ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର…

ସେ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି। ବିଉଟି ଅପେକ୍ଷା ଟ୍ୟାଲେଣ୍ଟକୁ ବେଶି ଗୁରୁତ୍ୱ ଦିଅନ୍ତି। ସମସ୍ତଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଚାହାନ୍ତି, ଯାହାକି ତାଙ୍କ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ତଥା ସିମ୍‌ଲା ଫିଲ୍ମ ଫେଷ୍ଟିଭାଲ୍‌ରେ ବେଷ୍ଟ ଫିଚର ଫିଲ୍ମ ଆଓ୍ବାର୍ଡ ପାଇଥିବା ‘ଡାଲ୍‌ଚିନି’ରୁ ବେଶ୍‌ ବାରିହୁଏ। ତା’ଛଡା ରିଲିଜ ହେବାକୁ ଥିବା ‘ସମାପାଜୁର ରଘୁ’ ଚଳଚ୍ଚିତ୍ର ବି ଏହାର ଆଉ ଏକ ଦୃଷ୍ଟାନ୍ତ। ନିଜ ଅଭିନୟର ଯାଦୁରେ ବାନ୍ଧି ରଖିବାକୁ ଚାହୁଁଥିବା ଏଇ ଅଭିନେତ୍ରୀ ହେଉଛନ୍ତି ସୂର୍ଯ୍ୟମୟୀ ମହାପାତ୍ର…

ଟଲିଉଡ୍‌ ନୁହେଁ ଓଲିଉଡ୍‌ରେ କାମ କରିବାକୁ ଚାହିଁଥିଲି
ବାପା ଚାହଁୁଥିଲେ ଡାକ୍ତର ହେବି। ତେଣୁ ୨୦୧୪ରେ ଭାଇଜାଗରେ ମେଡିକାଲ କୋଚିଂ ନେଉଥିଲି। ସେତେବେଳେ ମିସ୍‌ ଭାଇଜାଗ ଅଡିସନ୍‌ ହେଉଥାଏ। ସେଥିରେ ଅଂଶଗ୍ରହଣ କରିବାକୁ ମୋ ବଡ଼ ଭଉଣୀ ବାଧ୍ୟ କଲା। ଆଉ ସୌଭାଗ୍ୟବଶତଃ ସେଥିରେ ଅଂଶ ଗ୍ରହଣ କରି ମୁଁ ସେକେଣ୍ଡ ରନର୍ସ ଅପ୍‌ ହେଲି। ଏହାପରେ ସାଉଥ୍‌ ଇଣ୍ଡଷ୍ଟ୍ରିର ବହୁତ ଅଫର୍‌ ଆସିଥିଲା। ହେଲେ ସେ ଭାଷା ସହ ମୁଁ କମ୍ଫର୍ଟେବୁଲ ନ ଥିଲି। ତେଣୁ ଓଡିଶାରେ ହିଁ ଆକ୍ଟିଂ କ୍ୟାରିୟର ଗଢିବାକୁ ନିଷ୍ପତ୍ତି ନେଲି। ଓଡ଼ିଶା ଆସି ରିୟାଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୨ରେ ଭାଗ ନେଲି। ଆଉ ଏଥିରେ ମୁଁ ଓ୍ବିନର୍‌ ହେଲି। ମତେ ପ୍ରଥମ ଫିଲ୍ମ ‘ଭଲପାଏ ତତେ ୧୦୦ରୁ ୧୦୦’ର ଅଫର୍‌ ମିଳିଲା। ଏଥିରେ ମୁଁ ବାବୁସାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଲି।

ପ୍ରଥମ କ୍ୟାମେରା ଫେସ୍‌
ଅଭିନୟରେ ମୋର କୌଣସି ଅଭିଜ୍ଞତା ନ ଥିଲା। ମୁଁ ଏତିକି ବି ଜାଣି ବି ନ ଥିଲି କ୍ୟାମେରାର କେଉଁ ସାଇଡକୁ ଦେଖିବି। ତେଣୁ ମୁଁ ମୋର ବେଷ୍ଟ ଦେଇପାରି ନ ଥିଲି।

ରୋଡିଜ୍‌ ଅଭିଜ୍ଞତା
ମୁଁ ସବୁବେଳେ ସବୁକିଛି ଟ୍ରାଏ କରିବାକୁ ଚାହେଁ। ସଫଳତା ମିଳୁ ବା ନ ମିଳୁ, ଜୀବନରେ କିଛି ଅବସୋସ ରଖିବାକୁ ଚାହେଁନା। ରିସ୍କ ନେବାକୁ ଭଲ ପାଏ। ତେଣୁ ମୋର ପ୍ରିୟ ଶୋ’ ‘ରୋଡିଜ୍‌’ରେ ଅଡିସନ୍‌ ଦେଇଥିଲି। ଆଉ ଓଡିଶାର ପ୍ରଥମ ପ୍ରତିଯୋଗୀ ଭାବେ ଶୋ’ର ଚତୁର୍ଥ ରାଉଣ୍ଡ ପର୍ଯ୍ୟନ୍ତ ଯାଇପାରିଥିଲି । ଅଭିନେତ୍ରୀ ନ ହୋଇଥିଲେ ବାସ୍କେଟ ବଲ୍‌ ଖେଳାଳୀ ଅବା ଏଣ୍ଟରପ୍ରେନ୍ୟୁର ହୋଇଥାନ୍ତି।

ଫେଭରେଟ୍‌ ଡେଲିଓ୍ବେର: ହୁଡିଜ୍‌ ପିନ୍ଧିବାକୁ ବହୁତ ଭଲ ଲାଗେ। ହୁଡିଜ୍‌ର ବହୁତ କଲେକ୍ସନ ମୋ ପାଖରେ ଅଛି। ମୁଁ ଅନ୍ୟକୁ ଫଲୋ ନ କରି ନିଜେ ଫ୍ୟାଶନ ଟ୍ରେଣ୍ଡ ସେଟ୍‌ କରିବାକୁ ଭଲ ପାଏ। ଆଉ ମୋ ଭଉଣୀ ମୋ ପାଇଁ ଡ୍ରେସ୍‌ ଡିଜାଇନ୍‌ କରେ। ସେଇ ଡିଫରେଣ୍ଟ ଷ୍ଟାଇଲ୍‌ର ଡ୍ରେସ୍‌ ମୋର ବହୁତ ପସନ୍ଦ।

ବ୍ୟାଡ କ୍ୱାଲିଟି: ମୁଁ ବହୁତ ଓଭର୍‌ ଥିଙ୍କ କରେ। ଛୋଟ କଥାକୁ ବେଶି ସିରିୟସ୍‌ଲୀ ନିଏ। ତେଣୁ ଅନେକ ସମୟରେ ବେଶି ଷ୍ଟ୍ରେସ୍‌ ଫିଲ୍‌ କରେ, ଏମିତିକି ଦେହ ବି ଖରାପ ହେଇଯାଏ।

ଅବସର ସମୟରେ: ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ଦେଖିବାକୁ ଭଲପାଏ।
ରୋଷେଇ: ମତେ ଖାଇବାକୁ ଭଲଲାଗେ। ହେଲେ ରୋଷେଇ ବିଶେଷ ଆସେନି।

