ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୦ା୩: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା, ମୋରମ, ବାଲି, କଳାମୁଗୁନି ପଥର, ବଉଳମାଳା (ମନ୍ଦିର ନିର୍ମାଣରେ ବ୍ୟବହୃତ ମୂଲ୍ୟବାନ ପଥର) ଚାଲାଣ କରୁଛନ୍ତି। ବେଆଇନ ଭାବେ ପାହାଡ଼ ଖନନ ଚାଲିଛି। ଏଠାରୁ ପଥର ଜିଲା ତଥା ଜିଲା ବାହାରକୁ ଚାଲାଣ ହେଉଛି। ପ୍ରଶାସନ ପକ୍ଷରୁ ଚଢାଉ ଓ ଜରିମାନା ଆଦାୟ ସତ୍ତ୍ୱେ ଫରକ ପଡୁନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି, ସରକାରୀ ଏବଂ ଗୋଚର ଜମି ଉପରେ ଏମାନଙ୍କ ନଜର ରହିଛି।
ଭୁବନେଶ୍ୱର ତଳି ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ବେଆଇନ ଭାବେ ପଥର ଓ ମୋରମ ଚାଲାଣ ଚାଲିଛି। ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ ଆରିଆପଡ଼ା ବୃଷବନ୍ଧ ପାହାଡ଼, ୧୬ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ରହିଥିବା ପାହାଡ଼କୁ ନଣ୍ଡା କରିସାରିଲେଣି ମାଫିଆ। ରାଜପଥ ସମ୍ପ୍ରସାରଣ ଆଳରେ ପଥର ଓ ମୋରମ ଚାଲାଣ କରାଯାଉଛି। ପ୍ରଶାସନ ପକ୍ଷରୁ ସାରଞ୍ଜାମ ଜବତ ହେଉଛି, ପରେ ମୋଟା ଅଙ୍କ ନେଇ ଅଭିଯୁକ୍ତଙ୍କୁ ଖସାଇ ଦିଆଯାଉଛି। ପଥର, ମୋରମ ଚାଲାଣ ଯୋଗୁ ରାସ୍ତାଘାଟ ଖାଲଖମା ହୋଇଛି। ଅସରାଏ ବର୍ଷା ହେଲେ କୃତ୍ରିମ ହ୍ରଦ ପାଲଟୁଛି। ଜାତୀୟ ରାଜପଥ ଏମାନଙ୍କ ଗଳାବାଟ ସାଜିଛି। ପ୍ରଶାସନ ପକ୍ଷରୁ ଖଣି ଉପରେ ଚଢ଼ାଉ ହେଉଛି। ମେଶିନ, ଯନ୍ତ୍ରପାତି ଓ ମାଲ ବୋଝେଇ ଟ୍ରକ ଆଦି ଭାରି ଯାନବାହନ ଜବତ କରାଯାଉଛି। କିନ୍ତୁ ମାଫିଆ ଖସିଯାଉଛନ୍ତି। ଚୋରା ଚାଲାଣ ପଛରେ ରାଜନୈତିକ ବ୍ୟକ୍ତି, ବଡ଼ବଡ଼ିଆଙ୍କ ହାତ ରହିଥିବାବେଳେ ପ୍ରଶାସନ ଓ ପୋଲିସ ଚୁପ ବସିଥିବା ସାଧାରଣରେ ଅଭିଯୋଗ ହେଉଛି। ଚୋରା ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବେଆଇନ ପଥର ଖନନ ଓ ଚାଲାଣ, ବ୍ଲାଷ୍ଟିଙ୍ଗ୍‌ ବନ୍ଦ କରାଯିବା ସହ ଗୋଚର, ଶ୍ରୀମନ୍ଦିର ପ୍ରଶାସନ ଜମିକୁ ସୁରକ୍ଷା ଦେବାକୁ ଅଞ୍ଚଳବାସୀ ଦାବିକରି ଆସୁଛନ୍ତି। ଏ ନେଇ ପ୍ରଶାସନକୁ ଅଭିଯୋଗ ମଧ୍ୟ କରୁଛନ୍ତି। ହେଲେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ପ୍ରଶାସନ ଚୁପ୍‌ ବସିପଡୁଛି। ପୂର୍ବରୁ ଏସ୍‌ଟିଏଫ୍‌ର ଚଢ଼ାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିଥିଲା। ତେବେ କିଛି ଦିନ ପରେ ଏହି ଚଢାଉ ଶିଥିଳ ପଡ଼ିିଗଲା। ପ୍ରଶାସନର ଚଢାଉ କେବଳ ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଚୋରା ଚାଲାଣକୁ ରୋକା ନ ଗଲେ ଆଗକୁ ଖୋର୍ଦ୍ଧା ସହରର ଲଘୁ ଖଣିଜ ସମ୍ପଦ ଲୋପ ପାଇଯିବ ବୋଲି ପରିବେଶବିତ ମତ ଦେଉଛନ୍ତି।
ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଶାସନ, ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ଗଠନ ହୋଇଛି। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥରଖଣି ଓ କ୍ରଶର ୟୁନିଟ ଉପରେ ଚଢାଉ କରୁଛି। ଚୋରା ଚାଲାଣରେ ବ୍ୟବହୃତ ଯାନବାହନ ଧରାପଡିଲେ ଜବତ କରାଯାଇ ଜରିମାନା ଆଦାୟ ସହ ଏହାର ଲାଇସେନ୍ସ ରଦ୍ଦ କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ ସହ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ। ଆଗାମୀ ଦିନରେ ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?