ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ ନ ଥିଲେ ମଧ୍ୟ ବଡ଼ ବଡ଼ ଗଛରେ ପ୍ରାୟ ୭ ପ୍ରଜାତିର ୫ଶହରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ବସା ବାନ୍ଧି ରହିଛନ୍ତି। ଫଳରେ ଜନଗହଳି ପରିବେଶରେ ଏହା ନିଆରା ଅନୁଭବ ଆଣି ଦେଇଛି।
ବିଶେଷ କରି ଜିଲାର ପଦ୍ମତୋଳା ହ୍ରଦ, ରିଷିଆ, କୁଲଡ଼ିହା, ତାଳସାରୀ, ସୁବର୍ଣ୍ଣରେଖା ମୁହାଣ, ଚାନ୍ଦିପୁର ଆଇଟିଆର୍‌ କ୍ୟାମ୍ପସ୍‌ ଓ ଚାନ୍ଦିପୁର ବେଳାଭୂମିରେ ଶୀତଦିନେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ କିଛିବର୍ଷ ହେବ ନୂଆବଜାର ଅଞ୍ଚଳରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ତେବେ ସହର ଭିତରେ ଏତେସଂଖ୍ୟକ ପକ୍ଷୀ ରହୁଥିବାରୁ ଶିକାରୀ ସେମାନଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି। ପକ୍ଷୀମାନଙ୍କ ଲାଗି ସୁରକ୍ଷା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ସେହିପରି ସହରର ଅନ୍ୟ ଏକ ଜାଗା ହରିପୁର ଅଞ୍ଚଳରେ ମଧ୍ୟ ପ୍ରାୟ ୨ହଜାର ପକ୍ଷୀ ଆଶ୍ରୟ ନେଇଛନ୍ତି। ଉଭୟ ସ୍ଥାନରେ ପକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପରିବେଶବିତ୍‌ ତଥା ଶିକ୍ଷକ ଗଙ୍ଗାନାରାୟଣ ପାଢ଼ୀ ଓ ସ୍ଥାନୀୟ ବାସିନ୍ଦା ଅରୁଣ କୁମାର କୁଣ୍ଡୁ ଦାବି କରିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ସଦର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା କହିଛନ୍ତି, ବୁଢ଼ାବଳଙ୍ଗ ନଦୀ କୂଳରେ ଏହି ସହର ଅବସ୍ଥିତ ହୋଇଥିବାରୁ କିଛି ବିଦେଶୀ ପକ୍ଷୀ ସୁରକ୍ଷିତ ମନେ କରି ଗଛ ଉପରେ ବସା ବାନ୍ଧି ରହୁଛନ୍ତି। ଅଳ୍ପ ଦୂରରେ ସମୁଦ୍ରକୁ ମଧ୍ୟ ଦିନ ବେଳେ ଉଡ଼ିଯାଇ ନିଜର ଖାଦ୍ୟ ସଂଗ୍ରହ କରିପାରୁଛନ୍ତି। ଏହି ପକ୍ଷୀଗୁଡ଼ିକ ସାଧାରଣତଃ ବଗ ଜାତୀୟ। ସେମାନଙ୍କର ଥଣ୍ଟ ହଳଦିଆ। ସେମାନେ ବିଦେଶୀ ପ୍ରଜାତିର ବୋଲି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂଖ୍ୟା ଦୃଷ୍ଟିରୁ ଗତବର୍ଷଠାରୁ ଚଳିତବର୍ଷ ଏହାର ସଂଖ୍ୟା ଅଧିକ। ବାତ୍ୟା ‘ୟାସ୍‌’ ଦ୍ୱାରା ସେମାନଙ୍କ ଭାଙ୍ଗିଯାଇଥିବାରୁ ନୂଆ ବସା ତିଆରି କରିବା ବେଳେ ସେମାନେ ଜୋରରେ କୋଳାହୋଳ କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭।୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍‌...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri