ପ୍ରଚାର ବ୍ୟାକୁଳ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଟୁଇଟରରେ ଘୃଣା ବାର୍ତ୍ତା ପ୍ରଚାର କରିଥିବାରୁ ଏବେ ଏହି ସାମାଜିକ ଗଣମାଧ୍ୟମ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଦେଇଛି। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ଘଟୁଥିବାରୁ ତାହାକୁ ସେ ଭୟଙ୍କର ବୋଲି କହିଛନ୍ତି। ଏଥିପାଇଁ ସେ ସିଧାସଳଖ ତୃଣମୂଳ ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କୁ ଜଣେ ରାକ୍ଷସୀର ଆଖ୍ୟା ଦେଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟକରି କହିଛନ୍ତି ଯେ, ମମତାଙ୍କୁ ଦମନ କରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କର ଗୋଧ୍ରା ସମୟର ଗୁଣ୍ଡା ରୂପ ପୁନର୍ବାର ଧାରଣ କରନ୍ତୁ। ଗୁଣ୍ଡାକୁ ମାରିବାକୁ ହେଲେ ସୁପରଗୁଣ୍ଡା ହେବାକୁ ପଡ଼େ ବୋଲି କଙ୍ଗନା କହିଛନ୍ତି।
ଦେଖିବାକୁ ଗଲେ କଙ୍ଗନା ଜଣେ ସିନେମା କର୍ମୀ, ଯିଏ ଗଣମାଧ୍ୟମ ଦୃଷ୍ଟିରେ ସର୍ବଦା ରହିବାକୁ ଚାହାନ୍ତି। ତାଙ୍କର ସେଭଳି ହିଟ୍‌ ହୋଇଥିବା ସିନେମା ନାହିଁ। କିନ୍ତୁ ନିକଟ ଅତୀତରେ ବିଶେଷକରି ଥରେ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ କଙ୍ଗନା ତାଙ୍କ ଘୃଣାରେ ଭର୍ତ୍ତି ହୋଇଥିବା ଚରିତ୍ରକୁ ପ୍ରଦର୍ଶନ କରି ଲୋକଲୋଚନରେ ରହିବାକୁ ଚେଷ୍ଟା କରିଆସୁଛନ୍ତି। ପୂର୍ବରୁ ମୁସଲମାନ ସମ୍ପ୍ରଦାୟ ବିରୋଧରେ ମତ ଦେବା, ମହାରାଷ୍ଟ୍ରରେ ଶିବ ସେନା ସରକାରକୁ ଅଭଦ୍ର ଭାଷାରେ ଗାଳି ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଏକ ଭାବମୂର୍ତ୍ତି ସୃଷ୍ଟି ହେଲା ଯେ, କଙ୍ଗନା ହେଉଛନ୍ତି ଭାଜପାର ଜଣେ ଆଗ ଧାଡ଼ିର ସମର୍ଥକ। ନିକଟରେ ପଶ୍ଚିମବଙ୍ଗରେ ଭାଜପାର ସବୁ କଳ, ବଳ, କୌଶଳ ଲଗାଯିବା ସତ୍ତ୍ୱେ ପରାଜୟ ହୋଇଥିବାରୁ କଙ୍ଗନାଙ୍କୁ ତାହା ବ୍ୟତିବ୍ୟସ୍ତ କଲାଭଳି ମନେହେଉଛି। ବିଶେଷକରି ପଶ୍ଚିମବଙ୍ଗରେ ଭାଜପା ସମର୍ଥକଙ୍କୁ ଆକ୍ରମଣ ହେଉଥିବାରୁ ଏହାର ନେତାମାନେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କଠାରୁ ସବିଶେଷ ରିପୋର୍ଟ ମାଗିଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, କେନ୍ଦ୍ର ସରକାର ମଧ୍ୟ ସେଠାରେ କେଉଁ ପ୍ରକାର ହିଂସା ଘଟୁଛି, କିଏ କରାଉଛନ୍ତି ଓ କାହା ବିରୋଧରେ ଘଟୁଛି ସେ ସମ୍ପର୍କରେ ଅବଗତ ନାହାନ୍ତି।
ଗୋଟିଏ ରାଜ୍ୟରେ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥିବା ବେଳେ ଦେଶର ସାମାଜିକ ଓ ରାଜନୈତିକ ବାତାବରଣକୁ ଦୋହଲାଇ ଦେବା ଭଳି ଘୃଣା ବାର୍ତ୍ତା ପ୍ରଚାର କରାଯିବା ଗର୍ହିତ ଅପରାଧ। କଙ୍ଗନାଙ୍କ ଟୁଇଟ୍‌କୁ ଲକ୍ଷ୍ୟ କଲେ ବୁଝିବାକୁ ହେବ ଯେ, ଗୁଜରାଟ ଦଙ୍ଗା ମୋଦିଙ୍କ ପ୍ରରୋଚନାରେ ହୋଇଥିଲା ବୋଲି ସେ ସିଦ୍ଧ କରିଦେଉଛନ୍ତି। ତଥାପି ଭାଜପା କଙ୍ଗନାଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରିଚାଲିଛି। ଏହାଦ୍ୱାରା ଦଳ ଏକ ବଡ଼ ଭୁଲ କରିବସୁଛି। ଗହୀରେଇ କରି ଦେଖିଲେ ମୋଦିଙ୍କୁ କଙ୍ଗନା ଜଣେ ହତ୍ୟାକାରୀ ଭାବେ ଅଭିହିତ କରିସାରିଲେଣି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଯେତେବେଳେ ଗୁଜରାଟରେ ଭୟଙ୍କର ଦଙ୍ଗା ଘଟିଥିଲା, ସେତେବେଳେ ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ‘କଣ୍ଟାକୁ କଣ୍ଟାରେ କାଢ଼ିବା’ ଭଳି ସାମାଜିକ ଗଣମାଧ୍ୟମରେ କଙ୍ଗନାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏଭଳି କହିବା ଅତ୍ୟନ୍ତ ହାସ୍ୟାସ୍ପଦ।
ଆଜିର ନୂଆ ପ୍ରଯୁକ୍ତି ଯୁଗରେ ନିମିଷକ ମଧ୍ୟରେ ସୂଚନା ବା ଖବର ବିଶ୍ୱସାରା ଖେଳେଇ ହୋଇଯାଉଛି। କଙ୍ଗନାଙ୍କ ପରି ଘୃଣାତ୍ମକ ବାର୍ତ୍ତା ହିଂସାକୁ ବଢ଼ାଇବାରେ ସହାୟକ ହେବ। ତେଣୁ ଏଭଳି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେବଳ ବନ୍ଦ କରିଦେଲେ ହେବ ନାହିଁ, ବରଂ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଭାଜପାର ଛତ୍ରଛାୟା ତଳେ ରହି କଙ୍ଗନା ଅତୀତରେ ବହୁ ମାରାତ୍ମକ ମତ ଦେଇ ଦେଶ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛନ୍ତି। ଗତବର୍ଷ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ସମଗ୍ର ଚଳଚ୍ଚିତ୍ର ଜଗତକୁ ନିନ୍ଦା ଭିତରକୁ ଠେଲି ଦେଇଥିଲେ। ଏପରି କି ତାଙ୍କ ଯୋଗୁ ବୃହତ୍‌ ମନୋରଞ୍ଜନ ଶିଳ୍ପରେ କଳାଦାଗ ଲାଗିଛି। ଭାଜପା କଙ୍ଗନାଙ୍କ ଭଳି ସମର୍ଥକଙ୍କୁ ଯଦି ଉତ୍ସାହିତ କରିବ, ତେବେ ଭାରତକୁ ଗଭୀର କ୍ଷତି ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri