ନିରୀହ ଜମିହରାଙ୍କୁ କାରଖାନା ମନା

ଯାଜପୁର/କଳିଙ୍ଗନଗର,୧୪ା୭(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ଗ୍ରାମର ନିରୀହ ଜମିହରାଙ୍କୁ କାରଖାନା ଗେଟ୍‌ ପରିସରରେ ବି ପାଦ ଥାପିବା ମନା। ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଡବଲ ବୁଲ୍‌ ସିମେଣ୍ଟ ନୁଭୋକୋ(ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ। ଏହି ସିମେଣ୍ଟ କାରଖାନା ପ୍ରତିଷ୍ଠା ପୂର୍ବରୁ ୨୦ା୧୨ା୨୦୧୬ରେ ଅନୁଷ୍ଠିତ ଏକ ତ୍ରିପାକ୍ଷିକ ବୈଠକରେ ନିଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲିଖିତ ପ୍ରତିଶ୍ରୁତି ଦେଇ ଉତ୍ପାଦନ ହେବା ପରେ ଜମିହରାଙ୍କୁ ଠକି ଚାଲିଛି। ଫଳରେ ୫୦ରୁ ଊର୍ଦ୍ଧ୍ୱ ନିରୀହ ଜମିହରା ପରିବାର ନିଯୁକ୍ତି ନ ପାଇ ଦିନ ମଜୁରିଆ ସାଜିଛନ୍ତି। ଏପରି କି କ୍ଷତିଗ୍ରସ୍ତ ପରିବାର ଲୋକେ ନିଯୁକ୍ତି ଦାବି କରି କାରଖାନା ସମ୍ମୁଖରେ ଏକାଧିକ ଥର ଆନ୍ଦୋଳନ କରିବା ପରେ ସେମାନଙ୍କୁ ଭାଗ ଭାଗ କରିବା ପାଇଁ କୂଟନୀତି ଆପଣାଇଥିବା ଅଭିଯୋଗ ହୋଇଛି। ଏହାସହ ଯେଉଁ କେତେକ ଜମିହରା ପରିବାର ନିଯୁକ୍ତି ପାଇଛନ୍ତି ସେମାନେ ବହୁତ କମ ଦରମାରେ ଠିକା ଶ୍ରମିକ କିମ୍ବା ଦିନ ମଜୁରିଆ ଭାବେ ଖଟୁଛନ୍ତି। ଏହିକ୍ରମରେ ଗତ ୨୮ ତାରିଖରେ କର୍ମଚାରୀମାନେ ନିୟମିତ ନିଯୁକ୍ତି ସହ ଦରମା ବୃଦ୍ଧି ଆଦି ଦାବି କରି କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିବା ସୂଚନା ମିଳିଛି।
ଯାଜପୁର ଜିଲା କଳିଙ୍ଗନଗର ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ ଓ ଖଣିସଂସ୍ଥାଗୁଡିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥାନୀୟ ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି। ୯୦ଦଶକରେ ଏକର ପିଛା ମାତ୍ର ୩୭ ହଜାର ଟଙ୍କାରେ ଲୋକଙ୍କ ହଜାର ହଜାର ଏକର ଜମି ରାଜ୍ୟ ସରକାରଙ୍କ ସଂସ୍ଥା ଇଡ୍‌କୋ ଜରିଆରେ ଅଧିଗ୍ରହଣ କରାଯାଇଛି । ଏହି ପ୍ରକ୍ରିୟାରେ ଭିଟାମାଟି ଜମି ହରାଉଥିବା ଲୋକ ନ୍ୟାୟ ପାଉ ନ ଥିବା କାରଣରୁ ଶିଳ୍ପକୁ ନେଇ ଅସନ୍ତୋଷ ସୃଷ୍ଟି ହେଉଛି । ଏହି କ୍ରମରେ ମେସର୍ସ ଇମାମି ସିମେଣ୍ଟ ଲିମିଟେଡ ବା ନୁଭୋକୋ କାରଖାନା ଦାନଗଦି ତହସିଲ ଅନ୍ତର୍ଗତ ମାନତିରା ମୌଜା ଦଶମାଣିଆଠାରେ ପ୍ରାୟ ୩ ବର୍ଷ ହେବ ସିମେଣ୍ଟ ଗ୍ରାଇଣ୍ଡିଂ ମିଲ ପ୍ରକଳ୍ପରୁ ଉପତ୍ାଦନ ଆରମ୍ଭ ହୋଇଛି। ହେଲେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଇମାମି କାରଖାନା କର୍ତ୍ତୃପକ୍ଷ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜମିହରା ପରିବାରଙ୍କୁ ଏଯାଏ ସ୍ଥାୟୀ ନିଯୁକ୍ତି ଦେଇ ପାରିନାହିଁ। ଏନେଇ ବାରମ୍ବାର କ୍ଷତିଗ୍ରସ୍ତ ପରିବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ୨୦୧୭ରେ କଳିଙ୍ଗନଗରରେ ଇମାମି ସିମେଣ୍ଟ କାରଖାନା ଗଢି ଉଠିଥିଲା। ବର୍ଷକୁ ୨.୦ ମିଲିୟନ ଟନ୍‌ ପୋର୍ଟଲ୍ୟାଣ୍ଡ ପୋଯୋଲୋନା ସିମେଣ୍ଟ(ପିପିସି), ପୋର୍ଟଲ୍ୟାଣ୍ଡ ଧାତୁ ଖାଦ(ପିଏସ୍‌ସି) ଏବଂ ସାଧାରଣ ପୋର୍ଟଲ୍ୟାଣ୍ଡ ସିମେଣ୍ଟ(ଓପିସି) ଉପତ୍ାଦନ କରିବାକୁ ଏହି କାରଖାନା ଲକ୍ଷ୍ୟ ରଖିଥିଲା। ପ୍ରକଳ୍ପରେ ସମୁଦାୟ ୪୦୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାସହ ପ୍ରକଳ୍ପର ନିର୍ମାଣ ଅବଧି ସମୟରେ ପ୍ରାୟ ୪୫୦ କର୍ମଚାରୀ ଏବଂ ୫୮ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରକଳ୍ପ ପାଇଁ ସମୁଦାୟ ୭୦.୫୦ ଏକର ଜମି ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ମିଳିଥିଲା।। କିନ୍ତୁ ଜମିହରାଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିବାର ସନ୍ଦେହ କରି ପ୍ରଥମ ଜନଶୁଣାଣିକୁ ପ୍ରଭାବିତ ଲୋକେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଇମାମି କର୍ତ୍ତୃପକ୍ଷ ଚଞ୍ଚକତା କରି କେତେଜଣ ପ୍ରଭାବଶାଳୀ ରାଜନେତାଙ୍କୁ ହାତକରି ଜନଶୁଣାଣିକୁ ସଫଳ କରିଥିଲେ। ସେତେବେଳେ ସମସ୍ତ ଜମିହରା ପରିବାରଙ୍କୁ ନିଯୁକ୍ତି ସମେତ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଜମିହରା ପରିବାରଙ୍କୁ ନିଯୁକ୍ତିରେ ପ୍ରାଧାନ୍ୟ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ୩ ମାସରେ ଥରେ ସ୍ବାସ୍ଥ୍ୟ କ୍ୟାମ୍ପର ଆୟୋଜନ, ପ୍ରଦୂଷଣ ନିୟନ୍ତ୍ରଣ ଆଦି ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଫଳରେ ଜମିହରା ପରିବାରବର୍ଗଙ୍କ ମଧ୍ୟରୁ କୃପାସିନ୍ଧୁ ଜେନା, ସନ୍ତୋଷ ଜେନା, ମହେନ୍ଦ୍ର ଜେନା, ପ୍ରେମାନନ୍ଦ ଜେନା, ବିଶ୍ୱରଞ୍ଜନ ଜେନା, ଅମରେନ୍ଦ୍ର ଜେନା, ପ୍ରଶାନ୍ତ ବ୍ରହ୍ମ, ସୁଶାନ୍ତ ବ୍ରହ୍ମ, ସୋମନାଥ ବ୍ରହ୍ମ, ଦୀପକ କୁମାର ନାୟକ, ଦେବୀପ୍ରସାଦ ଜେନା ପ୍ରମୁଖ ଜମିହରା ପରିବାର ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଦୀର୍ଘ ୭ ବର୍ଷ ହେଲା ପୁନର୍ବାସ ଓ ଥଇଥାନ ଉପଦେଷ୍ଟା କମିଟି ବୈଠକ ନିୟମିତ ବସୁ ନ ଥିବାରୁ କ୍ଷତିଗ୍ରସ୍ତ ପରିବାରଗୁଡିକର ସମସ୍ୟା ଅସମାହିତ ରହିଛି। ଫଳରେ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟଚ୍ୟୁତି ଘଟିବାରେ ଲାଗିଛି। ଉଚ୍ଚସ୍ତରରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ଭୂମିକା ମଧ୍ୟ ସନ୍ତୋଷଜନକ ଓ ଗ୍ରହଣଯୋଗ୍ୟ ଲୋକଙ୍କ ପାଇଁ ହେଉନାହିଁ ବୋଲି ମତପ୍ରକାଶ ପାଇଛି। ଗତ ପ୍ରାୟ ୨ ବର୍ଷ ହେଲା ଇମାମି ସିମେଣ୍ଟ ବିକ୍ରି ହୋଇ ନୁଭୋକୋ ନାମରେ ନାମିତ ହୋଇଛି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନଙ୍କ ଜମି ଯାଇଛି ସେମାନଙ୍କୁ ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏହି କମ୍ପାନୀ ପ୍ରତିଷ୍ଠାରେ କେହି ବିସ୍ଥାପିତ ହୋଇ ନାହାନ୍ତି। ତଥାପି ସ୍ଥାନୀୟ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦିଆଯାଉଛି। ତେବେ ପୂର୍ବ ପ୍ରତିଶ୍ରୁତି କାହିଁକି ପୂରଣ କରାଯାଇ ନାହିଁ, ସେ ନେଇ ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?