ଇନ୍ଧନ ଟ୍ୟାଙ୍କର ଲୁଟୁଥିବା ସମୟରେ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୬୦ରୁ ଅଧିକ ଲୋକ…

ମେକ୍ସିକୋ ସିଟି,୧୫।୧୨: ଉତ୍ତର ହାଇତିରେ ଏକ ଇନ୍ଧନ ପରିବହନକାରୀ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇତିର ଉତ୍ତର ବନ୍ଦର ସହର କ୍ୟାପ-ହାତିୟନରେ ଏହି ବିସ୍ଫୋରଣ ଘଟିଛି ବୋଲି ପ୍ରଧାନମନ୍ତ୍ରୀ ଏରିୟଲ ହେନେରୀ ମଙ୍ଗଳବାର ଟୁଇଟ କରି ସରକାରଙ୍କ ତରଫରୁ ହାଇତିବାସୀଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ପୀଡିତଙ୍କ ସ୍ମୃତିରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଭାବିତ ଲୋକଙ୍କୁ ଦିଆଯିବ ।

କ୍ୟାପ-ହାତିୟନ ଡେପୁଟି ମେୟର ପାଟ୍ରିକ ଆଲମୋନର୍‌ କହିଛନ୍ତି ଯେ ମୋଟରସାଇକେଲକୁ ଧକ୍କାରୁ ଏଡାଇବାକୁ ଚେଷ୍ଟା କରୁଥିବାବେଳେ ଏକ ଇନ୍ଧନ ପରିବହନକାରୀ ଟ୍ରକ ଓଲଟି ପଡିଛି। ସ୍ଥାନୀୟ ବାସିନ୍ଦା ଟ୍ୟାଙ୍କରର ଇନ୍ଧନ ଲୁଟିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବିସ୍ଫୋରଣ ଘଟି ୬୦ରୁ ଅଧିକ ଲୋକ ଜୀବନ୍ତ ଜଳି ଯାଇଛନ୍ତି। ବିସ୍ଫୋରଣରେ, ନିକଟରେ ଥିବା ୨୦ରୁ ଅଧିକ ଘରର ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି। ଘର ଭିତରେ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଗଣନା କରାଯାଇ ନାହିଁ।

ହାଇତିର ପୂର୍ବତନ ପ୍ରଧାନମନ୍ତ୍ରୀ କ୍ଲୋଡ ଜୋସେଫ ଟୁଇଟ କରି କହିଛନ୍ତି ଯେ ଏହି ଖବର ନେଇ ସେ ମର୍ମାହତ। ହାଇତିରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଲୋକମାନେ ଜେନେରେଟରର ବ୍ୟବହାର କରୁଛନ୍ତି। ଟ୍ୟାଙ୍କର ଓଲଟିବା ପରେ ଲୋକମାନେ ମାଗଣାରେ ତେଲ ନେବାକୁ ଭିଡ଼ ଜମାଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇତିରେ ବିଦ୍ୟୁତ ସଙ୍କଟ ଯୋଗୁ ରାଜଧାନୀ ପୋର୍ଟ-ଓ-ପ୍ରିନ୍ସରେ ଅଳ୍ପ ସମୟ ପାଇଁ ବିଦ୍ୟୁତ୍‌ ଆଲୋକ ରହୁଛି। ଫଳରେ ଇନ୍ଧନ ମାଫିଆ ଏଠାରେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। ସେମାନେ ପ୍ରାୟତ ତେଲ ଟ୍ୟାଙ୍କର୍‌ ଲୁଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri