ଏକ୍ସଟେନ୍‌ଶନ: ଦେଶ ଅନାଇଛ

କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ୧୪ ନଭେମ୍ବରରେ ଅଧ୍ୟାଦେଶ ଆଣିଛନ୍ତି। ଏହା ପରେ ଅଧ୍ୟାଦେଶକୁ ସ୍ବୀକୃତି ଦେବା ସକାଶେ ପାର୍ଲାମେଣ୍ଟରେ ଗୃହୀତ କରାଇ ନେବେ। ସରକାର ୧୫ ନଭେମ୍ବରରେ ସ୍ବରାଷ୍ଟ୍ର ଓ ପ୍ରତିରକ୍ଷା ସଚିବ, ଗୋଇନ୍ଦା ବ୍ୟୁରୋ (ଆଇବି) ନିର୍ଦ୍ଦେଶକ, ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର’) ସଚିବଙ୍କ କାର୍ଯ୍ୟକାଳ ଦୁଇବର୍ଷ ବୃଦ୍ଧି କରିଛନ୍ତି। ଆବଶ୍ୟକ ସ୍ଥଳେ ଏହା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ବୋଲି କାର୍ମିକ (ପର୍ସୋନେଲ) ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆଗାମୀ ୨୯ ତାରିଖରେ ବସିବାର ଅଛି। ତରତର ହୋଇ ଏଭଳି ଅଧ୍ୟାଦେଶ ଆଣିବା ପଛରେ ସରକାରଙ୍କ ଅଭିସନ୍ଧି ରହିଛି ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯଓ୍ବୋଲା ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କୁ ଏହି ଅଧ୍ୟାଦେଶ ଲାଗି ସମାଲୋଚନା କରିଛନ୍ତି। ସିବିଆଇ ଓ ଇଡିକୁ କେନ୍ଦ୍ର ସରକାର ବ୍ୟବହାର କରି ରାଜନୈତିକ ଫାଇଦା ଉଠାଉଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଲୋକ ସଭାର ମିଆଦ ୫ ବର୍ଷ। ୧୭ ଲୋକ ସଭାର ଜୀବନକାଳ ୨୦୨୪ ମେ’ରେ ସରିବ। ଏବେ ୫ ବର୍ଷର ଏକ୍ସଟେନ୍‌ଶନ ପାଉଥିବା ଅଫିସର ଆସନ୍ତା ସରକାର ସମୟରେ ମଧ୍ୟ ରହିବେ। ଏଥିରୁ ବୁଝିବାକୁ ହେବ ଯେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ ପ୍ରଧାନମନ୍ତ୍ରିତ୍ୱ ପାଇଁ ପାଗ ଭିଡ଼ିଲେଣି।
ଅଧ୍ୟାଦେଶ ମାଧ୍ୟମରେ ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତରେ ଉଭୟ ନେତା ଯେଉଁ ମତ ରଖିଛନ୍ତି ତାହାକୁ ଖୁଣି ହେବ ନାହିଁ। ୨୦୧୪ରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ବହୁ ଆଇନରେ ପରିବର୍ତ୍ତନ ଆଣିବାକୁ ଯାଇ ଅଧ୍ୟାଦେଶ ଲାଗୁ କରିଛନ୍ତି। ସମ୍ବିଧାନର ନିୟମ ଅନୁଯାୟୀ କୌଣସି ଜରୁରୀ ଘଟଣା ବା ସମସ୍ୟାର ଆଶୁ ସମାଧାନ ଅଣାଯିବା ସକାଶେ ଆଇନ ଆଣିବାକୁ ବା ଆଇନରେ ପରିବର୍ତ୍ତନ ଲାଗି ଯଦି ପାର୍ଲାମେଣ୍ଟ କିମ୍ବା ବିଧାନସଭାର ଅଧିବେଶନ ନ ଥାଏ, ସେତେବେଳେ ସରକାର ଅଧ୍ୟାଦେଶ ଆଣିଥାଆନ୍ତି। ପରବର୍ତ୍ତୀ ସମୟରେ ଏହି ଅଧ୍ୟାଦେଶକୁ ବିଧାନପାଳିକା ମାଧ୍ୟମରେ ଗୃହୀତ କରାଯାଇଥାଏ। କୌତୂହଳର ବିଷୟ ପାର୍ଲାମେଣ୍ଟର ଶୀତ ଅଧିବେଶନକୁ ୧୫ ଦିନରୁ କମ୍‌ ସମୟ ଥିବା ବେଳେ ଏଭଳି ଅଧ୍ୟାଦେଶ କାହା ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ଅଣାଯାଉଛି ତାହା ସମ୍ପୂର୍ଣ୍ଣ ଦିଶିଯାଉଛି। ବିଗତ କିଛି ବର୍ଷର କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ଦେଖିଲେ ଦେଶର ପ୍ରମୁଖ ଜାତୀୟ ସଂସ୍ଥାଗୁଡ଼ିକରେ ସରକାରୀ ହସ୍ତକ୍ଷେପ ଏଗୁଡ଼ିକର ସ୍ବାଧୀନତାକୁ ସଙ୍କୁଚିତ କରିଦେଇଥିବା ବେଳେ ସେଗୁଡ଼ିକୁ ଦୁର୍ବଳ କରି ପକାଇଛି। ସ୍ବାଧୀନତା ପରେ ଯୋଜନା କମିଶନ ଗଢ଼ାଯାଇ ତା’ର କାର୍ଯ୍ୟ ପରିସରକୁ ବୃଦ୍ଧି କରାଯାଇଥିଲା। ମୋଦି ସରକାର ତା’ ବଦଳରେ ଆଣିଲେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟାନ୍ସଫର୍ମିଂ ଇଣ୍ଡିଆ (ନିତି) ଆୟୋଗ। ଏଥିରେ ବିଚାରବିମର୍ଶ ଅଧିକ ହେଉଥିବା ବେଳେ ବାସ୍ତବ ଯୋଜନାର ଘୋର ଅଭାବ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କାର୍ଯ୍ୟରେ ସରକାର ସିଧାସଳଖ ହସ୍ତକ୍ଷେପ କରୁଛନ୍ତି। ସିବିଆଇ, ଇଡି ଓ ଆୟକର (ଆଇଟି) ବିଭାଗକୁ ବ୍ୟବହାର କରାଯାଇ ରାଜନୈତିକ ପ୍ରତିଶୋଧ ନିଆଯାଉଛି।
ଏବର କେନ୍ଦ୍ର ସରକାର ଶାସନଠାରୁ ଆରମ୍ଭ କରି ଅମଲାତାନ୍ତ୍ରିକ ବ୍ୟବସ୍ଥା କ୍ଷେତ୍ରରେ ଦୀର୍ଘଶାସନ ଜାରି ରଖିବାକୁ କାର୍ଯ୍ୟ କରୁଥିବା ଭଳି ମନେହେଉଛି। ଯେଉଁ ସ୍ତରର ଅଫିସରମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି, ସେଥିରୁ ବୁଝାଯାଉଛି ସେମାନଙ୍କୁ ଅସ୍ତ୍ର କରାଯାଇ ରାଜନୈତିକ ଲକ୍ଷ୍ୟ ପୂରଣର ଆଶା ରଖାଯାଇଛି। କିନ୍ତୁ ସେମାନଙ୍କ ଆନୁଗତ୍ୟ କେତେ ଯାଏ ରହିବ ଦେଶବାସୀ ଅନିଶା କରିଛନ୍ତି। ଏଠାରେ ଆମେରିକା ଉଦାହରଣ ନିଆଯାଇପାରେ। ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବା ବେଳେ ଭାବିନେଇଥିଲେ ଯେ, ସେ ପୁଣି କ୍ଷମତାସୀନ ହେବେ। ସେଥିପାଇଁ ଅମଲାତନ୍ତ୍ରୀ ଓ ନ୍ୟାୟପାଳିକାର ଅଫିସରଙ୍କ ଉପରେ ଭରସା କରିଥିଲେ। କିନ୍ତୁ ୬ ଜାନୁୟାରୀ ୨୦୨୧ରେ କ୍ୟାପିଟୋଲ ହିଲ୍‌ ଉପରେ ଯେଭଳି ଭାବେ ଟ୍ରମ୍ପ୍‌ ସମର୍ଥକମାନେ ଆକ୍ରମଣ କଲେ, ତାହା ତାଙ୍କ ସବୁ ସମୀକରଣକୁ ବଦଳାଇ ଦେଲା। ଏପରି କି ଟ୍ରମ୍ପ୍‌ଙ୍କ ଦ୍ୱାରା ନିଯୁକ୍ତ ବିଚାରପତି ନିର୍ବାଚନ ସଂକ୍ରାନ୍ତ ବିଚାରରୁ ଓହରି ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ଅଫିସରମାନେ ଦେଶର ଆଇନ ଦ୍ୱାରା ପରିଚାଳିତ ହୋଇଥାଆନ୍ତି। ହେଲେ ଭାରତରେ ଅତ୍ୟନ୍ତ ସୁବିଧା ସୁଯୋଗ ପାଉଥିବା ଅଫିସର ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କଲେ ଦେଶର ବାସ୍ତବ ଉନ୍ନତି ସମ୍ଭବ ହୋଇପାରନ୍ତା। କିନ୍ତୁ ଅତୀତକୁ ଦେଖିଲେ ଜଣାପଡ଼େ ଯେ ଭାରତୀୟ ଅଫିସରମାନେ ସୁବିଧା ସୁଯୋଗ ହାତଉଥିଲେ ମଧ୍ୟ ଦେଶର ସ୍ବାର୍ଥକୁ କଦାପି ଅଗ୍ରପ୍ରାଧାନ୍ୟ ଦେଇ ନ ଥାଆନ୍ତି। ତେଣୁ ଏକ୍ସଟେନ୍‌ଶନ ପାଉଥିବା ଅଫିସରଙ୍କ ଆଗାମୀ କାର୍ଯ୍ୟ କିଭଳି ରହିବ ତାହାକୁ ଦେଖିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri