Posted inଜାତୀୟ

ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ

ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ ପ୍ରବାହ ଧାରା ଉପରେ କଟକଣା ଲଗାଇଛନ୍ତି ବା ଲଗାଇବାକୁ ଉଦ୍ୟମ କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ଓ୍ବେବ୍‌ସାଇଟ ଏବଂ ସର୍ଚ୍ଚ ଇଞ୍ଜିନ୍‌ଗୁଡ଼ିକ ଭାରତର ନୂଆ ଆଇଟି ନିୟମାବଳୀକୁ ନେଇ ଅଡୁଆରେ ପଡ଼ିଥିବାବେଳେ ପିଚାଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଭଲ ପାଇଁ ମୁକ୍ତ ଓ ଅବାଧ ଇଣ୍ଟରନେଟ ଏକ ବିଶାଳ ଶକ୍ତି ବୋଲି ସେ ବିବେଚନା କରୁଥିଲେ ଏବଂ ଏହାକୁ ଏକ ପ୍ରାପ୍ୟ ଭାବେ ଧରିନେଇଥିଲେ। ତେବେ ଅନ୍‌ଲାଇନ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଆଇନ ଆଣୁଥିବାରୁ ଉକ୍ତ ଧାରଣା ବଦଳିଯାଇଛି। କେଉଁ ଉକ୍ତି ଠିକ୍‌ ଏବଂ କାହାକୁ ଅନୁମତି ଦିଆଯିବା ଉଚିତ ତାହା ଉପରେ ବିଭିନ୍ନ ଦେଶରେ ବିତର୍କ ଦେଖାଦେଇଛି। ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଓ ମୂଲ୍ୟବୋଧ ଥିବା ଦେଶଗୁଡ଼ିକ ଇଣ୍ଟରନେଟର ସମ୍ଭାବିତ ବିଖଣ୍ଡନ ବିରୋଧରେ ସ୍ବର ଉଠାଇବାକୁ ଗୁଗଲ୍‌ ମୁଖ୍ୟ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ: ହିନ୍ଦୁ, ମୁସ୍‌ଲିମ ରୋଗୀଙ୍କ ପାଇଁ ଅଲଗା ଓ୍ବାର୍ଡ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଗୁଜରାଟର ଏକ ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳିଛି। ଏହି ବୈଷମ୍ୟପୂର୍ଣ୍ଣ ବିଷୟ ସାମ୍ନାକୁ ଆସିବା...

ତବଲିଗି ଜମାତର ବିଦେଶୀ ନାଗରିକଙ୍କୁ ୧୦ ବର୍ଷ ପାଇଁ ଭାରତ ମନା

ନୂଆଦିଲ୍ଲୀ,୪।୬: ତବଲିଗି ଜମାତର ଗତିବିଧିରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମାନେ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ...

ବୁଡ଼ାଜାହାଜ ପ୍ରକଳ୍ପରୁ ଓହରିଲା ଫ୍ରାନ୍ସ

ନୂଆଦିଲ୍ଲୀ,୪।୫ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତର ଦିନକ ପୂର୍ବରୁ ସେଠାର ନାଭାଲ ଗ୍ରୁପ୍‌ ଭାରତ ସହ ବୁଡାଜାହାଜ ପ୍ରକଳ୍ପ (ପି-୭୫ଆଇ) ବୁଝାମଣାରୁ ଓହରିଯାଇଛି।...

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ...

ପରିବାରରେ ୩୨ ଜଣଙ୍କୁ କରୋନା

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ବାନ୍ଦା ସହର ଫୁଟାକୂଆଁ ଅଞ୍ଚଳରେ ଗୋଟିଏ ପରିବାରର ୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସିଏମ୍‌ଓ ଏନ୍‌.ଡି. ଶର୍ମା କହିଛନ୍ତି, ଜିଲାରେ ୪୪...

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ...

୪୬ ଦିନରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ: ୨୪ ଘଣ୍ଟାରେ ୩,୪୬୦ ମୃତ…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ...

Advertisement
Archives

Model This Week