ସାନିଟାଇଜରରୁ ନିଆଁ ଲାଗି ବିସ୍ଫୋରଣ; ମହିଳା ଗୁରୁତର

ଟେକ୍ସାସ, ୫।୯: ବର୍ତ୍ତମାନ କରୋନା ସଙ୍କଟ ସମୟରେ ମାସ୍କ ଓ ସାନିଟାଇଜର ମଣିଷ ଜୀବନର ଏକ ଅଙ୍ଗ ପାଲଟି ଯାଇଛି। କିନ୍ତୁ ସାନିଟାଇଜର ସହିତ ଜଡ଼ିତ ଏକ ଘଟଣା ବିଷୟରେ ଜାଣିଲା ପରେ ଆପଣ ଏହାକୁ ସତର୍କତାର ସହିତ ବ୍ୟବହାର କରିବାକୁ ଗୁରୁତ୍ୱ ଦେବେ। ଆମେରିକାର ଟେକ୍ସାସ ସହରରେ ସାନିଟାଇଜର ଲାଗି ଜଣେ ମହିଳାଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଛି। କେଟ୍‌ ଓ୍ବାଇଜ ନାମକ ଏହି ମହିଳାଜଣଙ୍କ ହାତକୁ ଜୀବାଣୁ ମୁକ୍ତ ରଖିବା ଲାଗି ସାନିଟାଇଜର ବୋଳିଥିଲେ। ଏହାପରେ ମହମବତୀ ଜଳାଇବା ଲାଗି ସେ ନିଆଁ ଲଗାଇଥିଲେ। କିନ୍ତୁ ପୂର୍ବରୁ ହାତରେ ଲାଗିଥିବା ସାନିଟାଇଜର ଯୋଗୁ ନିଆଁ ସଙ୍ଗେ ସଙ୍ଗେ ତାଙ୍କ ହାତ ସଂସ୍ପର୍ଶରେ ଆସି ଯାଇଥିଲା। ମାତ୍ର ୫ ସେକେଣ୍ଡ ମଧ୍ୟରେ କେଟ୍‌ଙ୍କ ହାତ ସମେତ ମୁହଁ, ଗୋଡ଼ ଓ ଶରୀରର ଅନ୍ୟ ଅଂଶ ନିଆଁରେ ପୋଡ଼ି ହୋଇଯାଇଥିଲା। ଏହାପରେ କେଟ୍‌ଙ୍କ ୨ ଝିଅ ମା’ଙ୍କୁ ବଞ୍ଚାଇବା ଲାଗି ପଡ଼ୋଶୀଙ୍କ ସହାୟତା ଲୋଡ଼ିଥିଲେ। କେଟ୍‌ ମଧ୍ୟ ଜୀବନ ବିକଳରେ ଶରୀରରୁ ଡ୍ରେସ କାଢ଼ି ପକାଇଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେଟ୍‌ ବର୍ତ୍ତମାନ ଆଇସିୟୁରେର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି...

ଟିକା ନେଲେ ଡାକ୍ତର, ରାଗିଲେ ପତ୍ନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮ ।୧: ରାଜଧାନୀ ଦିଲ୍ଲୀର ଜଣେ ବରିଷ୍ଠ ତଥା ନାଁକରା ଡାକ୍ତର ଏକେଲା କରୋନା ଟିକା ନେଇଯିବା ପରେ ତାଙ୍କ ପତ୍ନୀ ଫୋନ୍‌ରେ ହିଁ ତାଙ୍କୁ...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା...

ଚାଇନା ସ୍ଥିତି ଭୟଙ୍କର, ମାସକରେ ୧୧ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ, ୧୬୦ ନୂଆ କବରସ୍ତାନ ନିର୍ମାଣ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ନେଇ ପ୍ରତିଦିନ ନୂଆ ନୂଆ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି। ଜିନପିଙ୍ଗ ସରକାର ମଧ୍ୟ କରୋନାର ଆକଳନ ଲୁଚାଇଥିବା...

କୋଭିଡ୍‌ କଟକଣା ଉଲ୍ଲଂଘନ: ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୬।୪(ବ୍ୟୁରୋ): ଭୁବନେଶ୍ୱର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ...

ମହାମାରୀ ବିଗାଡ଼ିଲା ମହିଳାଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪ା୮: କରୋନା ମହାମାରୀ ସାରା ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏହା ବଜାର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିବାବେଳେ ଲକ୍‌ଡାଉନ ଯୋଗୁ କଳକାରଖାନା ଏବଂ ଦୋକାନ...

୧୨ରାଜ୍ୟରେ ୧୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ୧୨ ରାଜ୍ୟକୁ ବ୍ୟାପିଥିବା ବେଳେ ୧୫୩...

Advertisement
Archives

Model This Week