ହାଣ୍ଡିଶାଳରୁ ସ୍କୁଲ ହଣ୍ଡା ପର୍ଯ୍ୟନ୍ତ ମହଙ୍ଗା ମାଡ଼

କେନ୍ଦ୍ରାପଡ଼ା,୭ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ଅନୁଦାନ ଯୋଗାଇ ମିଶନ ଶକ୍ତି କାଫେ ଖୋଲାଇଛନ୍ତି। ଏହି କାଫେ ବଜାରର ମହଙ୍ଗା ମାଡ଼ରୁ ନିସ୍ତାର ନ ପାଇ ବନ୍ଦ ହେବାକୁ ବସିଛି। ଏହି କାଫେ ମଧ୍ୟରେ ମହଙ୍ଗା ମାଡ଼ ସୀମିତ ନୁହେଁ। ବଜାର ଦର ସମସ୍ତ ଘରୋଇ ଓ ସରକାରୀ ଯୋଜନା ଉପରେ ପ୍ରଭାବ ପକାଇଛି। ଘରେ ହାଣ୍ଡିଶାଳରୁ ସ୍କୁଲ, ଅଙ୍ଗନଓ୍ବାଡିର ଭୋଜନ କାର୍ଯ୍ୟକ୍ରମ ପରିଚାଳନାକୁ ନେଇ ଖାଉଟି ଏବେ ଚିନ୍ତାରେ ପଡିଛନ୍ତି। ଗୋଟିଏ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀ ବଜାର ଦର ଉପରେ ନିୟନ୍ତ୍ରଣ ରଖୁ ନ ଥିବା ବେଳେ କେନ୍ଦ୍ରାପଡ଼ା ପରି କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଜିଲାରେ ପରିବା ଉପତ୍ାଦନ ଓ ସଂରକ୍ଷଣକୁ ପ୍ରୋତ୍ସାହନ ନାହିଁ।
ଏ ସମ୍ପର୍କରେ ଡେରାବିଶର ଗାୟତ୍ରୀ ଦାସ କହିଛନ୍ତି, ମହଙ୍ଗା ମାଡ଼ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି। ଚାଉଳ, ଡାଲି, ପରିବା, ଚିନି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶ ଛୁଅଁା ହୋଇଛି। ସାଧାରଣ ଉପାର୍ଜନ ମଧ୍ୟରେ ଘର ଖର୍ଚ୍ଚ ବଜେଟ ବଢ଼ିବାରୁ ଘର ଚଳାଇବା କଷ୍ଟକର ହେଉଛି। କିଛି ମାସ ମଧ୍ୟରେ ଡାଲି ୧୦୦ରୁ ୧୫୦ ଛୁଇଁ ଥିବା ବେଳେ ଅଟା ୨୮ରୁ ୪୫ ଟଙ୍କାକୁ ଛୁଇଁଛି। ଏପରି କି ଇତିମଧ୍ୟରେ ଲୁଣ କେଜି ପ୍ରତି ୧୦ଟଙ୍କା ବଢ଼ିଛି। ସେହିପରି ଗୋଟିଏ ଛୋଟିଆ ପରିବା ବ୍ୟାଗ ପୂରଣ ପାଇଁ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଆବଶ୍ୟକ ହେଉଛି। ସହରର ସେକ୍‌ ଅମଜାନ କୁହନ୍ତି, ବଜାର ହାଟରେ ଏହି ଜିଲାର ସ୍ବଉପତ୍ାଦିତ ସାମଗ୍ରୀ ଦେଖିବାକୁ ମିଳୁନାହିଁ। ବାହାରୁ ଆସୁଥିବା ପରିବା ଦର ଅତ୍ୟଧିକ ରହିଛି। ଗତ ସପ୍ତାହରେ ଟମାଟୋ କେଜି ପ୍ରତି ୩୦ ଟଙ୍କା ଥିବା ବେଳେ ହଠାତ ଏହାର ଦର ୧୩୦ ଟଙ୍କା ଛୁଇଁଛି। ସେହିପରି ଅଦା ୩୦୦, ପୋଟଳ ୧୦୦, ଝୁଡଙ୍ଗ, ବରଗୁଡି, ବିନ୍ସ ଆଦି ୧୮୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସାଧାରଣରେ କଖାରୁ, ଅମୃତଭଣ୍ଡା ୮ରୁ ୧୬ ଟଙ୍କା ବଜାର ଦର ଥିବା ବେଳେ ଏବେ ଏହାର ମୂଲ୍ୟ କେଜି ପ୍ରତି ୨୦ରୁ ୪୦ ଟଙ୍କାକୁ ଛୁଇଁଲାଣି। ଅନ୍ୟ ଜିଲାକୁ ବାଇଗଣ ଯୋଗାଣରେ କେନ୍ଦ୍ରାପଡ଼ା ଜିଲା ରାଜ୍ୟରେ ଏକଦା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏବେ ଚାଲାଣ ବାଇଗଣର ମୂଲ୍ୟ ୬୦ରେ ପହଞ୍ଚତ୍ଲାଣି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଏସ୍‌ଏସ୍‌ଜି ସଦସ୍ୟା ମିନତି ପଣ୍ଡା କହିଛନ୍ତି, ଗ୍ରୁପ ପକ୍ଷରୁ ଅଙ୍ଗନୱାଡି ଓ ସ୍କୁଲର ମଧ୍ୟାହ୍ନଭୋଜନ ଦାୟିତ୍ୱ ନେଇଛୁ। ଏବେ ପରିବା ଓ ରୋଷେଇ ସାମଗ୍ରୀ ଦରର ଅହେତୁକ ଦରବୃଦ୍ଧି ଯୋଗୁ ଏହି ସରକାରୀ ଯୋଜନା ଅଚଳାବସ୍ଥାକୁ ଆସିଛି। ରୋଷେଇ ସିଲିଣ୍ଡରଠାରୁ ଆରମ୍ଭ କରି ଅଣ୍ଡା ଦର ବଢ଼ିଛି। ସରକାରଙ୍କ ମୁଣ୍ଡ ପିଛା ଖାଦ୍ୟ ଦର ବୃଦ୍ଧି ନ ହେଲେ ସ୍କୁଲ, ଅଙ୍ଗନଓ୍ବାଡି, ଆହାର କେନ୍ଦ୍ର, କାଫେ ଆଦିରେ ଏହାର କୁପ୍ରଭାବ ପଡ଼ିବ। ପରିବା ବ୍ୟବସାୟୀ ସେକ୍‌ ଅମାନୁତୁଲ୍ଲା କହିଛନ୍ତି, ଜିଲାରେ ପରିବା ଉତ୍ପାଦନ ନାହିଁ କହିଲେ ଚଳେ। ଏଥିପାଇଁ ଆମେ ପଡ଼ୋଶୀ ଜିଲା ଓ ରାଜ୍ୟ ଉପରେ ନିର୍ଭର କରୁଛୁ। ଫଳରେ ଦରବୃଦ୍ଧି ସ୍ବାଭାବିକ। ସାମଗ୍ରୀ କିଣା, ପରିବହନ, ଟୋଲ ଗେଟ ଆଦିର ହିସାବକୁ ଯୋଡ଼ାଗଲେ ଲାଭ ଅର୍ଥ ଯଥେଷ୍ଟ କମିଛି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଖାଉଟିଙ୍କ ଦୁଃଖକଷ୍ଟ ପ୍ରତି ସରକାରଙ୍କ ନିଘାନାହିଁ। ଏହାଦ୍ୱାରା ନିମ୍ନ ଓ ମଧ୍ୟବିତ୍ତ ପରିବାର ବେଶତ୍‌ି କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଜିଲାରେ ବଜାର ଦର ନିୟନ୍ତ୍ରଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ କୌଣସି ତତ୍ପରତା ନାହିଁ। ମନଇଚ୍ଛା ଖାଉଟି ଶୋଷଣ ହେଉଛନ୍ତି। ଜିଲାରେ ଶୀତଳ ଭଣ୍ଡାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଫାଇଲ ତଳେ ରହିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଖାଉଟି ବଜାରର ସୁପରିଚାଳନା ପାଇଁ ଯୋଗାଣ ବିଭାଗ ଅଧୀନରେ ଏକ କମିଟି ଅଛି। ଏ ନେଇ ସେ ଆଲୋଚନା କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?