ଅଗ୍ରଗତି ପୂର୍ବରୁ ଫାଟି ଆଁ

ବଇଣ୍ଡା,୨୮ା୫ (ପରିକ୍ଷିତ ସାହୁ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ କାର୍ଯ୍ୟ ଅନୁଗୋଳ ଜିଲାରେ ଠିକ୍‌ଠାକ୍‌ ଚାଲିନି। ୩ ବର୍ଷ ତଳୁ କିଶୋରନଗର ବ୍ଲକ ଅଞ୍ଚଳରେ ସହର ବଜାର ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏଯାଏ ନିର୍ମାଣ କାର୍ଯ୍ୟରେ ସେପରି ଅଗ୍ରଗତି ଦୃଶ୍ୟମାନ ହେଉନାହିଁ। ତେବେ ଯେଉଁ ଅଞ୍ଚଳରେ ଅଳ୍ପ କେଇ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ସେଠାରେ ରାସ୍ତାରେ ଫାଟ ଦେଖାଦେବା ସ୍ଥାନୀୟ ଗ୍ରାମବାସୀଙ୍କୁ ଆଶଙ୍କାରେ ପକାଇଛି। ହଣ୍ଡପା ଥାନା କମରେଇ ଠାରେ ରାଜପଥରେ ଫାଟ ଦେଖି କମରେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ କରିଛନ୍ତି।

ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ କିଶୋରନଗର ବ୍ଲକର ବଇଣ୍ଡାରୁ ୨୦୧୮ ମେ ୧୭ ଓ ୧୮ରେ ଠିକା ସଂସ୍ଥା ଗାୟତ୍ରୀ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଠିକ୍‌ ଭାବେ କ୍ଷତିପୂରଣ ନ ଦେଇ ଘର, ଦୋକାନ ଆଦି ଭଙ୍ଗା ଯାଇଥିବା ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ କେତେଜଣ କ୍ଷତିଗ୍ରସ୍ତ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏଯାଏ ୪ ଶହ ଉଠାଦୋକାନୀଙ୍କୁ ଥଇଥାନ କିମ୍ବା କ୍ଷତିପୂରଣ ମିଳିନାହିଁ। ଉଚ୍ଛେଦର ୩ ବର୍ଷ ପରେ ବଇଣ୍ଡାରେ କାମ ସରିପାରି ନାହିଁ। ଏଠାରେ ଗତ ଫେବୃୟାରୀ ଠାରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କେବଳ ଗର୍ତ୍ତ ଖୋଳାରେ ଅଟକିଯାଇଛି। ସେହିପରି ରାସ୍ତାର ୨ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ସରି ନ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ କେତେଜଣଙ୍କ ଘରେ ପାଣି ପଶିଯାଉଛି। ଅନ୍ୟପଟରେ ଜମ୍ବୁନାଳିଠାରୁ ବାମୁର ୩୫ କିଲୋମିଟର ରାସ୍ତାର ୬୦ ପ୍ରତିଶତ କାମ ସରିଛି। କମରେଇଠାରେ ୬ ମାସ ହେବ ରାସ୍ତା କାମ ସରି ଗାଡି ଚଳାଚଳ ହେଉଛି। ହେଲେ ଏଠାରେ ରାସ୍ତା ଫାଟି ଗଲାଣି। ଜିଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦାରଖ କରାଯାଉ ନ ଥିବାରୁ ରାସ୍ତା କାମରେ ବିଳମ୍ବ ସହ ନିମ୍ନମାନର ହେଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଇଣ୍ଡା ଚନ୍ଦନ ପୋଖରୀରେ ୱାଲ ଦିଆଯାଇ ନ ଥିବାବେଳେ ରାଜପଥ ଉପରେ ଥିବା ୧୧ କେଭି ବିଦ୍ୟୁତ୍‌ ତାରଗୁଡିକ ମଧ୍ୟ ହଟାଯାଇନାହିଁ। କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ବଇଣ୍ଡାରେ ଥିବା ଉଠାଦୋକାନୀମାନେ ଥଇଥାନ ହୋଇପାରୁ ନାହାନ୍ତି। ଶୀଘ୍ର ରାସ୍ତା ନିର୍ମାଣ ପାଇଁ ୨୦୧୯ ମେ ୧୦ ଓ ୨ ଫେବୃୟାରୀ ୨୦୨୦ରେ ଜିଲାପାଳଙ୍କ ଠାରେ ଅଭିଯୋଗ କରାଯାଇଥିଲା। ୩ ଏପ୍ରିଲ ୨୦୨୦ରେ ଆଠମଲ୍ଲିକ ବିଧାୟକ, ଉପଖଣ୍ଡ ପ୍ରଶାସନ, ଠିକାସଂସ୍ଥାକୁ ନେଇ ନାକିଚି ବଙ୍ଗଳାଠାରେ ଏକ ବୈଠକ କରାଯାଇ ଶୀଘ୍ର କାମ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏ ଦିଗରେ ଠିକା ସଂସ୍ଥା ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଜିଲାପାଳ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଠିକା ସଂସ୍ଥାର ଅବହେଳା
ଠିକା ସଂସ୍ଥାର ଅବହେଳା ଓ ବିଳମ୍ବ ଯୋଗୁ ବଇଣ୍ଡା ଗ୍ରାମବାସୀ ବହୁ ହଇରାଣ ହେଉଛନ୍ତି। ଡ୍ରେନ କାମ ସରି ନ ଥିବାରୁ ଅନେକଙ୍କ ଘରେ ବର୍ଷା ପାଣି ପଶିଯାଉଛି। ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ ପାଇଁ ଅସନ୍ତୋଷ ଦେଖାଯାଇଛି। ଶୀଘ୍ର କାମ କରା ନ ଗଲେ ଆନ୍ଦୋଳନ ହେବ।
-ଭାଗୀରଥି ପ୍ରଧାନ, ଭାଜପା ନେତା

ରାସ୍ତା, ବ୍ରିଜ୍‌ କାର୍ଯ୍ୟରେ ବିଳମ୍ବ
ଉଚ୍ଛେଦର ୩ ବର୍ଷ ପରେ ମଧ୍ୟ ବାମୁର ଅଞ୍ଚଳରେ ରାସ୍ତା କାମ ସରିପାରି ନାହିଁ। ଅସ୍ଥାୟୀ ରାସ୍ତାଗୁଡିକରେ ଖାଲଖମା ସୃଷ୍ଟି ହୋଇଛି। ବେଆଇନ କ୍ରଶର ନିର୍ମାଣ ହୋଇଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହେଉଛି। ବାମୁର ଠାରେ ବ୍ରିଜ୍‌ କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ଦେଖାଯାଇଛି।
-ସଞ୍ଜୀବ କୁମାର ପ୍ରଧାନ, ବାମୁର

ଠିକ୍‌ ଭାବେ ତଦାରଖ ହେଉନି
ରାଜପଥ କାର୍ଯ୍ୟ ବିଳମ୍ବ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅସ୍ଥାୟୀ ରାସ୍ତା ମଧ୍ୟ ମରାମତି କରାଯାଉ ନାହିଁ। ବ୍ରିଜ୍‌ଗୁଡିକ ନିର୍ମାଣ ହେଉନାହିଁ। ପ୍ରଶାସନିକ ଅଧିକାରୀମାନେ ଠିକ୍‌ ଭାବେ କାର୍ଯ୍ୟ ତଦାରଖ କରୁ ନ ଥିବା ଯୋଗୁ ରାସ୍ତା କାମରେ ଏପରି ବିଳମ୍ବ ହୋଇଚାଲିଛି।
-ଲମ୍ବୋଦର ସାହୁ, ନାକିଚି

ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ
ରାଜପଥର କିଭଳି ଭଲ କାମ ହେବ ସେ ନେଇ ଠିକା ସଂସ୍ଥା ଓ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଉପଖଣ୍ଡ ପ୍ରଶାସନ, ଠିକାସଂସ୍ଥାକୁ ନେଇ ବୈଠକ କରାଯାଇଛି। ରାସ୍ତା ଫାଟିଯିବା ସମ୍ପର୍କରେ ଅନୁଧ୍ୟାନ ସହ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ରାସ୍ତା ଫାଟିଯାଇଥିବାର ତର୍ଜମା ହେବ
କରୋନା କାରଣରୁ ଅଧିକ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଯାଇପାରୁ ନାହିଁ। ସେଥିପାଇଁ କାର୍ଯ୍ୟ ବିଳମ୍ବ ହେଉଛି। ଯେଉଁ ଅଞ୍ଚଳରେ ରାସ୍ତା ଫାଟିଯାଇଛି, ଠିକାସଂସ୍ଥା ପକ୍ଷରୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ। ଭଲ ରାସ୍ତା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ

ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ
ଠିକାସଂସ୍ଥାର ଅବହେଳା ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା କାର୍ଯ୍ୟରେ ବିଳମ୍ବ ଯୋଗୁ ଜୀବିକା ହରାଇଥିବା ବ୍ୟବସାୟୀମାନେ ବ୍ୟବସାୟ ଆରମ୍ଭ କରିପାରୁନାହାନ୍ତି। ସେହିପରି ଚନ୍ଦନ ପୋଖରୀରେ ବର୍ଜ୍ୟ ସାମଗ୍ରୀ ପକାଯାଉଥିବାରୁ ଅଞ୍ଚଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri