ମହାନଦୀରେ ବେଆଇନ ବାଲିଘାଟକୁ ଅନୁକମ୍ପା

ନୟାଗଡ଼,୧୨।୫(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ମହାନଦୀରେ ବେଆଇନ ବାଲିଘାଟକୁ ଅନୁକମ୍ପା ଦେଖାଇ ନୟାଗଡ଼ ଜିଲା ପ୍ରଶାସନ ସନ୍ଦେହ ଘେରକୁ ଆସିଛି । କେତେଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅନୁକମ୍ପା ଯୋଗୁ ସରକାର ଅନେକ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ମହାନଦୀର ମାଧପୁର ବାଲିଘାଟକୁ ଛାଡିଦେଲେ ଅନ୍ୟ କୌଣସି ବାଲିଘାଟ ନିଲାମ ଦିଆଯାଇ ନ ଥିବା ବେଳେ ପ୍ରତ୍ୟହ ବେଆଇନ ଭାବେ ବାଲି ଚୋରା ଚାଲାଣ ଚାଲିଛି ।ପ୍ରଶାସନ ପକ୍ଷରୁ ଚଢ଼ାଉ କି ଧରପଗଡ ନ ଥିବାରୁ ଅବାଧରେ ବାଲି ଚାଲାଣ ଚାଲିଛି ।
ସରକାରୀ ରିପୋର୍ଟ କହୁଛି କେବଳ ମାଧପୁରରେ ବାଲିଘାଟ ହେଉଛି । କିନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖିଲେ ଗଣିଆ ତହସିଲର କେନ୍ଦୁପଲ୍ଲୀ, ୱାଲିପୁର, ପୂର୍ଣ୍ଣଚନ୍ଦ୍ରପୁର ମହାନଦୀର ବାଲି ଘାଟରୁ ବାଲି ଉଠୁଛି । କିନ୍ତୁ ଏହି ବାଲିଘାଟ ନିଲାମ ଦିଆ ନ ଯାଇ ବାଲି ଉଠିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । କେତେଜଣ ଲୋକ ଏହି ଘାଟକୁ ବାଲି ନିଲାମ ନେଇଛନ୍ତି ଦର୍ଶାଇ ଭଲ ଟଙ୍କା ରୋଜଗାର କରୁଛନ୍ତି । ସେହିପରି ଖଣ୍ଡପଡ଼ା ତହସିଲର ସିଦ୍ଧାମୂଳା ବାଲିଘାଟରୁ ପୁଣି ବାଲ ଉଠୁଛି । ପୂର୍ବରୁ ଏ ବାଲି ଘାଟ ନିଲାମ ହେଉଥିଲା । ପରେ କିନ୍ତୁ ନିଲାମ ବନ୍ଦ ରହିଛି । ହେଲେ ବାଲି ଚୋରା ଚାଲାଣ ରୋକା ଯାଇ ପାରିୁନି । ସିଦ୍ଧାମୂଳା ବାଲିଘାଟରୁ ଓଡ଼ଗଁା, ଖଣ୍ଡପଡ଼ା, ନୟାଗଡ଼, ରଣପୁର ଅଞ୍ଚଳକୁ ବାଲି ଚୋରା ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷେ ସିଦ୍ଧାମୂଳାଠାରୁ କିଛି ବାଟ ପରେ କଟକ ଜିଲାର ବୈଦେଶ୍ୱର ବାଲି ଘାଟ ରହିଛି । ଏହା ପୁଣି ବେଆଇନ ବୋଲି କୁହାଯାଉଛି। ଏଠାରୁ ବାଲି ଖୋର୍ଦ୍ଧ, ବାଲୁଗଁା, ଟାଙ୍ଗି, ଚାନ୍ଦପୁର, ଭୁବନେଶ୍ୱର ଯାଉଛି । ସରକାର ରାଜସ୍ବ ହରାଉଥିଲେ ମଧ୍ୟ ମହାନଦୀରେ ଏକାଧିକ ବାଲି ଘାଟ କରି ବେଆଇନ ଭାବେ ବାଲି ବୁହା ଚାଲିଛି। ଜିଲାରେ କୋଠା ଘର ଓ ସରକାରୀ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ବଢ଼ି ଚାଲିଥିବାରୁ ଅନେକ ନଦୀ ଓ ନାଳରେ ବାଲି ସଙ୍କଟ ଦେଖା ଦେଲାଣି। ପୁଣି ବନ୍ୟା ଆଗଭଳି ଆଉ ହେଉ ନାହିଁ । ଯଦ୍ୱାରା ନଦୀରେ ବାଲି ଆସୁନି । କୋଚିତ ବନ୍ୟା ଲୋକଙ୍କ ଗୃହ ନିର୍ମାଣ ପାଇଁ ଆବଶ୍ୟକତା ବାଲିକୁ ପୂରଣ କରି ପାରୁ ନାହିଁ । ଜିଲା ମଧ୍ୟ ଦେଇ ଯାଇଥିବା ମହାନଦୀ ଏହି ଆବଶ୍ୟକତାକୁ ପୂର୍ଣ୍ଣ କରୁଛି ।
ଏନେଇ ପରିବେଶବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ବାଲି ଘାଟ ନିଲାମକୁ କଡାକଡି କରିବା ଦରକାର । ବାଲିଘାଟ ନିଲାମ କଡାକଡି ହେଉ ନ ଥିବାରୁ ଚୋରା ଚାଲାଣ ବଢ଼ୁଛି । ବାଲି ବ୍ୟବସାୟୀମାନେ ସରକାରଙ୍କୁ ରାଜସ୍ବ ନ ଦେଇ ହାତଗୁଞ୍ଜା ଦେଇ କାରବାର ଚଲାଉଛନ୍ତି । ବାଲିଘାଟ ନିଲାମ ହେଲେ ଗୃହ ନିର୍ମାଣକାରୀଙ୍କ ପାଇଁ କୌଣସି ଅସୁବିଧା ନାହିଁ, ବରଂ ବାଲି ପାଇବାରେ ସ୍ବଚ୍ଛତା ଆସିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ପ୍ରଶାସନ ବେଆଇନ ବାଲିଘାଟ ପ୍ରୀତିକୁ ଛାଡି ଚଢ଼ାଉ, ଧରପଗଡକୁ ତ୍ୱରାନ୍ବିତ କରିବା ଦରକାର ବୋଲି କହିଛନ୍ତି । ପରିବେଶବିତ୍‌ ଓ ସାମାଜିକକର୍ମୀ ସ୍ବାମୀ ହରି ଶରଣ ମହାରାଜ କୁହନ୍ତି, ନିର୍ମାଣ କାର୍ଯ୍ୟ ବଢ଼ି ଚାଲିଛି । ବାଲିର ଆବଶ୍ୟତା ମଧ୍ୟ ବଢ଼ୁଛି। ତେବେ ବାଲିଘାଟ ନିଲାମ କରାଯାଉ ନ ଥିବାରୁ ସରକାର ଅନେକ କୋଟି ଟଙ୍କା ହରାଇ ଚାଲିଛନ୍ତି । କିଛି ହାତଗୁଞ୍ଜା ନେଇ ଚଢ଼ାଉ କରା ନ ଯିବା ଖରାପ ବାର୍ତ୍ତା ଯାଉଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ଦରକାର । ନିର୍ବାଚନ ସମୟରେ ବେଶି ବାଲି ଚୋରା ଚାଲାଣ ହେଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?