ପାସେଞ୍ଜର ଟ୍ରେନରୁ ଦ୍ରୁତଗାମୀ ଭଡ଼ା ଅସୁଲ

ଯାଜପୁର,୨୯ା୧(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ୨୦୨୧ ଏପ୍ରିଲରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇଛି। ଆଜି ପର୍ଯ୍ୟନ୍ତ ସାଧାରଣ ଜନତାଠାରୁ ଦ୍ରୁତଗାମୀ ଭଡା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ରେଲଓ୍ବେର ଏଭଳି ଅବହେଳା, ଶୋଷଣ ବିରୋଧରେ ଯାଜପୁର ଜିଲାବାସୀ ଆନ୍ଦୋଳନ କରିବାକୁ ଅଣ୍ଟା ଭଡିଛନ୍ତି।
କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୬ା୧ା୨୦୨୪ରେ ପ୍ରେରଣ କରାଯାଇଥିବା ସ୍ମାରକ ପତ୍ର ଅନୁସାରେ ରେଲଓ୍ବେ ପୂର୍ବତଟ ଡିଭିଜନ ଓଡ଼ିଶାର ରେଳଯାତ୍ରୀଙ୍କୁୁ ଶୋଷଣ କରୁଛି। ୨୩ା୩ା୨୦୨୧ରେ ଓଡ଼ିଶାର ସମସ୍ତ ଯାତ୍ରୀବାହୀ/ମେମୁ ପାସେଞ୍ଜର ଟ୍ରେନକୁ ଦ୍ରୁତଗାମୀ ଘୋଷଣା କରାଯାଇଥିଲା। ଅଦ୍ୟାବଧି ଉପରୋକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇନାହିଁ। ଏପରିକି ଗୋଟିଏ ଷ୍ଟପେଜ୍‌ରୁ ନିକଟବର୍ତ୍ତୀ ଅନ୍ୟ ଏକ ଷ୍ଟପେଜ୍‌କୁ ଯିବା ପାଇଁ ସର୍ବନିମ୍ନ ଭଡ଼ା ଦ୍ରୁତଗାମୀ ଭାବେ ୩୦ଟଙ୍କା ଅସୁଲ କରାଯାଉଛି। ଏହାକୁ ଔରଙ୍ଗଜେବଙ୍କ ଜିଜିଆ କର ବୋଲି ସଂଘ ପକ୍ଷରୁ ଅଭିହିତ କରାଯାଇଛି। ତେଣୁ ତୁରନ୍ତ ଏଭଳି ଶୋଷଣରୁ ମୁକ୍ତ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।
ଅନ୍ୟପକ୍ଷରେ ଯାଜପୁର ରୋଡ୍‌ ରେଳଷ୍ଟେଶନର ଦକ୍ଷିଣ ରେଲଓ୍ବେ ଫାଟକ ଏକ ସ୍ବତନ୍ତ୍ର ଶ୍ରେଣୀର। ଏଠାରେ ଯାତ୍ରୀଙ୍କ ଭିଡ ସବୁବେଳେ ଦେଖିବାକୁ ମିଳିଛି। ଏହି ଫାଟକର ଅପରପାର୍ଶ୍ୱରେ ଯାଜପୁର ସହର ରହିଥିବାବେଳେ ଅନ୍ୟପଟେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନରସିଂହ ଚୌଧୁରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋଶାଳା ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି। ଏହାବାଦ୍‌ ଏହି ପାର୍ଶ୍ୱ ଦେଇ ଖରସ୍ରୋତା ନଦୀକୂଳବାସୀ ଯାଜପୁର ରୋଡ୍‌କୁ ବାଣିଜ୍ୟ ବ୍ୟବସାୟ କରିବାକୁ ଆସିଥାନ୍ତି। ଫାଟକ ବନ୍ଦ ରହିଲେ ଏହି ରାସ୍ତା ଉପରେ କାର୍‌, ବାଇକ୍‌, ଟ୍ରକ୍‌ ଆଦି ଯାନର ଭିଡ଼ ଲାଗି ରହିଥାଏ। ଏବେ ପୁଣି ନୂତନ ରେଳପଥ ନିର୍ମାଣ ଚାଲିଥିବାରୁ ଉକ୍ତ ରାସ୍ତା ଅତି ସଙ୍କୁଚିତ ହୋଇଯାଇଛି। ଏହି ରେଲଓ୍ବେ ଫାଟକ ନିକଟରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) କିମ୍ବା ଏହାର ବିକଳ୍ପ ଭାବେ ରେଳ ଅଣ୍ଡର ବ୍ରିଜ(ଆରୟୁବି) ନିର୍ମାଣ କରିବାକୁ ରେଲଓ୍ବେ ବୋର୍ଡ ପକ୍ଷରୁ ୮୧.