Posted inଜାତୀୟ

ନିଶିକାନ୍ତ, ଦୀନେଶଙ୍କୁ ବହିଷ୍କାର କର: କଂଗ୍ରେସ

ନୂଆଦିଲ୍ଲୀ,୨୧ା୪: ଲୋକ ସଭାରେ ଚତୁର୍ଥ ଥର ପାଇଁ ଭାଜପାରୁ ପ୍ରତିନିଧିତ୍ୱ କରୁଥିବା ନିଶିକାନ୍ତ ଦୁବେ ଶନିବାର ଏନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନକାରାମତ୍କ ମନ୍ତବ୍ୟ ଦେଇଥିଲେ। ନିଶିକାନ୍ତ କହିଥିଲେ, ସର୍ବୋଚ୍ଚ ଅଦାଲତ ନିଜ ସୀମା ଲଂଘି ଆଇନ ପ୍ରଣୟନ ସମ୍ପର୍କିତ ସଂସଦୀୟ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ ତେବେ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକୁ ବନ୍ଦ କରି ଦିଆଯିବା ଉଚିତ। ଏପରି କି ସେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନ ଥିଲେ। ଦେଶରେ ଘଟୁଥିବା ସମସ୍ତ ଗୃହଯୁଦ୍ଧ ପାଇଁ ସିଜେଆଇ ଦାୟୀ। ଧର୍ମୀୟ ସଂଘର୍ଷକୁ ଉସୁକାଇବାରେ ସୁପ୍ରିମକୋର୍ଟଙ୍କ ଭୂମିକା ରହିଛି ବୋଲି ନିଶିକାନ୍ତ କହିଥିଲେ। ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ସଭାର ସଦସ୍ୟ ଥିବା ଦୀନେଶ ଶର୍ମା କହିଥିଲେ, ଡ. ବି.ଆର୍‌. ଆମ୍ବେଡକର ସମ୍ବିଧାନ ପ୍ରଣୟନ ବେଳେ ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ଅଧିକାରଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ପାର୍ଲାମେଣ୍ଟ କିମ୍ବା ରାଷ୍ଟ୍ରପତିଙ୍କୁ କେହି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଦୁଇ ଏମ୍‌ପିଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ପରେ କେନ୍ଦ୍ରମନ୍ତ୍ରୀ ତଥା ଦଳର ମୁଖ୍ୟ ନଡ୍ଡା କହିଛନ୍ତି, ଦୁହେଁ ଏପରି ବୟାନ ଦେବା ଅନୁଚିତ। ସେମାନଙ୍କ ମନ୍ତବ୍ୟ ସହ ଭାଜପାର କୌଣସି ସମ୍ପର୍କ ନାହିଁ। ଭାଜପା ନ୍ୟାୟପାଳିକାକୁ ସମ୍ମାନ ଦେଇଆସିଛି। ଏହା ଉପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏହି ଏମ୍‌ପିମାନେ ଅଭ୍ୟାସଗତ ଭାବେ ବିବାଦୀୟ ମନ୍ତବ୍ୟ ଦେଇଥାଆନ୍ତି। ଭାଜପାର ବିଦାୟୀ ଅଧ୍ୟକ୍ଷଙ୍କ ସ୍ପଷ୍ଟୀକରଣର କିଛି ମାନେ ନାହିଁ। ଏହା ହେଉଛି ଡ୍ୟାମେଜ୍‌ କଣ୍ଟ୍ରୋଲ, ଯାହାକୁ ନେଇ କେହି ନିର୍ବୋଧ ପାଲଟିବେ ନାହିଁ। ସମଗ୍ର ରାଜନୀତି ବିଜ୍ଞାନରୁ ଏହା ସମଗ୍ର ରାଜନୈତିକ ଛଳନା ବୋଲି ପ୍ରତିଫଳିତ ହେଉଛି। ଭାରତୀୟ ସମ୍ବିଧାନ ଉପରେ ଆକ୍ରମଣ ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଏହାକୁ ସମର୍ତନ କରୁଛି। ନିଶିକାନ୍ତ ଓ ଦୀନେଶଙ୍କୁ ନଡ୍ଡା କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କି ବୋଲି ରମେଶ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସର ଅନ୍ୟ ଜଣେ ସାଧାରଣ ସମ୍ପାଦକ ମୁକୁଲ ଓ୍ବାସ୍‌ନିକ ଏକ୍ସ’ରେ ଲେଖିଛନ୍ତି, ସୁପ୍ରିମକୋର୍ଟ ଓ ସିଜେଆଇଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇଥିବା ୨ ଏମ୍‌ପିଙ୍କୁ ଦଳରୁ ବହିଷ୍କାର କରିବା ହେଉଛି ସର୍ବନିମ୍ନ କାର୍ଯ୍ୟାନୁଷ୍ଠାନ, ଯାହାକି ଏଯାଏ ଶାସକ ଦଳ ନେଇନାହିଁ।
ଉଲ୍ଲେଯୋଗ୍ୟ, ନିକଟରେ ଓ୍ବକ୍‌ଫ ସଂଶୋଧିତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ୭୩ଟି ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଓ୍ବକ୍‌ଫ କାଉନ୍‌ସିଲ ଓ ବୋର୍ଡର ନିଯୁକ୍ତି ସମ୍ପର୍କିତ କ୍ଷମତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ତାମିଲନାଡୁ ବିଧାନସଭାରେ ପାରିତ ବିଧେୟକଗୁଡ଼ିକୁ ପକାଇ ରଖିଥିବା ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କୁ ଭର୍ତ୍ସନା କରିଥିଲେ। ସେହିପରି ରାଜ୍ୟପାଳ ପଠାଇବାର ୩ ମାସ ଭିତରେ ବିଧେୟକଗୁଡ଼ିକ ଉପରେ ରାଷ୍ଟ୍ରପତି ନିଷ୍ପତ୍ତି ନେବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁଇ ପ୍ରସଙ୍ଗକୁ ଦେଖିଲେ ସଂସଦରେ ପାରିତ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ଆଇନ ଉପରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଅଙ୍କୁଶ ଲଗାଇବା କ୍ଷମତା ରହିଥିବା ବୁଝି ହେଉଛି। ତେଣୁ ଭାଜପା ଏମ୍‌ପି ନିଶିକାନ୍ତ ଓ ଦୀନେଶ ଉପରୋକ୍ତ ମନ୍ତବ୍ୟ ଦେଇଥିବା ମନେକରାଯାଉଛି। ଇତିମଧ୍ୟରେ ଓ୍ବକ୍‌ଫ ଆଇନ ବିରୋଧୀ ଆବେଦନକାରୀଙ୍କ ଜଣେ ଓକିଲ ଅନାସ ତନ୍‌ବୀର ନିଶିକାନ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ଅନୁମତି ପ୍ରଦାନ କରିବାକୁ ଆଟର୍ନି ନେଜେରାଲ(ଏଜି) ଆର୍‌. ଭେଙ୍କଟରମଣୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?