Posted inଫୁରସତ

ଆଖିର ଯତ୍ନ ମୂଳ କଥା

ଆମ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ଏକ ସ୍ବତନ୍ତ୍ର ତଥା ମୂଲ୍ୟବାନ୍‌ ଅଙ୍ଗ। ଯାହା ଦ୍ୱାରା ଆମେ ଏ ସୁନ୍ଦର ଦୁନିଆକୁ ଦେଖିପାରୁଛୁ । ଆଖି ଦ୍ୱାରା ପଢ଼ିବା, ଲେଖିବା, ଦେଖିବାଠାରୁ ଆରମ୍ଭ କରି ଅନେକ କାମ ହୋଇଥାଏ ଏବଂ ଥରେ ଦୃଷ୍ଟିଶକ୍ତି ହରାଇଲେ ମଣିଷ ଅନ୍ଧ ହୋଇଯାଏ ଓ କୌଣସି କାମ କରିପାରେ ନାହିଁ । ତେଣୁ ଆଖିର ଯନତ୍ ନେଇ ତାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଜରୁରୀ । ସେଥିପାଇଁ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରକୁ ‘ବିଶ୍ୱ ଦୃଷ୍ଟି ଦିବସ’ ଭାବେ ପାଳନ କରାଯାଉଛି ।
ପ୍ରତି ବର୍ଷ ଏହା ପାଇଁ ସ୍ବତନ୍ତ୍ର ଥିମ୍‌ ପ୍ରସ୍ତୁତ ହୋଇଥାଏ । ଏ ବର୍ଷର ଥିମ୍‌ ହେଉଛି ‘ଲଭ୍‌ ୟୋର୍‌ ଆଇଜ୍‌ ଆଟ୍‌ ଓ୍ବର୍କ’ ନିଜନିଜ ଆଖିକୁ ଭଲ ପାଆନ୍ତୁ ଓ ଆଖିର ଯନତ୍ ନିଅନ୍ତୁ।
ଆଖିର ଯନତ୍ ନେବାକୁ ହେଲେ ପାଞ୍ଚଟି ଜିନିଷ ଆଖି ଆଗରେ ରଖିବାକୁ ହୋଇଥାଏ। ପ୍ରଥମଟି ହେଉଛି ପ୍ରିଭେନ୍‌ଶନ୍‌ ବା’ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ । ଆଖିକୁ ସୁସ୍ଥ ରଖିବା ପାଇଁ ନିଜ ଜୀବନଶୈଳୀର ପରିବର୍ତ୍ତନ ସହ ଭିଟାମିନ୍‌ ଏ, ବି ଓ ସି’ଯୁକ୍ତ ଖାଦ୍ୟ ତଥା ଗାଜର, ସବୁଜ ପନିପରିବା ଓ ଫଳ ଖାଇବା ଭଲ । ଏହା ଛଡ଼ା ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ। ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ଉପଯୁକ୍ତ ଔଷଧ ସେବନ ଓ ଆଖିର ଚେକ୍‌ଅପ୍‌ କରିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ଆଇଷ୍ଟ୍ରେନ୍‌ ବା ଆଖି ଉପରେ ଚାପ ପକାଇବେ ନାହିଁ ।
କମ୍ପ୍ୟୁଟର ସ୍କ୍ରିନ୍‌ ଆଗରେ ବେଶୀ ସମୟ କାମ ନ କରି ମଝିରେ ମଝିରେ ବିଶ୍ରାମ ନେବେ ଓ ଆଣ୍ଟିଗ୍ଲେୟାର ଚଷମା ପିନ୍ଧିବେ ।
ପ୍ରିଜର୍ଭ- ନିଜେ ନିଜ ଆଖିକୁ ବିଭିନ୍ନ ପ୍ରକାର କ୍ଷତିକାରକ ଜିନିଷରୁ ଦୂରେଇ ରଖିବା ସହ ନିୟମିତ ଚେକ୍‌ଅପ୍‌ କରାନ୍ତୁ। ତେଣୁ ସବୁବେଳେ ଆଖିର ଯନତ୍ ଓ ଚିକିତ୍ସା ତଥା ନିଜ କର୍ମକ୍ଷେତ୍ରରେ ମଧ୍ୟ କେମିତି ନିୟମିତ ଏହାର ଯନତ୍ ନେବେ, ତା’ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଶିଶୁଙ୍କ ଚକ୍ଷୁର ସୁରକ୍ଷା ପାଇଁ ସବୁବେଳେ ସୁଷମ ଖାଦ୍ୟ ଖୁଆଇବା ସହ ବାହାରେ ଖୋଲା ସୂର୍ଯ୍ୟ କିରଣରେ କିଛି ସମୟ ବୁଲାଇବା ଦରକାର ।
ଆଖିରୋଗ ସବୁ ବୟସରେ ହୋଇଥାଏ ।
ଶିଶୁମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ ସମସ୍ତେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ବିଶେଷ ଭାବରେ ଦୃଷ୍ଟିଦୋଷ, ଧଳା ମୋତିଆ ବା’ କାଟାରାକ୍ଟ , କଳା ମୋତିଆ ବା ଗ୍ଲୁକୋମା, ଡାଏବେଟିକ୍‌ ରେଟିନୋପାଥି, ଆଖିଧରା ରୋଗ (କଂଜକ୍ଟି ଭାଇଟିସ୍‌) କେରାଟାଇଟିସ୍‌ ବା’ କର୍ଣ୍ଣିଆ ରୋଗ ଇତ୍ୟାଦି ଆଖିକୁ ଆକ୍ରାନ୍ତ କରିଥାଏ । ସେଥିପାଇଁ ସମସ୍ତେ ନିଜ ନିଜ ଚକ୍ଷୁର ଯତ୍ନ ନେବା ସହ ଏଥିରେ ସାମାନ୍ୟ ସମସ୍ୟା ଦେଖାଦେଲେ ଅବହେଳା ନ କରି ତୁରନ୍ତ ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଇବା ଆବଶ୍ୟକ।
– ଡା. ସୋନାଲି ଷଡ଼ଙ୍ଗୀ, ଚକ୍ଷୁରୋଗ ବିଶେଷଜ୍ଞ, କଟକ
ମୋ : ୯୪୩୭୧୬୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri