ଦ୍ୱୈତ ସଂସ୍କୃତିର ବ୍ୟାଖ୍ୟାକାର

ଶଙ୍କରୀ ଚନ୍ଦ୍ରନ୍‌

ଏକ ଦଶନ୍ଧି ପୂର୍ବେ ଅଷ୍ଟ୍ରେଲିଆରେ ରହୁଥିବା ଶ୍ରୀଲଙ୍କା ମୂଳବାସିନ୍ଦା ଶଙ୍କରୀ ଚନ୍ଦ୍ରନ୍‌ ତାଙ୍କ ପାଣ୍ଡୁଲିପି ଧରି ପ୍ରକାଶକଙ୍କ ପାଖକୁ ଗଲା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲୀୟ ପ୍ରକାଶକ ଧରି ନେଇଥିଲେ ଶଙ୍କରୀଙ୍କ ଲେଖା ଅଷ୍ଟ୍ର୍ରେଲିଆ ଉପରେ ପର୍ଯ୍ୟବଶିତ ହୋଇ ନ ଥିବାରୁ ତାହା ସ୍ଥାନୀୟ ବଜାରରେ ଚାହିଦା ସୃଷ୍ଟି କରିପାରିବ ନାହିଁ। ଯେହେତୁ ବିକ୍ରି ସମ୍ଭାବନା କମ୍‌, ସେହେତୁ ତାଙ୍କ ପୁସ୍ତକ ପ୍ରକାଶନର ଆବଶ୍ୟକତା ନାହିଁ। ଏହି ଘଟଣା ସେତେବେଳେ ଶଙ୍କରୀଙ୍କୁ ବହୁତ ଦୁଃଖ ଦେଇଥିଲା। ହେଲେ ସେ ଭାଙ୍ଗିପଡ଼ି ନ ଥିଲେ। ବର୍ତ୍ତମାନ ସେହି ଲେଖିକା ଅଷ୍ଟ୍ରେଲିଆର ଅନ୍ୟତମ ମର୍ଯ୍ୟାଦାଜନକ ପୁରସ୍କାର ‘ଦି ମାଇଲ୍ସ ଫ୍ରାଙ୍କଲିନ୍‌ ସାହିତ୍ୟ ସମ୍ମାନ’-୨୦୨୩ ପାଇ ନିଜ ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ପୁରସ୍କାର ୧୯୫୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ବିଶିଷ୍ଟ ଲେଖକ ଷ୍ଟେଲା ମାରିଆ ସରାହ ମାଇଲ୍ସ ଫ୍ରାଙ୍କଲିନ୍‌ ଏଭଳି ଏକ ପୁରସ୍କାର ସ୍ଥାପନ କରିବା ସକାଶେ ତାଙ୍କ ଉଇଲ୍‌ରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଯେତେବେଳେ ଶଙ୍କରୀ ତାଙ୍କ କୃତି ପାଇଁ କୃତିତ୍ୱ ଅର୍ଜନ କରୁଛନ୍ତି, ସେତେବେଳେ ସେ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରୁଛନ୍ତି। ଯେହେତୁ ସେ ଶ୍ରୀଲଙ୍କାର ମୂଳବାସିନ୍ଦା ହୋଇଥିଲେ ଅଷ୍ଟ୍ରେଲୀୟ ପ୍ରକାଶକମାନେ ତାଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖୁଥିଲେ। ହେଲେ ବାସ୍ତବତା ଦେଖିଲେ ତାଙ୍କ ପ୍ରତିଟି ଉପନ୍ୟାସରେ ଅଷ୍ଟ୍ରେଲୀୟ ବ୍ୟକ୍ତି, ପରିବେଶ ଓ ଚିନ୍ତାଧାରା ସନ୍ନିବେଶିତ ରହିଆସିଛି। ଶଙ୍କରୀଙ୍କ ଲେଖାର ବିଶେଷତ୍ୱ ହେଲା ଶ୍ରୀଲଙ୍କାର ସଂସ୍କୃତି, ଗୃହଯୁଦ୍ଧକୁ ସେ ଯେଭଳି ଭାବେ ଅନୁଭବ କରିଥିଲେ ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ଅସଙ୍ଗତି ତାଙ୍କ ଦୃଷ୍ଟିଗୋଚର ହୋଇଛି। କହିବାକୁ ଗଲେ ତାଙ୍କ ଲେଖାରେ ଦୁଇଟି ଦେଶର ଚିତ୍ର ପ୍ରତିଫଳିତ।
‘ଚାଇ ଟାଇମ୍‌ ଆଟ୍‌ ସିନାମୋନ୍‌ ଗାର୍ଡେନ’ ପାଇଁ ଶଙ୍କରୀ ଚଳିତବର୍ଷ ‘ଦି ମାଇଲ୍ସ ଫ୍ରାଙ୍କଲିନ୍‌ ସାହିତ୍ୟ ସମ୍ମାନ’-୨୦୨୩ ପୁରସ୍କାର ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ସେହି ଦୁଇ ଦେଶ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି। ଏଥିରେ ପରିବାର, ସ୍ମୃତି, ସମ୍ପ୍ରଦାୟ ଓ ଜାତି ସ୍ଥାନ ପାଇଛନ୍ତି। ଏହା ଏକ ଆନ୍ତଃପିଢ଼ି