାଗ ନେଉଥିଲି। ମୋର ମନେ ଅଛି ଥରେ ସାଧାରଣତନ୍ତ୍ର ଦିବସରେ ମୋ ହାଇଟ୍‌ଠୁ ବି ବଡ଼ ଟ୍ରଫି ମତେ ମିଳିଥିଲା। ସେଇକଥା ମନେ ପଡିଲେ ବହୁତ ଖୁସି ଲାଗେ।
ସିଙ୍ଗଲ୍‌ ନୁହେଁ: ମୁଁ ମ୍ୟାରେଡ୍‌। ମୋ କାମ ସହ ମୁଁ ମ୍ୟାରେଜ କରିଛି।

ପସନ୍ଦ ନା ପସନ୍ଦ: ଶପିଂ କରିବାକୁ ଭଲ ଲାଗେନା। କିନ୍ତୁ ବାଇକ୍‌ ଚଲେଇବାକୁ ବହୁତ ଭଲ ପାଏ।
ସିକ୍ରେଟ୍‌ ଶେୟାର କରେ: ମୋ’ ପେଟ୍‌ ସିଲଭର୍‌ (ପିଟ୍‌ ବୁଲ୍‌ ବ୍ରିଡ୍‌ର ଡଗ୍‌) ସହ ମୁଁ ମୋ ସିକ୍ରେଟ୍‌ ଶେୟାର କରେ। ସେ ମୋର ବହୁତ କ୍ଲୋଜ୍‌। ଡରେ: ମୋ ମା’ଙ୍କୁ ଡରେ।

 

ବିଉଟି ଓ ଫିଟ୍‌ନେସ୍‌ ସିକ୍ରେଟ୍‌
ମୁଁ ମୋ ନିଜକୁ କେବେ ବି ସୁନ୍ଦର ବୋଲି ଭାବେନି। ମତେ ଲାଗେ ଆଜି ମୁଁ ଯେଉଁଠି ବି ପହଞ୍ଚତ୍ଛି ତାହା କେବଳ ମୋ କଠିନ ପରିଶ୍ରମ ପାଇଁ, ସୁନ୍ଦରତା ପାଇଁ ନୁହେଁ। ଆଉ ଭଗବାନ ମତେ ଯେମିତି ଗଢିଛନ୍ତି ତାହା ଠିକ୍‌ ଅଛି। ତେଣୁ ମୁଁ ମୋର ବିଶେଷ ଯତ୍ନ ନେଇ ନ ଥାଏ। ତେବେ ଫିଟ୍‌ ରହିବା ଲାଗି ସକାଳୁ ଉଠି ଗରମ ପାଣିରେ ମହୁ ମିଶାଇ ପିଏ, ମର୍ଣ୍ଣିଂ ଓ୍ବାକ କରେ। ଜିମ୍‌ ଯାଇ ଓ୍ବେଟ୍‌ ଲିଫ୍ଟିଂ କରିବାକୁ ମତେ ବହୁତ ଭଲ ଲାଗେ। ଯୋଗ କରେନା। କାରଣ ଧ୍ୟାନ ଦେଇ ଯୋଗ କରିବାକୁ ମୋର ଧୈର୍ଯ୍ୟ ନାହିଁ। ଏହାଛଡା ବ୍ୟାଡମିଣ୍ଟନ, ବାସ୍କେଟ ବଲ୍‌ ଖେଳିବାକୁ ଭଲ ଲାଗେ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri