କେବଳ ବାହୁସ୍ଫୋଟ

ଆଜି ଭାରତୀୟମାନେ ଭୋକରେ ମରୁଥିବା ଖବର ପୃଥିବୀସାରା ବ୍ୟାପିଛି। କିନ୍ତୁ ଭାରତୀୟ ନେତୃତ୍ୱ ଦେଶକୁ ସୁପରପାଓ୍ବାର ବୋଲି ଦର୍ଶାଇବାରେ ମସ୍‌ଗୁଲ। ଏକ ସମୟରେ କୁହାଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସାରା ଭ୍ରମଣ କରି ବନ୍ଧୁ ଗୋଟାଉଛନ୍ତି। ସ୍ବାଧୀନତାର ଦୀର୍ଘ ବର୍ଷ ଯାଏ ଯେଉଁ ସମ୍ମାନ ଭାରତକୁ ମିଳିପାରି ନ ଥିଲା ତାହା ମୋଦିଙ୍କ କୂଟନୀତି ଯୋଗୁ ସମ୍ଭବ ହେଲା ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ଅଲଗା ଛବି ଆଙ୍କୁଛି। ଓଡ଼ିଆରେ କୁହାଯାଏ ‘ଘରେ ଯାହାର ହାଣ୍ଡି ଚିତ୍‌ପଟାଙ୍ଗ୍‌ ମାରିଛି, ସିଏ ବା ବାହାରେ କି ବାହୁସ୍ଫୋଟ ମାରୁଛି’। ଏସବୁ ରାଜନୈତିକ କାରଣ ଯୋଗୁ ହୋଇଚାଲିଛି। କେବଳ ଭାରତ ନୁହେଁ, ଆଜି ସମଗ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରାଜନୈତିକ ନେତୃତ୍ୱ ସ୍ଥିତି ବିଗାଡ଼ି ଚାଲିଛନ୍ତି। ପଡ଼ୋଶୀ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରକୁ କ୍ଷମତାଚ୍ୟୁତ କରିବା ସକାଶେ ୧୧ ବିରୋଧୀ ଦଳ ଏକଜୁଟ ହୋଇ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌) ଗଠନ କରିଛନ୍ତି। ନେତୃତ୍ୱ ବିରୋଧରେ ଉଠିଥିବା ମେଳିକୁ ଦମନ କରିବା ପାଇଁ ଇମ୍ରାନ୍‌ ସାମରିକ ବାହିନୀକୁ ବ୍ୟବହାର କରିଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ତାହାକୁ ସମାଲୋଚନା କରିଛନ୍ତି। ଅଗକୁ ସ୍ଥିତି ଭୟଙ୍କର ହେବାର ଏହା ସଙ୍କେତ ଦେଲାଣି। ସେହିପରି ବିବାଦୀୟ ଅଞ୍ଚଳ ‘ନାଗୋର୍ନୋ କାରାବାଖ’କୁ କରାୟତ୍ତ କରିବା ଲାଗି ଦୁଇ ଦେଶ ଆର୍ମେନିଆ-ଆଜରବୈଜାନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ସୂଚନା ଦିଆଯାଇପାରେ ଯେ, ‘ନାଗୋର୍ନୋ କାରାବାଖ’ ହେଉଛି ଆର୍ମେନିଆ ଓ ଆଜରବୈଜାନ ସୀମାନ୍ତରେ ୪,୪୦୦ ବର୍ଗ କିଲୋମିଟର ବ୍ୟାପୀ ଅଞ୍ଚଳ, ଯାହାକୁ ହାତେଇବା ପାଇଁ ଲଢ଼େଇ ଚାଲିଛି।
ଅନୁରୂପ ଭାବେ ଆଫ୍ରିକା ମହାଦେଶର ନାଇଜେରିଆର ସର୍ବାଧିକ ଜନବହୁଳ ସହର ଲାଗୋସରେ ସ୍ଥାନୀୟ ଅଧିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ବିରୋଧରେ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ମହିଳାମାନେ ଯୋଗଦେବା ଦେଖିବାକୁ ମିଳିଛି। ସେହିଭଳି ପଶ୍ଚିମ ଆଫ୍ରିକାର ଗ୍ୟୁନିଆରେ ରାଷ୍ଟ୍ରପତି ଆଲ୍‌ଫା କୋଣ୍ଡେ ଏକ ଦଶନ୍ଧି କ୍ଷମତାରେ ରହିବା ପରେ ଏବେ ପୁଣି କାର୍ଯ୍ୟକାଳ ବଢ଼ାଇବାକୁ ଇଚ୍ଛା କରିବାରୁ ତାହାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଗ୍ୟୁନିଆ ଭୋଟର ନିର୍ବାଚନ ଲାଗି ଅଡ଼ି ବସିଛନ୍ତି। ଏପଟେ ଏସିଆ ମହାଦେଶରେ ଚାଇନା ତା’ର ବିସ୍ତାରବାଦୀ ଚିନ୍ତାଧାରକୁ ବ୍ୟାପକ କରିଚାଲିଥିବାରୁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ସମାଲୋଚନା କରାଯାଉଛି। ଦକ୍ଷିଣ ଚାଇନା ସାଗରକୁ କବ୍‌ଜା କରିବାରୁ ଚାଇନାକୁ ଜାପାନ ସହ ସାଗର ତଟବର୍ତ୍ତୀ ଦେଶଗୁଡ଼ିକ ବିରୋଧ କରୁଛନ୍ତି। ନିକଟରେ କିର୍ଗିଜ୍‌ସ୍ତାନର ନାଗରିକ ସରକାର ବିରୋଧୀ ପାଲଟିଯାଇ ଏକଚ୍ଛତ୍ରବାଦୀ ଶାସକ ସୁରନ୍‌ବାୟ ଜିନ୍‌ବେକୋଭଙ୍କୁ ରୁଷିଆର ଭିତିରି ସମର୍ଥନ ସତ୍ତ୍ୱେ ଗାଦିଚ୍ୟୁତ କରିଛନ୍ତି। ଏହିଭଳି କ୍ଷମତାଲୋଭୀ ବ୍ୟକ୍ତିବିଶେଷ ବିଶ୍ୱବ୍ୟାପୀ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପୃଥିବୀ ପାଇଁ ବିପଜ୍ଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri