ଅଗ୍ରଗତି ପୂର୍ବରୁ ଫାଟି ଆଁ

ବଇଣ୍ଡା,୨୮ା୫ (ପରିକ୍ଷିତ ସାହୁ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ କାର୍ଯ୍ୟ ଅନୁଗୋଳ ଜିଲାରେ ଠିକ୍‌ଠାକ୍‌ ଚାଲିନି। ୩ ବର୍ଷ ତଳୁ କିଶୋରନଗର ବ୍ଲକ ଅଞ୍ଚଳରେ ସହର ବଜାର ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏଯାଏ ନିର୍ମାଣ କାର୍ଯ୍ୟରେ ସେପରି ଅଗ୍ରଗତି ଦୃଶ୍ୟମାନ ହେଉନାହିଁ। ତେବେ ଯେଉଁ ଅଞ୍ଚଳରେ ଅଳ୍ପ କେଇ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ସେଠାରେ ରାସ୍ତାରେ ଫାଟ ଦେଖାଦେବା ସ୍ଥାନୀୟ ଗ୍ରାମବାସୀଙ୍କୁ ଆଶଙ୍କାରେ ପକାଇଛି। ହଣ୍ଡପା ଥାନା କମରେଇ ଠାରେ ରାଜପଥରେ ଫାଟ ଦେଖି କମରେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ କରିଛନ୍ତି।

ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ କିଶୋରନଗର ବ୍ଲକର ବଇଣ୍ଡାରୁ ୨୦୧୮ ମେ ୧୭ ଓ ୧୮ରେ ଠିକା ସଂସ୍ଥା ଗାୟତ୍ରୀ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଠିକ୍‌ ଭାବେ କ୍ଷତିପୂରଣ ନ ଦେଇ ଘର, ଦୋକାନ ଆଦି ଭଙ୍ଗା ଯାଇଥିବା ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ କେତେଜଣ କ୍ଷତିଗ୍ରସ୍ତ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏଯାଏ ୪ ଶହ ଉଠାଦୋକାନୀଙ୍କୁ ଥଇଥାନ କିମ୍ବା କ୍ଷତିପୂରଣ ମିଳିନାହିଁ। ଉଚ୍ଛେଦର ୩ ବର୍ଷ ପରେ ବଇଣ୍ଡାରେ କାମ ସରିପାରି ନାହିଁ। ଏଠାରେ ଗତ ଫେବୃୟାରୀ ଠାରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କେବଳ ଗର୍ତ୍ତ ଖୋଳାରେ ଅଟକିଯାଇଛି। ସେହିପରି ରାସ୍ତାର ୨ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ସରି ନ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ କେତେଜଣଙ୍କ ଘରେ ପାଣି ପଶିଯାଉଛି। ଅନ୍ୟପଟରେ ଜମ୍ବୁନାଳିଠାରୁ ବାମୁର ୩୫ କିଲୋମିଟର ରାସ୍ତାର ୬୦ ପ୍ରତିଶତ କାମ ସରିଛି। କମରେଇଠାରେ ୬ ମାସ ହେବ ରାସ୍ତା କାମ ସରି ଗାଡି ଚଳାଚଳ ହେଉଛି। ହେଲେ ଏଠାରେ ରାସ୍ତା ଫାଟି ଗଲାଣି। ଜିଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦାରଖ କରାଯାଉ ନ ଥିବାରୁ ରାସ୍ତା କାମରେ ବିଳମ୍ବ ସହ ନିମ୍ନମାନର ହେଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଇଣ୍ଡା ଚନ୍ଦନ ପୋଖରୀରେ ୱାଲ ଦିଆଯାଇ ନ ଥିବାବେଳେ ରାଜପଥ ଉପରେ ଥିବା ୧୧ କେଭି ବିଦ୍ୟୁତ୍‌ ତାରଗୁଡିକ ମଧ୍ୟ ହଟାଯାଇନାହିଁ। କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ବଇଣ୍ଡାରେ ଥିବା ଉଠାଦୋକାନୀମାନେ ଥଇଥାନ ହୋଇପାରୁ ନାହାନ୍ତି। ଶୀଘ୍ର ରାସ୍ତା ନିର୍ମାଣ ପାଇଁ ୨୦୧୯ ମେ ୧୦ ଓ ୨ ଫେବୃୟାରୀ ୨୦୨୦ରେ ଜିଲାପାଳଙ୍କ ଠାରେ ଅଭିଯୋଗ କରାଯାଇଥିଲା। ୩ ଏପ୍ରିଲ ୨୦୨୦ରେ ଆଠମଲ୍ଲିକ ବିଧାୟକ, ଉପଖଣ୍ଡ ପ୍ରଶାସନ, ଠିକାସଂସ୍ଥାକୁ ନେଇ ନାକିଚି ବଙ୍ଗଳାଠାରେ ଏକ ବୈଠକ କରାଯାଇ ଶୀଘ୍ର କାମ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏ ଦିଗରେ ଠିକା ସଂସ୍ଥା ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଜିଲାପାଳ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଠିକା ସଂସ୍ଥାର ଅବହେଳା
ଠିକା ସଂସ୍ଥାର ଅବହେଳା ଓ ବିଳମ୍ବ ଯୋଗୁ ବଇଣ୍ଡା ଗ୍ରାମବାସୀ ବହୁ ହଇରାଣ ହେଉଛନ୍ତି। ଡ୍ରେନ କାମ ସରି ନ ଥିବାରୁ ଅନେକଙ୍କ ଘରେ ବର୍ଷା ପାଣି ପଶିଯାଉଛି। ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ ପାଇଁ ଅସନ୍ତୋଷ ଦେଖାଯାଇଛି। ଶୀଘ୍ର କାମ କରା ନ ଗଲେ ଆନ୍ଦୋଳନ ହେବ।
-ଭାଗୀରଥି ପ୍ରଧାନ, ଭାଜପା ନେତା

ରାସ୍ତା, ବ୍ରିଜ୍‌ କାର୍ଯ୍ୟରେ ବିଳମ୍ବ
ଉଚ୍ଛେଦର ୩ ବର୍ଷ ପରେ ମଧ୍ୟ ବାମୁର ଅଞ୍ଚଳରେ ରାସ୍ତା କାମ ସରିପାରି ନାହିଁ। ଅସ୍ଥାୟୀ ରାସ୍ତାଗୁଡିକରେ ଖାଲଖମା ସୃଷ୍ଟି ହୋଇଛି। ବେଆଇନ କ୍ରଶର ନିର୍ମାଣ ହୋଇଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହେଉଛି। ବାମୁର ଠାରେ ବ୍ରିଜ୍‌ କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ଦେଖାଯାଇଛି।
-ସଞ୍ଜୀବ କୁମାର ପ୍ରଧାନ, ବାମୁର

ଠିକ୍‌ ଭାବେ ତଦାରଖ ହେଉନି
ରାଜପଥ କାର୍ଯ୍ୟ ବିଳମ୍ବ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅସ୍ଥାୟୀ ରାସ୍ତା ମଧ୍ୟ ମରାମତି କରାଯାଉ ନାହିଁ। ବ୍ରିଜ୍‌ଗୁଡିକ ନିର୍ମାଣ ହେଉନାହିଁ। ପ୍ରଶାସନିକ ଅଧିକାରୀମାନେ ଠିକ୍‌ ଭାବେ କାର୍ଯ୍ୟ ତଦାରଖ କରୁ ନ ଥିବା ଯୋଗୁ ରାସ୍ତା କାମରେ ଏପରି ବିଳମ୍ବ ହୋଇଚାଲିଛି।
-ଲମ୍ବୋଦର ସାହୁ, ନାକିଚି

ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ
ରାଜପଥର କିଭଳି ଭଲ କାମ ହେବ ସେ ନେଇ ଠିକା ସଂସ୍ଥା ଓ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଉପଖଣ୍ଡ ପ୍ରଶାସନ, ଠିକାସଂସ୍ଥାକୁ ନେଇ ବୈଠକ କରାଯାଇଛି। ରାସ୍ତା ଫାଟିଯିବା ସମ୍ପର୍କରେ ଅନୁଧ୍ୟାନ ସହ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ରାସ୍ତା ଫାଟିଯାଇଥିବାର ତର୍ଜମା ହେବ
କରୋନା କାରଣରୁ ଅଧିକ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଯାଇପାରୁ ନାହିଁ। ସେଥିପାଇଁ କାର୍ଯ୍ୟ ବିଳମ୍ବ ହେଉଛି। ଯେଉଁ ଅଞ୍ଚଳରେ ରାସ୍ତା ଫାଟିଯାଇଛି, ଠିକାସଂସ୍ଥା ପକ୍ଷରୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ। ଭଲ ରାସ୍ତା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ

ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ
ଠିକାସଂସ୍ଥାର ଅବହେଳା ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା କାର୍ଯ୍ୟରେ ବିଳମ୍ବ ଯୋଗୁ ଜୀବିକା ହରାଇଥିବା ବ୍ୟବସାୟୀମାନେ ବ୍ୟବସାୟ ଆରମ୍ଭ କରିପାରୁନାହାନ୍ତି। ସେହିପରି ଚନ୍ଦନ ପୋଖରୀରେ ବର୍ଜ୍ୟ ସାମଗ୍ରୀ ପକାଯାଉଥିବାରୁ ଅଞ୍ଚଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?