ରାଜନଗରରେ ଧାନକିଣା ନାଁରେ ଚାଷୀଙ୍କୁ ଶୋଷଣ

ରାଜନଗର, ୧୭ା୧(ଡି.ଏନ.ଏ.):ଚଳିତ ବର୍ଷ ଚାଷୀଙ୍କଠାରୁ ଧାନ କିଣିବାରେ କେହି ଯଦି ଶୋଷଣ କରନ୍ତି, ଏ ନେଇ ଯୋଗାଣ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଜ୍ୟ ସରକାର କହିଥିଲେ। କିନ୍ତୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଏହି ଧାନକିଣାକୁ ନେଇ ଶୋଷଣର ଅଭିଯୋଗ ଯୋଗାଣ ବିଭାଗର ଅଧୀନରେ ଥିବା ରିଟେଲର ଆଣିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଧାନ ବିକିବାକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି। ରିଟେଲର ନିଜେ ସରକାରୀ ନୀତି ନିୟମ ଭିତରେ ଧାନ ଦେବା ପରିବର୍ତ୍ତେ ଯୋଗାଣ ବିଭାଗ ଶୋଷଣ କରୁଛନ୍ତି ବୋଲି ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ସନ୍ଥପଡ଼ା ଗଁାର ବାନାମ୍ବର ନାୟକଙ୍କ ଅଭିଯୋଗ କରିଛନ୍ତି। ରିଟେଲର ହେଲେ ମଧ୍ୟ ସେ ଜଣେ ଚାଷୀ। ତାଙ୍କ ପାଖକୁ ୩ ଜାନୁୟାରୀ ୨୦୨୩ରେ ୪୦ କୁଇଣ୍ଟାଲ ଧାନଦେବାକୁ ମୋବାଇଲକୁ ପ୍ରଥମ ମେସେଜ ଆସିଥିଲା।
ବାନାମ୍ବର ଓସ୍ତିଆ ସେବା ସମବାୟ ସମିତି ଯିବା ପରେ ୧୧ ଜାନୁୟାରୀ ୨୦୨୩ରେ ୨୦ କୁଇଣ୍ଟାଲ ଧାନ ଦେବାକୁ ଟୋକନ ଦେଇଥିଲେ। ମା’ରାମଚଣ୍ଡୀ ରାଇସ୍‌ ମିଲ କିମ୍ବା ସେବା ସମବାୟ ସମିତି ମଣ୍ଡିକୁ ଧାନ ଆଣିବାକୁ କହିଥିଲେ। ଏହି ୨୦ କୁଇଣ୍ଟାଲ ଧାନ ଦେବା ପରେ ଆଉ ଥରେ ୨୦ କୁଇଣ୍ଟାଲର ଟୋକନ ଦିଆଯିବ ବୋଲି କୁହାଯାଇଥିଲା। ବାନାମ୍ବର ୧୩ ତାରିଖରେ ମା’ରାମଚଣ୍ଡୀ ରାଇସ ମିଲ୍‌ରେ ୨୦ କୁଇଣ୍ଟାଲ ଧାନ ଦେଇଛନ୍ତି। ପରେ ରାଇସ୍‌ ମିଲ୍‌ରେ ଧାନ ଦେଇଥିବା ଟୋକନ ନେଇ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଦେଖାଇବା ସହ ଆଉ ଅବଶିଷ୍ଟ ଧାନର ଟୋକନ ମାଗିଥିଲେ। ସେ ନ ଦେବାରୁ ବାନାମ୍ବର ଅବଶିଷ୍ଟ ୨୦ କୁଇଣ୍ଟାଲର ଟୋକନ ଜିଦ୍‌ ଧରି ମାଗିବାରୁ ତମେ ମଣ୍ଡିକୁ ଧାନ ଦେଇ ନାହଁ କହି ଫେରାଇ ଦେବା ସହ ଖରାପ ବ୍ୟବହାର କରିଥିବା ନେଇ ବାନାମ୍ବର ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବାନାମ୍ବର ତାଙ୍କ ସହ କରାଯାଇଥିବା ଦୁର୍ବ୍ୟବହାର, ମଣ୍ଡିରେ ଦେଇଥିବା ଧାନର ଅର୍ଥ ପାଇବା ଓ ତାଙ୍କୁ ୨୦ କୁଇଣ୍ଟାଲର ଟୋକନ ଦେବା ସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ନେଇ ରାଜନଗର ବ୍ଲକ ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କୁ ପଚାରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri