ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି: ନିର୍ଦ୍ଦେଶନାମା ରଦ୍ଧ ପାଇଁ ବନ ନିଗମ ସଙ୍ଘ ପକ୍ଷରୁ ଦାବି

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ): ଓଡ଼ିଶା ବନ ଉନ୍ନୟନ ନିଗମରେ ଆଉଟ ସୋର୍ସିଂ ଆଳରେ   ପୁନଃ ନିଯୁକ୍ତି ବଞ୍ଚେଇ ରଖିବା ପାଇଁ ନିଗମ କର୍ତ୍ତୃପକ୍ଷଙ୍କ ମସୁଧା ଚଳାଇଛନ୍ତି।  ଦୀର୍ଘଦିନ ଧରି ବନ ଉନ୍ନୟନ ନିଗମରେ ପୁନଃ ନିଯୁକ୍ତି ଆଳରେ ପ୍ରାୟ ୨୦୦ ଶହ  ଅବସରପ୍ରାପ୍ତ କର୍ମଚାରୀଙ୍କୁ ରଖାଯାଇଥିଲା  । ଯାହା ଫଳରେ ନିଗମର ଆର୍ଥିକ କ୍ଷତି ହେବା ସଂଗେସଂଗେ ନିୟମିତ କର୍ମଚାରୀଙ୍କ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଥିଲା । ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ବିରୋଧ ଓ ପ୍ରଚେଷ୍ଟା ଫଳରେ ପରିଚାଳନା କର୍ତ୍ତୃପକ୍ଷ  ଗତ ୩୧.୧୨.୨୦୧୫ ତାରିଖଠାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ବନ୍ଦ କରିଦେଲେ। କିଛି ଅଫିସର୍‌ ଏବେବି ସେମାନଙ୍କର ସ୍ବାର୍ଥ ହାସଲ ପାଇଁ ଏହି ଧାରାକୁ ବଜାଇ ରଖିବା ପାଇଁ ଚେଷ୍ଟା କରିଛନ୍ତି I ଯାହାରି ଫଳରେ ସେମାନଙ୍କର କ୍ଷମତା ନଥାଇ  ମଧ୍ୟ ସେମାନେ ପୁନଃ ନିଯୁକ୍ତି କରିବା ପାଇଁ ଆଦେଶ ଦେଉଛନ୍ତି। ବନ ଉନ୍ନୟନ ନିଗମର ଜଣେ ଅଧିକାରୀ ଇତିମଧ୍ୟରେ ତାଙ୍କର କ୍ଷମତା ନଥାଇ  ମଧ୍ୟ ପୁନଃ ନିଯୁକ୍ତି ଦେଇଛନ୍ତି ।
ଏଥିସହ ନିୟମ ଅନୁଯାୟୀ ବେତନଠାରୁ ମଧ୍ୟ ଅଧିକା ପାରିଶ୍ରମିକ ଦେଇଛନ୍ତି। ସମଗ୍ର ଓଡ଼ିଶାରେ  ପୁନଃ ନିଯୁକ୍ତି ନିଗମ ପାଇଁ ବନ୍ଦ କରାଯାଇଥିବା ବେଳେ କେଉଁ ସ୍ବାର୍ଥରେ ଗଞ୍ଜାମ ଜିଲାରେ  ଆବଶ୍ୟକୀୟ କର୍ମଚାରୀ ଥାଇ ମଧ୍ୟ ପୁନଃ ନିଯୁକ୍ତି ଦିଆଯାଉଛି ତାହାକୁ ନେଇ ସଙ୍ଘ ପ୍ରଶ୍ନ ଉଠାଇଛି। ଏହି ନିଯୁକ୍ତିକୁ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ  ସଂଘ କେନ୍ଦ୍ରୀୟ କମିଟି ବିରୋଧ କରିବା ସଂଗେସଂଗେ   ଉକ୍ତ ନିଯୁକ୍ତି ଆଦେଶକୁ ରଦ୍ଧ କରିବା ପାଇଁ ଦାବି କରାଯାଇଛି I ଉକ୍ତ ନିଯୁକ୍ତି ଆଦେଶ ରଦ୍ଧ ହେଲେ  କର୍ମଚାରୀ ଓ ନିଗମ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ରହିପାରିବ ।  ଯଦି ନିଗମ କର୍ତ୍ତୃପକ୍ଷ  ଏଥିରୁ ବିଚ୍ୟୁତ ହୁଅନ୍ତି ଏବଂ ଜୋର କରି ଆଉଟ ସୋର୍ସିଂ ଆଳରେ ପୁନଃ ନିଯୁକ୍ତି ଦିଅନ୍ତି ତେବେ ନିଗମର ସ୍ବାର୍ଥ ଦୃଷ୍ଟିରୁ ଏବଂ କର୍ମଚାରୀ ମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କର୍ମଚାରୀ ସଂଘ ନିଜର ନାର୍ଯ୍ୟ ଦାବି ପାଇଁ ନିଗମର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବ ବୋଲି ନେତା ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri