ବିଲୁପ୍ତି ପଥେ ବାଇଚଢ଼େଇ: ଚିନ୍ତାରେ ପରିବେଶପ୍ରେମୀ

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ସମୟ ଥିଲା କାନରେ ବାଜୁଥିଲା ବାଇଚଢ଼େଇର କିଚିରି ମିଚିରି ଶବ୍ଦ। ବାଇଚଢ଼େଇକୁ ନେଇ ରହିଛି ଅନେକ କାହାଣୀ, ଗପ, ଗୀତ। ମା’ର ବାଇଚଢ଼େଇ ଗୀତ ଶିଶୁ ଆଖିରେ ଭରି ଦେଉଥିଲା ନିଦ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ସୂଚନା ଦିଏ ବାଇଚଢ଼େଇ। ହେଲେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା ବାଇଚଢ଼େଇ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଧୀରେ ଧୀରେ ଲୋପ ପାଇବାକୁ ବସିଲେଣି। ୧୯୯୯ ମହାବାତ୍ୟା ପରଠାରୁ ଆଉ ବିଶେଷ ଭାବେ ଦେଖାଯାଉ ନାହାନ୍ତି। ଏହାକୁ ନେଇ ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ପରିବେଶବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାକୃତିକ ପରିବେଶରେ ଦେଖିବାକୁ ପାଉଥିଲୁ ବାଇଚଢ଼େଇ ବସା ଓ ଶୁଣୁଥିଲୁ ସୁମଧୁର ସ୍ବର। ବାଇଚଢ଼େଇ କାହିଁ କେଉଁ କାଳରୁ ଆମ ସଂସ୍କୃତି ତଥା ଲୋକସାହିତ୍ୟ ସହିତ ଜଡିତ। ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢ଼େଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରି ଦେଇଥାଏ। ଏବେ ଆଉ ଆଗଭଳି ବାଇଚଢ଼େଇ ଦେଖିବାକୁ ମିଳୁନାହାନ୍ତି। ପ୍ରକୃତିପ୍ରେମୀ ବିଭୂତି ତ୍ରିପାଠୀ କହିଛନ୍ତି, ଦିନକୁ ଦିନ ତାଳ, ଖଜୁରି, ଝାଉଁ ଓ ନଡ଼ିଆ ଗଛ ଲୋପ ପାଉଥିବାରୁ ବାଇଚଢ଼େଇ ଆଉ ପୂର୍ବଭଳି ବହୁ ପରିମାଣରେ ଦେଖିବାକୁ ମିଳୁନାହାନ୍ତି। ଅନ୍ୟପକ୍ଷୀମାନଙ୍କ ତୁଳନାରେ ବାଇଚଢ଼େଇ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହାର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ ଏହି ପକ୍ଷୀଟିକୁ କେହି କେହି ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାନ୍ତି। ଏହି ପକ୍ଷୀଟି ନିଜ ଥଣ୍ଟ ସାହାଯ୍ୟରେ ଖଜୁରି, ନଡ଼ିଆ ଓ ତାଳପତ୍ରକୁ ଚିରି ପାତି କରି ଅତିସୂକ୍ଷ୍ମ ଭାବେ ନିଜର ବସା ତିଆରି କରିଥାଏ। ଯେତେ ଝଡ ତୋଫାନ ଆସିଲେ ମଧ୍ୟ ବସା ମଧ୍ୟକୁ ପାଣି ଭେଦ କରି ପାରି ନ ଥାଏ। ବିଶେଷକରି ନଡ଼ିଆ, ତାଳ ପରି ଉଚ୍ଚ ଗଛପତ୍ରରେ ଏହି ଚଢ଼େଇ ନିଜର ବସା ବାନ୍ଧିଥା’ନ୍ତି। ତେବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ରୋପଣ କରାଯାଇ ଏମାନଙ୍କ ସଂରକ୍ଷଣ ପାଇଁ ଧ୍ୟାନ ଦିଆଗଲେ ବଂଶ ବିସ୍ତାର ହୋଇପାରନ୍ତା। ପ୍ରକୃତିପ୍ରେମୀ ମିଟୁ ଜେନା କହିଛନ୍ତି, ଆମ ଗ୍ରାମରେ ଆଗରୁ ବାଡି ବଗିଚାରେ ବାଇଚଢ଼େଇ ବସା ଦେଖିବାକୁ ମିଳୁଥିଲା। ୧୯୯୯ ମହାବାତ୍ୟା ପରେ ବିଶେଷ ଭାବେ ଦେଖାଯାଉ ନ ଥିଲା। ମାତ୍ର ଗତବର୍ଷଠାରୁ ବାଇଚଢ଼େଇ ବସା ଦେଖିବାକୁ ମିଳୁଛି। ବାଇଚଢ଼େଇ ବସା ହିଁ ତାହାର ପରିଚୟ ସୃଷ୍ଟି କରେ। ସେହିପରି ରୋଗ ପୋକକୁ ମଧ୍ୟ ଦମନ କରିଥାଏ ଏହି କୁନି ଚଢ଼େଇ। ତେଣୁ ଏହାକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ। ହେଲେ ଏହି ବିଚିତ୍ର ବିନ୍ଧାଣି ଏବେ ବିଲୁପ୍ତ ପ୍ରାୟ। ଏମାନଙ୍କ ସୁରକ୍ଷା ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଉ ନାହିଁ। ଯାହା ଆଗାମୀ ପିଢ଼ି ଓ ପରିବେଶ ପାଇଁ ବେଶ୍‌ କ୍ଷତିକାରକ। ବାଇଚଢ଼େଇଙ୍କ ବଂଶ ବିସ୍ତାର ଓ ସେମାନଙ୍କ ସୁରକ୍ଷା ପାଇଁ ବେଳ ହୁଁ ସାବଧାନ ନ ହେଲେ ଆଗକୁ କେବଳ କାହାଣୀ ହୋଇ ରହିଯିବେ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଭିତରକନିକା ଅଞ୍ଚଳରେ ବାଇଚଢ଼େଇଙ୍କ ବସବାସ ଭଲ ଅଛି। ସବୁଠାରୁ ଅଧିକ ବରୁଣେଇ, ଗହୀରମଥା, ଡାଙ୍ଗମାଳ ଫରେଷ୍ଟ ବ୍ଲକ ଛଡ଼ା ରାଜନଗର ଗଁାଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳନ୍ତି। ମାତ୍ର ପାଗ ପରିବର୍ତ୍ତନ, ବାତ୍ୟା ଓ ବସା ତିଆରି ପାଇଁ ଯେଉଁ ଗଛ ଦରକାର ତାହା ଅନୁକୂଳ ନ ହେବାରୁ ବାଇଚଢ଼େଇଙ୍କ ବଂଶ ବିସ୍ତାର ଗାଁରେ କମି କମି ଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri