ଇନ୍ଧନ ଟ୍ୟାଙ୍କର ଲୁଟୁଥିବା ସମୟରେ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୬୦ରୁ ଅଧିକ ଲୋକ…

ମେକ୍ସିକୋ ସିଟି,୧୫।୧୨: ଉତ୍ତର ହାଇତିରେ ଏକ ଇନ୍ଧନ ପରିବହନକାରୀ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇତିର ଉତ୍ତର ବନ୍ଦର ସହର କ୍ୟାପ-ହାତିୟନରେ ଏହି ବିସ୍ଫୋରଣ ଘଟିଛି ବୋଲି ପ୍ରଧାନମନ୍ତ୍ରୀ ଏରିୟଲ ହେନେରୀ ମଙ୍ଗଳବାର ଟୁଇଟ କରି ସରକାରଙ୍କ ତରଫରୁ ହାଇତିବାସୀଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ପୀଡିତଙ୍କ ସ୍ମୃତିରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଭାବିତ ଲୋକଙ୍କୁ ଦିଆଯିବ ।

କ୍ୟାପ-ହାତିୟନ ଡେପୁଟି ମେୟର ପାଟ୍ରିକ ଆଲମୋନର୍‌ କହିଛନ୍ତି ଯେ ମୋଟରସାଇକେଲକୁ ଧକ୍କାରୁ ଏଡାଇବାକୁ ଚେଷ୍ଟା କରୁଥିବାବେଳେ ଏକ ଇନ୍ଧନ ପରିବହନକାରୀ ଟ୍ରକ ଓଲଟି ପଡିଛି। ସ୍ଥାନୀୟ ବାସିନ୍ଦା ଟ୍ୟାଙ୍କରର ଇନ୍ଧନ ଲୁଟିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବିସ୍ଫୋରଣ ଘଟି ୬୦ରୁ ଅଧିକ ଲୋକ ଜୀବନ୍ତ ଜଳି ଯାଇଛନ୍ତି। ବିସ୍ଫୋରଣରେ, ନିକଟରେ ଥିବା ୨୦ରୁ ଅଧିକ ଘରର ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି। ଘର ଭିତରେ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଗଣନା କରାଯାଇ ନାହିଁ।

ହାଇତିର ପୂର୍ବତନ ପ୍ରଧାନମନ୍ତ୍ରୀ କ୍ଲୋଡ ଜୋସେଫ ଟୁଇଟ କରି କହିଛନ୍ତି ଯେ ଏହି ଖବର ନେଇ ସେ ମର୍ମାହତ। ହାଇତିରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଲୋକମାନେ ଜେନେରେଟରର ବ୍ୟବହାର କରୁଛନ୍ତି। ଟ୍ୟାଙ୍କର ଓଲଟିବା ପରେ ଲୋକମାନେ ମାଗଣାରେ ତେଲ ନେବାକୁ ଭିଡ଼ ଜମାଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇତିରେ ବିଦ୍ୟୁତ ସଙ୍କଟ ଯୋଗୁ ରାଜଧାନୀ ପୋର୍ଟ-ଓ-ପ୍ରିନ୍ସରେ ଅଳ୍ପ ସମୟ ପାଇଁ ବିଦ୍ୟୁତ୍‌ ଆଲୋକ ରହୁଛି। ଫଳରେ ଇନ୍ଧନ ମାଫିଆ ଏଠାରେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। ସେମାନେ ପ୍ରାୟତ ତେଲ ଟ୍ୟାଙ୍କର୍‌ ଲୁଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri