Posted inବରଗଡ଼

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷ ପାଇଁ ଆବଶ୍ୟକ ମଜୁରି, ସାର, କୀଟନାଶକ, ଡିଜେଲ ଓ ଟ୍ରାକ୍ଟର ଭଡ଼ାରେ ଲଗାତର ବୃଦ୍ଧି ହେଉଥିବାବେଳେ ଧାନର ଉଚିତ ମୂଲ୍ୟ ନ ମିଳିବାରୁ ଚାଷୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ ହେଉଛି।
ଚାଷୀମାନଙ୍କ କହିବା ଅନୁସାରେ, ବର୍ଷକୁ ବର୍ଷ ଚାଷ ଖର୍ଚ୍ଚ ବଢ଼ି ଚାଲିଥିବାବେଳେ ସେହି ଅନୁପାତରେ ଫସଲର ମୂଲ୍ୟ ବୃଦ୍ଧି ପାଉନାହିଁ। ସାର ଯୋଗାଣରେ ଅନିୟମିତତା ଓ କଳାବଜାର, କୀଟନାଶକର ଅଧିକ ଦର, ମଜୁରି ବୃଦ୍ଧି ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଚାଷକୁ ଅଧିକ ବ୍ୟୟବହୁଳ କରିଦେଇଛି। ଏହା ସହିତ ଟ୍ରାକ୍ଟର ଭଡ଼ା ବୃଦ୍ଧି ପାଇଥିବାରୁ ଅନେକ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଚାଷ କାମରୁ ଦୂରେଇ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜମି ପଞ୍ଜୀକରଣ ପାଇଁ ବିଭିନ୍ନ କାଗଜପତ୍ର ସଂଗ୍ରହ ଓ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡୁଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଚାଷୀଙ୍କ ସମୟ ଓ ଅର୍ଥ ଉଭୟର ଅପଚୟ ହେଉଥିବାବେଳେ ଏହି ପ୍ରକ୍ରିୟାକୁ ସରଳ କରିବା ଆବଶ୍ୟକ। ବର୍ତ୍ତମାନର ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ଚାଷ ପ୍ରତି ଆଗ୍ରହ ହରାଉଛନ୍ତି। ସାର ଯୋଗାଣ, ଜମି ପଞ୍ଜୀକରଣ ଏବଂ ଧାନ ବିକ୍ରି ସମ୍ବନ୍ଧୀୟ ନିୟମାବଳୀକୁ ସରଳୀକରଣ କରିବା ସହିତ ଚାଷୀଙ୍କ ବାସ୍ତବ ସମସ୍ୟା ବୁଝି ନୀତି ପ୍ରଣୟନ କରିବାକୁ ଦାବି ହେଉଛି।

ଏମାନେ କୁହନ୍ତି

ବିକ୍ରି ହୋଇପାରୁନି ଅମଳ ଧାନ
ଚାଷୀର ସମସ୍ତ ଅମଳ ଧାନ ବିକ୍ରି ହୋଇପାରୁନାହିଁ, ଜମି ତୁଳନାରେ ଟୋକନ କମ ଆସୁଛି, ତେଣୁ ବହୁତ ଚାଷୀ ଏମ୍‌ଏସ୍‌ପି ପାଇବାରୁ ବଞ୍ଚତ୍ତ ହେଇଛନ୍ତି। ଅନ୍ୟପକ୍ଷରେ କୃଷିକ୍ଷେତ୍ରରେ ଲାଗୁଥିବା ଶ୍ରମିକର ମୂଲ୍ୟ ବଢୁଛି, ବିହନ ଓ ସାରର ଅହେତୁକ ଦର ବୃଦ୍ଧି, ସବସିଡି ଅଙ୍କ କମିବା, ତୈଳ ଦର ବୃଦ୍ଧି ପ୍ରଭୃତି ଯୋଗୁ ଚାଷରେ ଖର୍ଚ୍ଚ ବୃଦ୍ଧି ହେଉଛି। ପ୍ରକୃତରେ ଦେଖିବାକୁ ଗଲେ ଶେଷରେ ଚାଷୀ ହାତରେ ଏକ ବିରାଟ ଶୂନ ରହୁଛି ।
-ଅଜିତ କୁମାର ଶତପଥୀ, ଆଇନପରାମର୍ଶ ଦାତା,
ରାଜବୋଡାସମ୍ବର କୃଷକ ସଙ୍ଗଠନ,ପଦ୍ମପୁର
ଚାଷୀଙ୍କ ସମସ୍ୟା ବୁଝି ସରକାର ପଦକ୍ଷେପ ନିଅନ୍ତୁ
କୃଷି ସମ୍ବନ୍ଧୀୟ ନୀତି ଓ ନିୟମକୁ ସମୟୋପଯୋଗୀ ଭାବେ ପରିବର୍ତ୍ତନ କରାଯାଉ ଏବଂ ସରକାର ଗ୍ରାମାଞ୍ଚଳକୁ ଆସି ଚାଷୀଙ୍କ ବାସ୍ତବ ସମସ୍ୟା ବୁଝି ଚାଷ ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ତେବେ ଯାଇ କୃଷି କ୍ଷେତ୍ରର ଉନ୍ନତି ସହ ଚାଷୀମାନେ ମଧ୍ୟ ପ୍ରକୃତ ଲାଭ ପାଇପାରିବେ।
-ପ୍ରବୀଣ ଦାଶ, ଚାଷୀ, ଦର୍ଲିଗୁଡ଼ା, ପଦ୍ମପୁର
ଖର୍ଚ୍ଚ ବଢୁଛି, ଆୟ ବଢୁନାହିଁ
ଚାଷ କରିବା ଦିନକୁ ଦିନ କଷ୍ଟକର ହୋଇପଡୁଛି। ଚାଷ ଖର୍ଚ୍ଚ ବଢୁଛି, କିନ୍ତୁ ସେହି ଅନୁପାତରେ ଆୟ ବଢୁନାହିଁ। ସାର ଯୋଗାଣ, ଜମି ପଞ୍ଜୀକରଣ ଓ ଧାନ ବିକ୍ରି ଭଳି ସରକାରୀ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଏହି ସବୁ କାରଣରୁ ଶିକ୍ଷିତ ଯୁବବର୍ଗ କୃଷି ପ୍ରତି ଆଗ୍ରହ ହରାଉଛନ୍ତି।
-କୈଳାଶ ବାରିକ, ଯୁବଚାଷୀ, ଲମ୍ବରଜୁନା,ପଦ୍ମପୁର

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?