Posted inଖେଳ

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର ବର୍ଷା କଲେ। ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୋଇଲ ଅଲି ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଗୁ କେକେଆର ଆଗରେ ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି ସିଏସ୍‌କେ।

ରୁତୁରାଜ ଗାଏକ୍ୱାଡ ଓ ଫାଫ୍‌ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି ୧୨ ଓଭରରେ ଯୋଡ଼ିଥିଲେ ୧୧୫ ରନ୍‌। ଏପର୍ଯ୍ୟନ୍ତ ଆଇପିଏଲରେ ସଂଘର୍ଷ କରୁଥିବା ଗାଏକ୍ୱାଡ ଖେଳିଥିଲେ ୬୪ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୬ ଚୌକା ଓ ୪ ଛକା। ଅନ୍ୟ ପଟେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ଡୁ’ପ୍ଲେସି। ସେ ୬୦ ବଲରେ ୯ ଚୌକା ଓ ୪ ଛକା ବଳରେ ୯୫ ରନ୍‌ର ଅପରାଜିତ ରହିିଥିଲେ। ତାଙ୍କ ବାଦ୍‌ ୨୫ (୨ ଲେଖାଏ ଛକା ଓ ଚୌକା) ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ମୋଇନ ଅଲି। ଉପର କ୍ରମରେ ଆସିଥିବା ଅଧିନାୟକ ଧୋନୀ (୧୭)ଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବହୁ ପ୍ରତୀକ୍ଷିତ ଛକା। ଇନିଂସର ଅନ୍ତିମ ବଲରେ ଛକା ମାରିଥିଲେ ରବୀନ୍ଦ୍ର ଜାଡେଜା। ଫଳରେ ଚେନ୍ନାଇ ୨୦ ଓଭରରେ ୩ ଉଇକେଟ ୨୨୦ ରନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମତ୍କାରୀ ଚିନ୍ମୟୀ

ଆକ୍ସନ ଫିଲ୍ମ ପ୍ରତି ଆଗ୍ରହରୁ ଫାଇଟିଂ ଶିଖିବାର ସଉକ। ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଏବେ ବନିଯାଇଛନ୍ତି ସଫଳ କ୍ରୀଡ଼ାବିତ୍‌। କେବଳ ସେତିକି...

୯ ବର୍ଷ ବୟସରେ ପଣ୍ଟିଂଙ୍କ ବ୍ୟାଟିଂ ଦେଖି ଭୟରେ ନିୟମ ବଦଳାଇ ଦେଇଥିଲା ସ୍କୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱରେ ଦେଶକୁ ୨ଥର ବିଶ୍ୱ ଚାମ୍ପିୟନ କରାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ...

ଟି୨୦ ବିଶ୍ୱକପ୍‌ ଦଳରେ ଜଣେ ପେସରଙ୍କ ଅଭାବ

ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ...

ଆଇପିଏଲ୍‌: ମୁମ୍ବାଇ- ଦିଲ୍ଲୀ ଟାଇଟଲ ମୁକାବିଲା

ଦୁବାଇ,୧୦।୧୧(ପି.ଟି.): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୩ତମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ।...

ମିଳିଲାନି ସୁଯୋଗ, ସ୍ବଦେଶ ଫେରିଲେ କୁଳଦୀପ

ନୂଆଦିଲ୍ଲୀ,୨୭।୯: ବାମହାତୀ ସ୍ପିନର କୁଳଦୀପ ଯାଦବଙ୍କ ପାଇଁ କିଛି ବି ଠିକ୍‌ ଚାଲୁନାହିଁ। ଫର୍ମ ହରାଇବା ପର ଠାରୁ ତାଙ୍କୁ ଜାତୀୟ ଦଳ କଥା ଛାଡ଼ନ୍ତୁ,...

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟରେ ସାଇ ଏକାଡେମୀକୁ ଡବଲ ଟାଇଟଲ...

ଅବହେଳିତ ପିଲାଙ୍କ ପାଇଁ ବ୍ୟାଟ ନିଲାମ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୪ (ପି.ଟି.): ଅବହେଳିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବେ ଅଣ୍ଟା ଭିଡିଛନ୍ତି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ...

ଆମେରିକୀୟ ଟେନିସ ଖେଳାଳି ଫ୍ରାନ୍‌ସେସ୍‌ କରୋନା ପଜିଟିଭ୍‌

ନ୍ୟୁୟର୍କ,୫।୭: ଆମେରିକୀୟ ଟେନିସ ଖେଳାଳି ଫ୍ରାନସେସ୍‌ ଟିଆଫୋଏ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ଟେଷ୍ଟରେ ତାଙ୍କର ନମୁନା ପଜିଟିଭ ବୋଲି ସେ କହିଛନ୍ତି। ଟୁଇଟ୍‌...

Advertisement
Archives

Model This Week