୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍‌: ପୁଣି ଦିଆଯିବ ଡୋଜ୍‌…

ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍‌ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ ଫାଇଜର ଭାକ୍ସିନ୍‌ର ଏକ୍ସପାୟର ଡୋଜ୍‌ ଦିଆଯାଇଛି। ଜୁନ୍‌ ୫ରୁ ଜୁନ୍‌ ୧୦ ମଧ୍ୟରେ ଏଭଳି ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏକ୍ସପାୟର ଭାକ୍ସିନ୍‌ର ଡୋଜ୍‌ ନେଇଥିବା ଲୋକଙ୍କ ଶୀଘ୍ର ନୂଆ ଡୋଜ୍‌ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଲୋକଙ୍କୁ ଏକ୍ସପାୟର ଭାକ୍ସିନ୍‌ ଦିଆଯାଇଥିବା ସମ୍ପର୍କରେ ଜୁନ୍‌ ୧୫ରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଭାକ୍ସିନ୍‌ ପ୍ରଦାନ କାର୍ଯ୍ୟ ଜାରି ରଖିଥିବା କମ୍ପାନୀ ଏଟିସି ଭାକ୍ସିନେଶନ ସର୍ଭିସେଜ୍‌ ପକ୍ଷରୁ ଏନେଇ ଦୁଃଖ ପ୍ରକାଶ କରାଯାଇଛି। ତେବେ ଏକ୍ସପାୟର ଭାକ୍ସିନ୍‌ର ଡୋଜ୍‌ ନେଇଥିବା ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମାତ୍ର ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଖୋଲିବନି ସ୍କୁଲ-କଲେଜ: ଲକ୍‌ଡାଉନର ନୂଆ ତାରିଖ ଘୋଷଣା

କୋଲକାତା,୨୬।୮: ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନି। ପ୍ରତିଦିନ ଦ୍ରୁତଗତିରେ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ପଶ୍ଚିମବଙ୍ଗରୁ ଏକ ବଡ଼ ଖବର...

ଡରାଇଲାଣି କରୋନା: ଗୋଟିଏ ଦିନରେ ସର୍ବାଧିକ ୧୬,୯୨୨ ସଂକ୍ରମିତ

ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଯଦିଓ ଲକ୍‌ଡାଉନ ପରେ ଲୋକେ କରୋନା ଭାଇରସକୁ ସାମାନ୍ୟ ହାଲ୍‌କା ଭାବେ ଗ୍ରହଣ...

ଯାଜପୁରକୁ ଟପି ଶୀର୍ଷରେ ଗଞ୍ଜାମ: ଦିନକରେ ୪୩ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ୭୧ରେ ପହଞ୍ଚିଲା

ଭୁବନେଶ୍ୱର,୮।୫(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ। ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ...

ସିରମ ଇନ୍‌ଷ୍ଟିଚ୍ୟୁଟର ଭାକ୍ସିନ ଫେରାଇ ନେବାକୁ ଅନୁରୋଧ କଲା ଏହି ଦେଶ

ବେଙ୍ଗାଲୁରୁ,୧୬।୨: ସିରମ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭାକ୍ସିନ କୋଭିଡ୍‌-୧୯ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଦାବି କରୁଥିବା କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି।...

CORONAVIRUS UPDATE: ରାଜ୍ୟରେ ଆଉ ୩ ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଆଉ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ନୂଆ ପଜିଟିଭ୍‌ମାନେ...

ରାଜ୍ୟରେ ନୂଆ ୨୦୬ କରୋନା ପଜିଟିଭ ଚିହ୍ନଟ: ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି। ଏ...

ଝରଣା ନିକଟରେ ଠିଆ ହୋଇ ସେଲ୍‌ଫି ନେଉଥିଲେ ଏହି ଷ୍ଟାର, ଖସିଗଲା ପାଦ; ଆଉ ତା’ ପରେ…

ବେଜିଂ,୧୭ା୭: ହଂକଂର ୩୨ ବର୍ଷୀୟା ସୋସିଆଲ ମିଡିଆ ଷ୍ଟାର ସୋଫିଆ ଚ୍ୟାଙ୍ଗ୍‌ ଝରଣାର ଜଳସ୍ରୋତରେ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ସୋଫିଆ ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ଚାଇନା, ଭର୍ତ୍ତି ହେବେ ଆଉ ୩ ଲକ୍ଷ ସେନା

ବେଜିଂ,୩୦ ।୧୧: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ଚାଇନା । ମିଳିଥିବା ସୂଚନା ଅନୁଯାୟୀ ଏବେ ଚାଇନା ସରକାର ଆଉ ୩ ଲକ୍ଷ ସେନା ବୃଦ୍ଧି...

Advertisement
Archives

Model This Week