ଘର ନିକଟରେ କବର ଖୋଳାକୁ ନେଇ ଉତ୍ତେଜନା

ପିପିଲି,୩୦।୫(ସ୍ବ.ପ୍ର.): ପିପିଲି ପୌରାଞ୍ଚଳ ୧୪ୱାର୍ଡ ସୁଲତାନନଗର ଗ୍ରାମର ଏକ ଘର ନିକଟରେ ଶନିବାର ମୃତଦେହ ପୋତିବା ନିମନ୍ତେ ଏକ କବର ଖୋଳିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ବୃଦ୍ଧାଙ୍କ ମୃତଦେହକୁ ପୋତିବା ପାଇଁ ଅନ୍ୟ ସମ୍ପ୍ରଦାୟ ଲୋକଙ୍କ ଘର ନିକଟରେ କବର ଖୋଳାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଖବରପାଇ ଘଟଣାସ୍ଥଳରେ ପିପିିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ସୂଚନା ଅନୁଯାୟୀ, ସୁଲତାନ ନଗର ଗ୍ରାମର ସେକ ଆସାଦୁନ ନବିଙ୍କ ମାଆଙ୍କ ଦେହ ଶନିବାର ସକାଳୁ ହଠାତ୍‌ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମୃତଦେହକୁ ଗ୍ରାମର କବର ସ୍ଥାନକୁ ନେବା ପରିବର୍ତ୍ତେ ଓଡ଼ିଆ ହରଜନ ବସ୍ତି ଘର ନିକଟରେ ପୋତିବା ପାଇଁ ସମ୍ପର୍କୀୟମାନେ କବର ପାଇଁ ଗାତ ଖୋଳିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ଦେଖାଦେଇଥିଲା। ହରିଜନ ବସ୍ତିବାସିନ୍ଦାଙ୍କ କହିବା ମୁତାବକ, ସେଠାରେ ଶହେରୁ ଊର୍ଦ୍ଧ୍ୱ ଲୋକ ଓ ପିଲାଛୁଆଙ୍କୁ ନେଇ ଦୀର୍ଘଦିନ ହେବା ଚଳିଆସୁଛୁ। ସେମାନଙ୍କ କବର ସ୍ଥାନ ଥିବାବେଳେ ଆମ ଘର ନିକଟରେ କାହିଁକି କବର କରାଯାଉଛି। ଏଠାରେ କବର କଲେ ଆମ ପିଲାଛୁଆ ଡରିବେ ଓ ନାନା ଅସୁବିଧା ସୃଷ୍ଟି ହେବ ବୋଲି ବସ୍ତି ପକ୍ଷରୁ ଶାନ୍ତିଲତା ବେହେରା ଓ ଅନ୍ୟମାନେ ଅଭିଯୋଗ କରିଥିଲେ। ଅନ୍ୟପଟେ ମୃତକଙ୍କ ପୁଅ ସେକ ଆସାଦୁନ ନବି କହିଛନ୍ତି, ଏହି ଜାଗାଟି ଆମର। ଏଠାରେ ମାଆଙ୍କ ମୃତଦେହ ପୋତାହେଲେ ଆମ ପାଇଁ ଶୁଭ ହେବ। ପରେ ପୋଲିସ ପହଞ୍ଚତ୍ ଘଟଣାର ସମାଧାନ କରିଥିବା ବେଳେ ଅଭିଯୋଗକାରୀ ଶାନ୍ତିଲତା ବେହେରା ଓ ତାଙ୍କ ସମ୍ପର୍କୀୟମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?