ସରକାରଙ୍କ ଯୋଜନା, ଚିନ୍ତାରେ ବିଶେଷଜ୍ଞ: ପର୍ଯ୍ୟଟନ ପାଇଁ କୋହଳ ହେବ ପରିବେଶ କଟକଣା

ଭୁବନେଶ୍ୱର,୨୪ା୬ (ରବିନାରାୟଣ ଜେନା):ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ (ଇଏସ୍‌ଜେଡ୍‌)ରେ ନିର୍ମାଣ ଏବଂ ବ୍ୟବସାୟିକ ଗତିବିଧି ନିଷିଦ୍ଧ ରହିଛି। ଏଭଳିସ୍ଥଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମେ’ ୩୦ରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ଇଏସ୍‌ଜେଡ୍‌ ବିଜ୍ଞପ୍ତିରେ ସଂଶୋଧନ ଆଣିବାକୁ ଆଲୋଚନା କରାଯାଇଥିଲା। ଫଳରେ ଇଏସ୍‌ଜେଡ୍‌ରେ ପର୍ଯ୍ୟଟନ ସମ୍ବଳିତ ନିର୍ମାଣ ଓ ବ୍ୟବସାୟିକ କାର୍ଯ୍ୟକଳାପ କରାଯାଇପାରିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଜଙ୍ଗଲ ଜମିକୁ ଅଣଜଙ୍ଗଲ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଏନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ରହିଛି। ଅର୍ଥାତ୍‌ ଜଙ୍ଗଲ ଜମିରେ ଆତିଥ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ଅନୁମତି ଦେବା ଏବଂ ଉପକୂଳ ଅଞ୍ଚଳରେ ଅଧିକ ପର୍ଯ୍ୟଟନ ପ୍ରକଳ୍ପ ନିର୍ମାଣ ପାଇଁ ଉପକୂଳ ନିୟନ୍ତ୍ରଣ ଅଞ୍ଚଳ(ସିଆରଜେଡ୍‌) ବର୍ଗୀକରଣକୁ ପୁନଃସମୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ରହିଛି।

ଇକୋ ସେନ୍ସିଟିଭ୍‌ ଜୋନ(ଇଏସ୍‌ଜେଡ୍‌) ହେଉଛି ପ୍ରତିରୋଧକ କ୍ଷେତ୍ର। ସଂରକ୍ଷିତ ଜଙ୍ଗଲ, ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀ ଏବଂ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ଇଏସ୍‌ଜେଡ୍‌ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଖଣି ଖନନ, ନିର୍ମାଣ ଏବଂ ଶିଳ୍ପଜନିତ ପ୍ରଦୂଷଣ ଆଦି କ୍ଷତିକାରକ ମାନବୀୟ ଗତିବିଧିକୁ ପ୍ରତିରୋଧ କରାଯାଇପାରିବ। ହେଲେ ସରକାରଙ୍କ ଉପରୋକ୍ତ ଯୋଜନା ଏଥିରେ ଅନ୍ତରାୟ ସୃଷ୍ଟି କରିବ। ତେବେ କେନ୍ଦ୍ରଠାରୁ ଅନୁମତି ନେବା ସମୟରେ ସରକାରଙ୍କ ଏକ କମିଟିିର ରିପୋର୍ଟ ବିଚାରକୁ ନିଆଯିବ। ସେହି କମିଟିରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅଧ୍ୟକ୍ଷ ରହିଥିବାବେଳେ ପିସିସିଏଫ୍‌ ବନ୍ୟପ୍ରାଣୀ, ପିସିସିଏଫ୍‌ (ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ), ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଶିମିଳିପାଳ ନିର୍ଦ୍ଦେଶକ ପ୍ରମୁଖ ରହିଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ କମିଟି ପ୍ରତି ଦୁଇମାସରେ ଥରେ ଏହି ଇକୋ ସେନ୍‌ସିଟିଭ ଜୋନ୍‌ ଅଞ୍ଚଳ ଗସ୍ତ କରି ସେଠାକାର ସମସ୍ୟା ସମ୍ପର୍କରେ ଅବଗତ ହେବେ। ତେବେ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ-୧୯୭୨ ଅନୁଯାୟୀ ଜାତୀୟ ପାର୍କ ଅଞ୍ଚଳରେ କୌଣସି ବ୍ୟବସାୟିକ ନିର୍ମାଣ ହୋଇପାରିବ ନାହିଁ। ସେହିପରି ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ ଭାବେ ବ୍ୟବହାର ଲାଗି ଗ୍ରାମସଭାର ଅନୁମତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ପରିବେଶ ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଲା, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଗାମୀ ଦିନରେ ଇକୋ ସେନ୍‌ସିଟିଭ୍‌ ଜୋନ୍‌ ତଥା ବନ୍ୟପ୍ରାଣୀ ଏବଂ ଜୈବବିବିଧତା ଉପରେ କୁପ୍ରଭାବ ପଡିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସରକାରଙ୍କ ଦ୍ୱାରା ଗଠିତ କମିଟିରେ ପରିବେଶ ବିଶେଷଜ୍ଞ, ବନ୍ୟପ୍ରାଣୀ ବୈଜ୍ଞାନିକ କିମ୍ବା କୌଣସି ଜନଜାତି ବର୍ଗର ପ୍ରତିନିଧିଙ୍କୁ ସାମିଲ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?