ସ୍କୁଲ ବେଳର ସ୍ମୃତି: ମୁଁ ସ୍କୁଲରେ ପଢିବାବେଳେ ସ୍କାଉଟ୍‌ ଆଣ୍ଡ ଗାଇଡ୍ସରେ ଭାଗ ନେଉଥିଲି। ମୋର ମନେ ଅଛି ଥରେ ସାଧାରଣତନ୍ତ୍ର ଦିବସରେ ମୋ ହାଇଟ୍‌ଠୁ ବି ବଡ଼ ଟ୍ରଫି ମତେ ମିଳିଥିଲା। ସେଇକଥା ମନେ ପଡିଲେ ବହୁତ ଖୁସି ଲାଗେ।
ସିଙ୍ଗଲ୍‌ ନୁହେଁ: ମୁଁ ମ୍ୟାରେଡ୍‌। ମୋ କାମ ସହ ମୁଁ ମ୍ୟାରେଜ କରିଛି।

ପସନ୍ଦ ନା ପସନ୍ଦ: ଶପିଂ କରିବାକୁ ଭଲ ଲାଗେନା। କିନ୍ତୁ ବାଇକ୍‌ ଚଲେଇବାକୁ ବହୁତ ଭଲ ପାଏ।
ସିକ୍ରେଟ୍‌ ଶେୟାର କରେ: ମୋ’ ପେଟ୍‌ ସିଲଭର୍‌ (ପିଟ୍‌ ବୁଲ୍‌ ବ୍ରିଡ୍‌ର ଡଗ୍‌) ସହ ମୁଁ ମୋ ସିକ୍ରେଟ୍‌ ଶେୟାର କରେ। ସେ ମୋର ବହୁତ କ୍ଲୋଜ୍‌। ଡରେ: ମୋ ମା’ଙ୍କୁ ଡରେ।

 

ବିଉଟି ଓ ଫିଟ୍‌ନେସ୍‌ ସିକ୍ରେଟ୍‌
ମୁଁ ମୋ ନିଜକୁ କେବେ ବି ସୁନ୍ଦର ବୋଲି ଭାବେନି। ମତେ ଲାଗେ ଆଜି ମୁଁ ଯେଉଁଠି ବି ପହଞ୍ଚତ୍ଛି ତାହା କେବଳ ମୋ କଠିନ ପରିଶ୍ରମ ପାଇଁ, ସୁନ୍ଦରତା ପାଇଁ ନୁହେଁ। ଆଉ ଭଗବାନ ମତେ ଯେମିତି ଗଢିଛନ୍ତି ତାହା ଠିକ୍‌ ଅଛି। ତେଣୁ ମୁଁ ମୋର ବିଶେଷ ଯତ୍ନ ନେଇ ନ ଥାଏ। ତେବେ ଫିଟ୍‌ ରହିବା ଲାଗି ସକାଳୁ ଉଠି ଗରମ ପାଣିରେ ମହୁ ମିଶାଇ ପିଏ, ମର୍ଣ୍ଣିଂ ଓ୍ବାକ କରେ। ଜିମ୍‌ ଯାଇ ଓ୍ବେଟ୍‌ ଲିଫ୍ଟିଂ କରିବାକୁ ମତେ ବହୁତ ଭଲ ଲାଗେ। ଯୋଗ କରେନା। କାରଣ ଧ୍ୟାନ ଦେଇ ଯୋଗ କରିବାକୁ ମୋର ଧୈର୍ଯ୍ୟ ନାହିଁ। ଏହାଛଡା ବ୍ୟାଡମିଣ୍ଟନ, ବାସ୍କେଟ ବଲ୍‌ ଖେଳିବାକୁ ଭଲ ଲାଗେ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

୪୭ ବର୍ଷରେ ହାତକୁ ଦି’ ହାତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ...

ଆଲିଆଙ୍କୁ ପ୍ରଶଂସା କରି ଟ୍ରୋଲ ହେଲେ ସୁହାନା

ଶାହାରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ମୁକ୍ତିଲାଭ କରିବ। ସୁହାନା...

ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ...

ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ...

କାଜୋଲଙ୍କ ମୁଦି ନେଇ ଅଜୟ ତାଙ୍କୁ ହିଁ କରିଥିଲେ ପ୍ରପୋଜ

ମୁମ୍ବାଇ: ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ,...

ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା...

ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ...

ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri