ପୋଲିସ ଉପସ୍ଥିତିରେ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ

ନିଶ୍ଚିନ୍ତକୋଇଲି, ୨୩ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ତହସିଲରେ ଶନିବାର ବେଆଇନ୍‌ ବାଲି ବୋଝେଇ ଗାଡ଼ି ଉପରେ ଚଢ଼ାଉବେଳେ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ହେଲେ ଗଣେଶ୍ୱର ହେମ୍ବ୍ରମ୍‌। ଚିକିତ୍ସିତ ହୋଇ ଫେରିବା ପରେ ସେ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣବେଳେ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଫଳରେ ପୋଲିସର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଣେଶ୍ୱରଙ୍କ ଅଭିଯୋଗ ଅନୁଯାୟୀ, ମାହାଙ୍ଗା ତହସିଲ ଅଧୀନ ବିରୂପା ନଦୀରୁ ବେଆଇନ ବାଲି ଚାଲାଣ ସମ୍ପର୍କରେ ସୂଚନାପାଇ ଗଣେଶ୍ୱର ଏକ ସ୍ବତନ୍ତ୍ର ଟିମ୍‌ ସହ ସେଠାରେ ଚଢ଼ାଉ କରିଥିଲେ। ସେଠାରୁ ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ଏହି ସମୟରେ ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଓ ଚାଳକ ଗଣେଶ୍ୱରଙ୍କୁ ଆକ୍ରମଣ କରିଥିଲେ। ଏନେଇ ରିପୋର୍ଟ ଲେଖା ହେବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେନି କଟକଣା: ମାଲକାନଗିରି ଜିଲାରେ ପଶିଲେ ବାଲେଶ୍ୱର ଯୁବକ

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ାକଡ଼ି କରି ଯାଞ୍ଚ କରାଯାଉଛି। ତଥାପି...

‘ଅଗ୍ନି-୩’ ରାତ୍ରକାଳୀନ ପରୀକ୍ଷା ସଫଳ

ବାଲେଶ୍ୱର ଅଫିସ, ୧।୧୨-ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ଶନିବାର ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓ ପକ୍ଷରୁ ଭଦ୍ରକ ଜିଲା...

ବଜ୍ରପାତରେ ଗୋରୁଚରାଳୀଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୪(ଡି.ଏନ.ଏ)- ତାରସିଂ ଥାନା ତୋଲଡ଼ିରେ ବୁଧବାର ବଜ୍ରପାତରେରେ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତୋଲାଡିର ଲକ୍ଷ୍ମଣ ବେହେରା (୩୦)। ଲକ୍ଷ୍ମଣ ଗୋରୁ...

ଚୋରି ହୋଇଥିବା ନଗରପାଳଙ୍କ ଟ୍ରକ୍‌ ଜବତ

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଟ୍ରକ୍‌ ଅମଲାପଡ଼ା ୬ଷ୍ଠ ଲେନ୍‌ରୁ ଚୋରି ହୋଇଥିବା ବେଳେ ତାହାକୁ ପୋଲିସ ଅନ୍ୟସ୍ଥାନରୁ ଜବତ...

‘ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱରସ୍ଥିତ ସଦ୍‌ଭାବନା ସଭାଗୃହରେ ଚଳିତ ରବି ୨୦୧୯-୨୦ ବର୍ଷ ପାଇଁ ଜିଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର...

କୋଭିଡ ଟୀକାକରଣ ପାଇଁ ପୂର୍ବାଭାସ: ଡ୍ରାଏ ରନ୍‌ରେ ଯୋଗଦେଲେ ୨୫ ଜଣ

ବଲାଙ୍ଗୀର ଅଫିସ,୨।୧: ଜାନୁୟାରୀ ପହିଲାରୁ କରୋନା ଟୀକାକରଣକୁ ନେଇ ସର୍ବସାଧାରଣରେ ଅନେକ ଆଶା ଓ ଉତ୍ସୁକତା ଦେଖାଦେଇଛି ା ଶନିବାର ବଲାଙ୍ଗୀର କନ୍ଧପାଲିପଡା ସହରାଞ୍ଚଳ ପ୍ରାଥମିକ...

ଘରୁ ବାହାରିଲା ୧୩ ନାଗ, ବାବୁ ସାହିରେ ଆତଙ୍କ

ଧାମନଗର,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ବାବୁ ସାହିର ଖଗେଶ୍ୱର ମହାକୁଡ଼ଙ୍କ ଘରୁ ଗୋଟିଏ ନାଗୁଣୀ ସହ ୧୨ ନାଗ ଛୁଆ ଉଦ୍ଧାର କରାଯାଇଛି।...

Advertisement
Archives

Model This Week