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଜମି ଅଧିଗ୍ରହଣ ହୋଇ ପାରି ନ ଥିବାରୁ ଓଭରବ୍ରିଜ ପ୍ରକଳ୍ପ ଅଟକି ରହିଛି। ଅନ୍ୟପକ୍ଷେ ଆରୟୁବି ନିର୍ମାଣ ହେବ ବୋଲି ବିଭାଗ ପକ୍ଷରୁ ଶୁଣିବାକୁ ମିଳୁଥିଲେ ହେଁ ତାହାର ଆରମ୍ଭ ହେବା ନେଇ ସମୟ ଗଡ଼ିଚାଲିଛି।
ସେହିପରି ଯାଜପୁର ରୋଡ୍‌-ଧାମରା ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ୧୧ା୯ା୨୦୨୩ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳପଥର ଫାଇନାଲ ଲୋକେଶନ ସର୍ଭେ (ଏଫଏଲ୍‌ଏସ୍‌) ପାଇଁ ମଞ୍ଜୁରୀ ମିଳିଛି। ଏଥିପାଇଁ ୨୭ା୧୦ା୨୦୨୩ରେ ଏସ୍‌.ଏମ୍‌. କନ୍‌ସଲଣ୍ଟାଣ୍ଟ ପ୍ରାଇଭେଟ ଲିଃ ଠିକାସଂସ୍ଥାକୁ କାର୍ଯ୍ୟଦେଶ ମିଳିଛି। ହେଲେ ଏଯାଏ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହୋଇ ନ ଥିବାରୁ ଯାଜପୁରରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ସର୍ଭେ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ କ୍ଷିପ୍ରତାର ସହ ଚାଲିଲେ ମଧ୍ୟ ମାର୍ଚ୍ଚ ପୂର୍ବରୁ ଶେଷ ହେବା ସମ୍ଭବ ନୁହେଁ ଏବଂ ବଜେଟରେ ଏହି ପ୍ରକଳ୍ପ ପାଇଁ ବୟବରାଦ କରା ନ ଗଲେ ମଧ୍ୟ ମଞ୍ଜୁରୀ ମିଳିଲା ମାତ୍ରେ ନିର୍ମାଣ କାର୍ଯ୍ୟ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ ବୋଲି ସମିତିର ଏକ ପ୍ରତିନିଧି ଦଳକୁ ପୂର୍ବତଟ ରେଲଓ୍ବେ ମହାପ୍ରବନ୍ଧକ ମନୋଜ ଶର୍ମା ପୂର୍ବରୁ କହିଛନ୍ତି। ମହାପ୍ରବନ୍ଧକଙ୍କ ଏହି ବକ୍ତବ୍ୟ ପରେ ସଂଗ୍ରାମ ସମିତିର ପ୍ରତିନିଧି ଦଳ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହିକ୍ରମରେ ରବିବାର ଯାଜପୁର ରୋଡ୍‌ରେ ସଂଗ୍ରାମ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆସନ୍ତା ଫେବୃଆରୀ ୪ରେ ଯାଜପୁର ରୋଡ୍‌, ଧାମରା ଓ ଭଦ୍ରକରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?