ଘଟଣାସମୂହ ହୋଇଯାଇଛି, ଯେଉଁଥିରେ ବିଶେଷଭାବେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆର ଅସ୍ବାଭାବିକ ସ୍ଥିତି, ଜଟିଳ ସମୀକରଣ ଏବଂ ଉପନିବେଶବାଦର ପରବର୍ତ୍ତୀ ମାନସିକ ଧକ୍‌କାକୁ ସମୟଚକ୍ରରେ ବର୍ଣ୍ଣନା କରାଯାଇଛି। କାହାଣୀରେ ଅଷ୍ଟ୍ରେଲିଆର ପଶ୍ଚିମ ସିଡ୍‌ନୀରେ ଏକ କାଳ୍ପନିକ ନର୍ସିଂହୋମକୁ ଦେଖାଇ ଦିଆଯାଇଛି, ଯାହାର ନାମ ରଖାଯାଇଛି-ସିନାମୋନ୍‌ ଗାର୍ଡେନ୍‌ସ। ତାହା ୧୯୮୦ ମସିହାର ଆଦ୍ୟ ଭାଗରେ ତାମିଲ ସ୍ବାମୀ ଜାଖିର ଓ ସ୍ତ୍ରୀ ମାୟାଙ୍କ ଦ୍ୱାରା ଅଧିଗୃହୀତ ହୋଇଛି। ସେମାନେ ତାହାକୁ ସାଂସ୍କୃତିକ ବୈଭବଯୁକ୍ତ ଏକ ନିରାପଦ ସ୍ବର୍ଗରେ ପରିଣତ କରିଦେଇଛନ୍ତି। ସେଠାରେ ଯୋଗ, ବିଙ୍ଗୋ ନାଇଟ୍‌ସ, ବହୁବିଧ ସଂସ୍କୃତିର ଧାରାକୁ ନେଇ ପାକ୍‌ପ୍ରଣାଳୀ ଏବଂ ଆନ୍ତଃଧର୍ମ ପୂଜାପାଠ କରିବାର ବ୍ୟବସ୍ଥା ସୃଷ୍ଟି ହୋଇଛି। ଏଭଳି ଏକ ସୁନ୍ଦର ପରିକଳ୍ପନାରେ ଗଢ଼ିଉଠିଥିବା ଅଭିନବ ନର୍ସିଂହୋମ୍‌ ପ୍ରତି ଗୋରା ଗୁଣ୍ଡାଙ୍କ ନଜର ପଢ଼ିଛି। ସେଠାରେ ବର୍ଣ୍ଣବୈଷମ୍ୟ ଦେଖାଦେବା ସହ ହିଂସା ଉପୁଜିଛି। ନର୍ସିଂହୋମ୍‌ର ଶ୍ରୀଲଙ୍କା ସସ୍ତ୍ରୀକଙ୍କ ସମେତ କର୍ମଚାରୀଙ୍କ ପ୍ରତି ସେମାନେ ଦୁର୍ବ୍ୟବହାର କରିଛନ୍ତି। ଏଠାରେ ଔପନ୍ୟାସିକା କାହାଣୀକୁ ଗତିଶୀଳ କରାଇବାକୁ ଯାଇ ତାଙ୍କ ମାତୃଭୂମି ଶ୍ରୀଲଙ୍କାର ଗୃହଯୁଦ୍ଧ ଓ ଅତ୍ୟାଚାରକୁ ସନ୍ନିବେଶିତ କରିଛନ୍ତି। ତାମିଲମାନଙ୍କ ଉପରେ ଶ୍ରୀଲଙ୍କାର ମୂଳବାସିନ୍ଦାଙ୍କ ବ୍ୟବହାର ଓ ତତ୍‌ଜନିତ ଉପୁଜିଥିବା ସମସ୍ୟା ସ୍ଥାନ ପାଇଛି। ଏଥିରେ ଲେଖିକା ଜାତୀୟ ପରିଚୟକୁ ସୂକ୍ଷ୍ମ ଭାବେ ଅବତାରଣା କରିବା ବେଳେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଏକ ଅସ୍ତ୍ର ଭାବେ ଦର୍ଶାଇଛନ୍ତି। ଅର୍ଥାତ୍‌ ଶ୍ରୀଲଙ୍କାରେ ତାମିଲ ଏବଂ ଅଷ୍ଟ୍ରେଲିଆରେ ଶ୍ରୀଲଙ୍କା ବାସିନ୍ଦାଙ୍କ ପ୍ରତି ଅସୂୟାଭାବକୁ ଶଙ୍କରୀ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ଅନ୍ତର୍ଜାତୀୟ ସ୍ତରରେ ପାଠକୀୟ ସ୍ବୀକୃତିଲାଭ କରିଛି। ଶଙ୍କରୀ କହନ୍ତି, ଲେଖିଲା ବେଳେ ସଚ୍ଚୋଟଭାବ ତାଙ୍କ ଲେଖାର ଉପାଦାନ ପାଲଟିଯାଇଥାଏ। ସମ୍ଭବତଃ ସେଥିପାଇଁ ସେ ପାଠକୀୟ ଆଦୃତି ପାଇଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ପରିଚୟ ହେଉଛି ସେ ଅଷ୍ଟ୍ରେଲିଆରେ ରହୁଥିବା ତାମିଲ ଆଇନଜୀବୀ। ଉପନ୍ୟାସ ଲେଖିବାକୁ ସେ ଭଲ ପାଇଥାଆନ୍ତି। ଏଥିସହିତ ତାଙ୍କ କ୍ଷୁଦ୍ରଗଳ୍ପ ବହୁ ପ୍ରସିଦ୍ଧ ସାହିତ୍ୟ ପ୍ରତିକାରେ ପ୍ରକାଶ ପାଇ ପାଠକୀୟ ସ୍ବୀକୃତି ସାଉଁଟିଛି। ସେ ଏବେ ସିଡ୍‌ନୀଠାରେ ସ୍ବାମୀ ଓ ୪ ସନ୍ତାନଙ୍କ ସହ ବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri