ଅନୁଭୂତିଭିତ୍ତିକ ଶିକ୍ଷା ବ୍ୟବସ୍ଥା

ପିଲାମାନେ ବିଭିନ୍ନ ମାଧ୍ୟମରେ ଶିଖନ୍ତି ଓ ବୁଝନ୍ତି। ଗାର୍ଡନରଙ୍କ ବହୁବିଧ ବୁଦ୍ଧିମତ୍ତା ତତ୍ତ୍ୱ ଅନୁଯାୟୀ, ସେମାନଙ୍କର ଦକ୍ଷତା ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇଥାଏ। କିଛି ବିଦ୍ୟାର୍ଥୀ ଚାକ୍ଷୁଷ ଶିକ୍ଷାକୁ ପସନ୍ଦ କରନ୍ତି, ଯେଉଁମାନେ ଜଣଙ୍କୁ ଦେଖି ବା ଅନୁକରଣ କରି ଶିଖନ୍ତି; ଅନ୍ୟ କେତେକ ଲିଖିତ ଲିପିକୁ ପଢ଼ି ଶିକ୍ଷାଲାଭ କରନ୍ତି; ପୁଣି କେତେକ ବ୍ୟବହାରିକ ଜୀବନରେ ହେଉଥିବା ପ୍ରୟୋଗରୁ ଶିକ୍ଷାର ଉପାଦାନ ପାଇଯାଆନ୍ତି। ଏଭଳି ସ୍ଥଳେ ଅନୁଭୂତିଭିତ୍ତିକ ଶିକ୍ଷା ଜାଣିବା ଓ ବୁଝିବାର ଏକ ମହତ୍ୱପୂର୍ଣ୍ଣ ମାର୍ଗ। ଏହା ଶିକ୍ଷାଲାଭ ପାଇଁ ଏକ ସୁସ୍ଥ ବାତାବରଣ ପ୍ରଦାନ କରେ। କହିବା ବାହୁଲ୍ୟ, ଏ ପ୍ରକାର ଶିକ୍ଷାର ଚାବିକାଠି ହେଉଛି ଅନୁଭୂତି। ବୁଝାଇ କହିଲେ, ଏହା ହେଉଛି ‘କରି ଶିଖିବା’। ଏଥିରେ ଶିକ୍ଷାର ଫଳାଫଳ ଅପେକ୍ଷା ଶିକ୍ଷାର ପ୍ରକ୍ରିୟା ଉପରେ ଅଧିକ ଧ୍ୟାନ ଦିଆଯାଏ। ଅନୁଭୂତିଭିତ୍ତିକ ଶିକ୍ଷଣ ହେଉଛି ଜ୍ଞାନ ସଂଗଠନ, ବିଘ୍ନନ ଓ ପୁନର୍ଗଠନର ଏକ ନିରନ୍ତର, ଜୀବନବ୍ୟାପୀ ପ୍ରକ୍ରିୟା।
ଶୈକ୍ଷିକ ତତ୍ତ୍ୱବିତ୍‌ ଡେଭିଡ କୋଲବ ପ୍ରଥମେ ଅନୁଭୂତିଭିତ୍ତିକ ଶିକ୍ଷଣ ତତ୍ତ୍ୱ ବିକଶିତ କରିଥିଲେ, ଏହାର ମୂଳଦୁଆ ପକାଇଥିଲେ କର୍ଟ ଲେୱିନ, ଜିନ ପିଆଜେ ଓ ଜନ ଡେୱିଙ୍କ ଭଳି ମନସ୍ତତ୍ତ୍ୱବିତ୍‌ଗଣ। ବର୍ତ୍ତମାନର ପରୀକ୍ଷା କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାରେ କେବଳ ମୁଖସ୍ଥ କରାଯାଇଥିବା ପାଠ(ସୂଚନା ବା ତଥ୍ୟ) ଗୁରୁତ୍ୱ ପାଉଛି। ଏହା ଫଳରେ ଛାତ୍ରୀଛାତ୍ରଙ୍କଠାରେ ଚିନ୍ତନ କରିବାର ଦକ୍ଷତା ଦୁର୍ବଳ ହୋଇଯାଉଛି। କେବଳ ମୌଳିକସ୍ତରୀୟ ଚିନ୍ତନର ସାମର୍ଥ୍ୟ ରହୁଛି, ଉଚ୍ଚସ୍ତରୀୟ ଚିନ୍ତନ ଓ ବିଚାର ଦୃଷ୍ଟିଗୋଚର ହେଉନାହିଁ। ସତ କହିଲେ, ପିଲାମାନଙ୍କ ଭିତରେ ଚିନ୍ତନ କରିବାର ଦକ୍ଷତା ବିକଶିତ ହେବା ଆବଶ୍ୟକ, ଯାହା ବିଭିନ୍ନ ଜଟିଳ ସମସ୍ୟାର ସମାଧାନଠାରୁ ନେଇ ଆବିଷ୍କାର ଓ ଉଦ୍ଭାବନ ପାଇଁ ବାଟ ଫିଟାଇବ। ସେମାନେ ପ୍ରାପ୍ତ ସୂଚନା ବିଷୟରେ ପ୍ରଶ୍ନ କରି ସେଗୁଡ଼ିକର ପାରସ୍ପରିକ ସମ୍ପର୍କକୁ ଦେଖି ସହଜରେ ଶିଖିପାରିବେ। ଏହି ଦକ୍ଷତା ବ୍ଲୁମଙ୍କ ବର୍ଗୀକରଣ ଅନୁଯାୟୀ, ବିଶ୍ଳେଷଣ, ମୂଲ୍ୟାୟନ ଓ ସୃଷ୍ଟି ଭଳି ଉଚ୍ଚସ୍ତରୀୟ ଚିନ୍ତନ କୌଶଳକୁ ସମାନ୍ତରାଳ ଭାବେ ଗ୍ରହଣ କରେ। ଏହି ସ୍ତରଗୁଡ଼ିକ ବିଦ୍ୟାର୍ଥୀମାନଙ୍କର ତୁଳନା, ପ୍ରଭେଦ ନିର୍ଣ୍ଣୟ ଓ ଉଦ୍ଭାବନ କରିବାର ଦକ୍ଷତାକୁ ବଢ଼ାଏ।
ଅନୁଭୂତିଭିତ୍ତିକ ଶିକ୍ଷଣରେ ଛାତ୍ରୀଛାତ୍ରମାନେ ସୂଚନାର ନିଷ୍କ୍ରିୟ ଗ୍ରହୀତା ପରିବର୍ତ୍ତେ ସକ୍ରିୟ ଓ ଲିପ୍ତ ଶିକ୍ଷାର୍ଥୀ ସାଜିଥା’ନ୍ତି। ଗୁଣାତ୍ମକ ଓ ବ୍ୟବହାରିକ ପରୀକ୍ଷଣ ସେମାନଙ୍କ ଇନ୍ଦ୍ରିୟଗୁଡ଼ିକୁ ନିୟୋଜିତ କରେ। ଫଳରେ ସେମାନେ ବୈଶ୍ୱିକ ଧାରଣା ସମ୍ପର୍କରେ ଚିନ୍ତନ କରି ପ୍ରୟୋଗ କରିବାକୁ ଉତ୍ସାହିତ ହୋଇଥାନ୍ତି। ଏହି ମାଧ୍ୟମରେ ଶିଖି, ପିଲାମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରୟୋଗ କରିବାର ଦକ୍ଷତା ହାସଲ କରନ୍ତି । ନୂଆ ଶିକ୍ଷାଗ୍ରହଣ ପ୍ରଣାଳୀ ସମ୍ପର୍କରେ ଅବଗତ ହୁଅନ୍ତି। ବ୍ୟକ୍ତି ଓ ପରିବେଶ ମଧ୍ୟରେ ପାରସ୍ପରିକ କ୍ରିୟା-ପ୍ରତିକ୍ରିୟା ହେଉଛି ଅନୁଭୂତିଭିତ୍ତିକ ଶିକ୍ଷାର ମୂଳଦୁଆ। ପରିବେଶ ସହ ପାରସ୍ପରିକ କ୍ରିୟାନ୍ବୟନ କରି ଛାତ୍ରୀଛାତ୍ରମାନେ ନୂତନ ତତ୍ତ୍ୱର ସୃଷ୍ଟି କରନ୍ତି। ଶିକ୍ଷଣ ଓ ପୁନଃ ଶିକ୍ଷଣ ସହ ଏହି ପର୍ଯ୍ୟାୟଗୁଡ଼ିକ ଚକ୍ରାକାର ଭାବେ ଅଗ୍ରଗତି କରେ।
କୋଲବଙ୍କ ଅନୁଭୂତିଭିତ୍ତିକ ଶିକ୍ଷାଚକ୍ରର ପର୍ଯ୍ୟାୟଗୁଡ଼ିକ ହେଉଛି ବାସ୍ତବ ଅନୁଭୂତି, ପ୍ରତିଫଳିତ ପର୍ଯ୍ୟବେକ୍ଷଣ, ଧାରଣାର ସାରାଂଶ ଓ ସକ୍ରିୟ ପରୀକ୍ଷଣ। ଏହି ପର୍ଯ୍ୟାୟଗୁଡ଼ିକ ପରସ୍ପର ସହ ସଂଯୁକ୍ତ। ଏହା ଏକ ପୁନଃ ସଂଗଠିତ ପ୍ରକ୍ରିୟା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକାଳ ମଧ୍ୟରେ ଘଟିଥାଏ। ଶିକ୍ଷାର ପ୍ରତ୍ୟେକ ଚକ୍ର ଛାତ୍ରୀଛାତ୍ରଙ୍କ ବୋଧଗମ୍ୟତାକୁ ଆହୁରି ସୁଦୃଢ଼ କରିଥାଏ । ଏକ ନିର୍ଦ୍ଦିଷ୍ଟ ଅନୁଭୂତି/ ଘଟଣା ମାଧ୍ୟମରେ, ଛାତ୍ରୀଛାତ୍ରମାନେ ନିଜ ଇନ୍ଦ୍ରିୟକୁ ନିୟୋଜିତ କରିଥାନ୍ତି। ଫଳରେ ସେମାନଙ୍କ ମାଂସପେଶୀୟ ଦକ୍ଷତାରେ ବୃଦ୍ଧି ହେବା ସହ ପରିବେଶର ବିଭିନ୍ନ ତଥ୍ୟକୁ ଆତ୍ମସାତ କରନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ପ୍ରତିଫଳିତ ପର୍ଯ୍ୟବେକ୍ଷଣରେ, ଶିକ୍ଷାର୍ଥୀମାନେ ଅନୁଭୂତି ମାଧ୍ୟମରେ ପ୍ରାପ୍ତ ସୂଚନାକୁ ବୁଝି ନିଜେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି। ନୂଆ ତଥ୍ୟ ସେମାନଙ୍କ ବିଦ୍ୟମାନ ମାନସିକ ଢାଞ୍ଚାରେ ଉପଯୁକ୍ତ ସ୍ଥାନ ନ ପାଇବା ଦ୍ୱାରା ସେମାନଙ୍କ ଆଶା ଓ ଅନୁଭୂତି ମଧ୍ୟରେ ଜ୍ଞାନାତ୍ମକ ବିଭେଦ ସୃଷ୍ଟି ହୋଇଥାଏ। ଅର୍ଥାତ୍‌, ଏହି ପ୍ରକ୍ରିୟାରେ ଘଟୁଥିବା ଘଟଣାବଳୀ ଆଶା କରାଯାଇଥିବା ଆଚରଣ ସହ ମେଳ ଖାଏ ନାହିଁ। ଧାରଣାର ସାରାଂଶ ଦିଗରେ ଅଗ୍ରସର ହୋଇ, ଛାତ୍ରୀଛାତ୍ରମାନେ ନୂତନ ତଥ୍ୟକୁ ଯୁକ୍ତିଯୁକ୍ତ ମନେକରନ୍ତି, ଏହାକୁ ସେମାନଙ୍କର ପୂର୍ବ ବିଦ୍ୟମାନ ମାନସିକ ଢାଞ୍ଚାସହ ଯୋଡ଼ିଥା’ନ୍ତି। ଏହିପରି ଭାବେ ନୂତନ ତଥା ଦ୍ୱନ୍ଦ୍ୱପୂର୍ଣ୍ଣ ତଥ୍ୟ ସହ ଧାରଣାଗୁଡ଼ିକର ପରିବର୍ତ୍ତନ ଅଥବା ନୂଆ ତତ୍ତ୍ୱର ସୃଷ୍ଟି କରାଯାଏ। ସକ୍ରିୟ ପରୀକ୍ଷଣର ଶେଷ ପର୍ଯ୍ୟାୟରେ, ଶିକ୍ଷାର୍ଥୀମାନେ ପ୍ରାପ୍ତ ଜ୍ଞାନକୁ ବ୍ୟବହାର କରି ଅନୁଶୀଳନ କରନ୍ତି ଓ ବିଭିନ୍ନ ସମସ୍ୟାର ସମାଧାନ କରନ୍ତି। ଏକ ନୂତନ ଅନୁଭୂତି ହାସଲ କରି ସେମାନେ ପୂର୍ବ ବିଦ୍ୟମାନ ଜ୍ଞାନକୁ ନୂଆ ଆକୃତି ଦେଇଥା’ନ୍ତି।
ଅନୁଭୂତିଭିତ୍ତିକ ଶିକ୍ଷା ହେଉଛି ଏକ ଶିକ୍ଷା-ଶିକ୍ଷଣ ଦର୍ଶନ, ଯାହା ଅନେକ ଶୈକ୍ଷିକ ପଦ୍ଧତିକୁ ନେଇ ଗଠିତ। ଏହାକୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟକାରୀ କରାଯାଇପାରିବ। ଏକ ନିର୍ଦ୍ଦିଷ୍ଟ ବିଷୟ ସହ ଜଡ଼ିତ ପରୀକ୍ଷଣ ଓ ଛାତ୍ରୀଛାତ୍ରଙ୍କ ପ୍ରଶ୍ନକୁ ସହଜସାଧ୍ୟ କରିବା ହେଉଛି ଅନୁଭୂତିଭିତ୍ତିକ ଶିକ୍ଷାର ଏକ ସ୍ବରୂପ। ପ୍ରକଳ୍ପ ଓ ସମସ୍ୟାର ସମାଧାନ ପାଇଁ ଦଳୀୟ କାର୍ଯ୍ୟ ଯଥା ସହଯୋଗୀ ଶିକ୍ଷା ବିଭିନ୍ନ ଦୃଷ୍ଟିକୋଣକୁ ସୁଦୃଢ଼ କରିବାରେ ସହାୟକ ହୁଏ। ପାରସ୍ପରିକ ଖେଳ, ସମୂହ ଆଲୋଚନା, ଦାୟିତ୍ୱ ନିର୍ବାହ, କଳା ଓ ହସ୍ତଶିଳ୍ପ ପ୍ରଭୃତି ଏହାର ଅଂଶବିଶେଷ। ବାହ୍ୟ ଶିକ୍ଷା ଓ ବିଭିନ୍ନ ସ୍ଥାନ ଭ୍ରମଣ ଦ୍ୱାରା ବାସ୍ତବ ଦୁନିଆରେ ନିମଜ୍ଜନ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ସମ ଆକର୍ଷଣୀୟ।
‘ଫ୍ଲିପ୍ଡ କ୍ଲାସରୁମ’ ଅନୁଭୂତିଭିତ୍ତିକ ଶିକ୍ଷା ବ୍ୟବସ୍ଥାର ଅଂଶବିଶେଷ। ଏହା ଶିକ୍ଷାର୍ଥୀକେନ୍ଦ୍ରିକ ଶିକ୍ଷା ପଦ୍ଧତିର ଉଦାହରଣ। ଶିକ୍ଷାର୍ଥୀମାନେ ପାଠ୍ୟ ସାମଗ୍ରୀ ଓ ସଞ୍ଚାର ସାଧନ ମାଧ୍ୟମରେ ଘରେ ବସି ପ୍ରଥମେ ଏକ ବିଷୟ ଅନୁସନ୍ଧାନ କରନ୍ତି। ପରେ ସେମାନେ ଧାରଣାଗୁଡ଼ିକୁ ଶିକ୍ଷୟିତ୍ରୀଶିକ୍ଷକ ଓ ସମଗ୍ର ଶ୍ରେଣୀ ସହ ଏକାଠି ଆଲୋଚନା କରନ୍ତି। ଏହି ପ୍ରକାରର ଶିକ୍ଷାଦାନ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ଶୈକ୍ଷିକ ଦାୟିତ୍ୱ ନେବାର ସୁଯୋଗ ଦିଏ ଓ ଅର୍ଥପୂର୍ଣ୍ଣ ପାରସ୍ପରିକ କ୍ରିୟା ମାଧ୍ୟମରେ ଉନ୍ନତ ଶିକ୍ଷାର ପ୍ରସାର ଦିଗରେ ଅଗ୍ରସର କରାଏ।
ଅନୁଭୂତିଭିତ୍ତିକ ଶିକ୍ଷା ବ୍ୟବସ୍ଥାରେ ଶ୍ରେଣୀଗୃହ ପ୍ରସଙ୍ଗ ଭିନ୍ନ ଛାତ୍ରୀଛାତ୍ରଙ୍କ କାର୍ଯ୍ୟଧାରା ମଧ୍ୟ ବଳବତ୍ତର ରହିଥାଏ। ସହପାଠୀ, ପରିବାର ଓ ସାଂସ୍କୃତିକ ପୃଷ୍ଠଭୂମି ଭଳି କାରକଗୁଡ଼ିକ ମଧ୍ୟ ଶିକ୍ଷାକୁ ପ୍ରଭାବିତ କରେ, ଯାହା ବିଚାରକୁ ନିଆଯାଏ ନାହିଁ। ଅନୁଭୂତିଭିତ୍ତିକ ଶିକ୍ଷାର କାର୍ଯ୍ୟାନ୍ବୟନ ଏକ ତାତ୍ତ୍ୱିକ ଦୁଃସ୍ବପ୍ନ ମଧ୍ୟ ହୋଇପାରେ। ଏଥିପାଇଁ କର୍ମଚାରୀବର୍ଗ, ଶୈକ୍ଷିକ ଉପକରଣ, ସ୍ବତନ୍ତ୍ର ପ୍ରଶିକ୍ଷଣ ତଥା ଉନ୍ନତ ସମ୍ବଳର ଆବଶ୍ୟକତା ଅଛି। ଭାରତରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓ ବିବିଧତାକୁ ଦୃଷ୍ଟିରେ ରଖି ଏହା ହିଁ ସତ୍ୟ। ଅନୁଭୂତି ଭିତ୍ତିରେ ଶିଖିବା ପାଇଁ ଛାତ୍ରୀଛାତ୍ରଙ୍କ ପ୍ରସ୍ତୁତିକୁ ମଧ୍ୟ ଆକଳନ କରାଯାଇପାରେ। ଉଦାହରଣ ସ୍ବରୂପ, ଦ୍ୱିତୀୟ ଶ୍ରେଣୀ ଇଂଲିଶ ପାଠ ସହିତ ସଂଘର୍ଷ କରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ସମାଲୋଚନାମୂଳକ ଚିନ୍ତନ ନିମନ୍ତେ କେତେଦୂର ପ୍ରସ୍ତୁତ, ତାହା ବିଚାର୍ଯ୍ୟ।
ଅନୁଭୂତିଭିତ୍ତିକ ଶିକ୍ଷା ପାଇଁ ବ୍ୟବସ୍ଥାରେ ମୋଟାମୋଟି ପରିବର୍ତ୍ତନ ଆବଶ୍ୟକ; ଯାହା ସାମଗ୍ରିକ ବିକାଶ ପାଇଁ ସମୟୋପଯୋଗୀ ହୋଇପାରିବ। ସୁତରାଂ ଅନୁଭୂତିଭିତ୍ତିକ ଶିକ୍ଷଣ ଶୈଳୀରେ ଛାତ୍ରୀଛାତ୍ରମାନଙ୍କୁ ସଶକ୍ତ କରିବାର ଯଥେଷ୍ଟ ଆବଶ୍ୟକତା ଅଛି।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଏନ.ସି.ଇ.ଆର୍‌.ଟି), ଭୁବନେଶ୍ୱର
ମୋ: ୮୦୧୮୧୭୨୩୦୧

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?