ଫେସବୁକ ଡାଉନ ଯୋଗୁ ଜୁକରବର୍ଗଙ୍କ ୭ ଅରବ ଡଲାର କ୍ଷତି

ୱାଶିଂଟନ,୫ ।୧୦: ଫେସବୁକ ଡାଉନ ଯୋଗୁ ଏହାର କୋ ଫାଉଣ୍ଡର ଓ ସିଇଓ ମାର୍କ ଜୁକରବର୍ଗଙ୍କୁ ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହିବାକୁ ପଡିଛି । ତାଙ୍କର ନେଟୱର୍ଥରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୭ ଅରବ ଡଲାର(୫୨ ହଜାର କୋଟି ଟଙ୍କା) କ୍ଷତି ହୋଇଛି । ଫଳରେ ସେ ଅରବପତିଙ୍କ ତାଲିକାରେ ଟିକେ ତଳକୁ ଖସି ଯାଇଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ସମୟଅନୁସାରେ ସୋମବାର ତାରି ପ୍ରାୟ ୧୦ଟା ପରଠାରୁ ବିଶ୍ୱର ସବୁ ସ୍ଥାନରେ ଫେସବୁକର ସମସ୍ତ ସର୍ଭିସଡାଉନ ହୋଇଯାଇଥିଲା । ଫେସବୁକ୍ ସର୍ଭିସ ବ୍ୟତୀତ ଇନଷ୍ଟାଗ୍ରାମ, ହ୍ୱାଟସଆପ, ଆମେରିକା ଟେଲିକମ କମ୍ପାନୀ ଯେମିତିକି ଭେରି ଜୋନ୍‌, ଏଟି ଆଣ୍ଡ ଟି ଓ ଟି ମୋବାଇଲର ସର୍ଭିସ କିଛି ଘଣ୍ଟା ପାଇଁ ଠପ୍ ହୋଇ ଯାଇଥିଲା । ଏହାରି ଭିତରେ ଜୁକରବର୍ଗ ଏକ ମୋଟା ଅଙ୍କର କ୍ଷତି ସହିଛନ୍ତି । ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସ ଅନୁଯାୟୀ, ଏଥିପାଇଁ ଜୁକରବର୍ଗଙ୍କର ନେଟୱର୍ଥ କମ୍ ହୋଇ ୧୨୦.୯ ଡଲାର ହୋଇଯାଇଛି ଓ ସେ ବିଲ ଗେଟସ୍‌ଙ୍କ ତଳକୁ ୫ମ ସ୍ଥାନକୁ ଖସି ଆସିଛନ୍ତି । ପୂର୍ବରୁ ସେ ବିଲିୟନିୟର୍ସଙ୍କ ତାଲିକାର ଚତୁର୍ଥ ସ୍ଥାନରେ ଥିଲେ । ଚଳିତ ବର୍ଷ ୧୩ ସେପ୍ଟେମ୍ବରରୁ ଏବେପର୍ଯ୍ୟନ୍ତ ତାଙ୍କର ନେଟୱର୍ଥରେ ୧୯ ଅରବ ଡଲାର କ୍ଷତି ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri