ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ପାପଡ଼ାହାଣ୍ଡି,୧୬।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୋକିଆ ଗ୍ରାମରେ ଜବରଦଖଲ ଉଚ୍ଛେଦବେଳେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପଞ୍ଚାୟତ ଜାଗାରେ ଅବୈଧ ଷ୍ଟଲ୍‌ ନିର୍ମାଣ ଓ ନାଳ ଉପରେ ଦୋକାନ ଘରକୁ ପ୍ରଶାସନ ଭାଙ୍ଗିଦେଇଛି। ଦୀର୍ଘଦିନ ଧରି ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ତାଗିଦ କରି ଫେରିଛି।
ସୂଚନା ମୁତାବକ ମୋକିଆ ମାର୍କେଟ ଛକ ନିକଟରେ ରାସ୍ତା କିସମ ଜାଗାରେ ଏକ ବେଆଇନ ଷ୍ଟଲ୍‌ ନିର୍ମାଣ କରାଯାଇଥିଲା। ଦଶମୁ ହରିଜନ ଏହି ଷ୍ଟଲ୍‌ କରି ଦୋକାନ ଚଳାଇଥିଲେ। ସେହିପରି କୁନି ନାୟକ ନାମକ ଜଣେ ମହିଳା ରାସ୍ତା ପାର୍ଶ୍ୱରେ ଥିବା ନାଳ ଉପରେ ଦୋକାନ ନିର୍ମାଣ କରିଥିଲେ। ଏ ନେଇ ସରପଞ୍ଚ ଜଗଜ୍ଜୀବନ ନାୟକ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣାଇଥିଲେ। ସେମାନେ ଏଭଳି ଦୋକାନ କରିବା ଦ୍ୱାରା ମାର୍କେଟ ଲୋକ ଏବଂ ବ୍ୟବସାୟୀଙ୍କୁ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିଥିଲେ ସରପଞ୍ଚ। ଏହାପରେ ଜାଗା ଖାଲି କରିବା ନେଇ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା। କିନ୍ତୁ ଉଭୟ ଦୋକାନୀ ନୋଟିସକୁ ବେଖାତିର କରି ଚାଲିଥିଲେ। ଶୁକ୍ରବାର ତହସିଲଦାର ଯୋଗେଶ୍ୱର ଭୋଇ, ପାପଡ଼ାହାଣ୍ଡି ଥାନାଧିକାରୀ ରାମେଶ୍ୱର ପ୍ରଧାନ, ଅତିରିକ୍ତ ତହସିଲଦାର ମଧୁସୂଦନ ମାଝି, ସୁପରଭାଇଜର ଦେବେନ୍ଦ୍ର ମାଝି, ଆର୍‌ଆଇ ଦହଣା ପୂଜାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଦୋକାନ ଖାଲି କରିବା ଲାଗି କହିଥିଲେ। କିନ୍ତୁ ଦୋକାନୀ ୨ଜଣ ଏହାର ପ୍ରତିବାଦ କରିଥିଲେ। ପାଟିତୁଣ୍ଡ ସହ ଉତ୍ତେଜନା ଦେଖାଦେଇଥିଲା। କର୍ମଚାରୀଙ୍କ ସହ ଟଣାଓଟଣା ମଧ୍ୟ ହୋଇଥିଲା। ପରେ ପୋକ୍‌ଲିନ ସହାୟତାରେ ଦୋକାନ ଭଙ୍ଗାଯାଇଥିଲା। ଏହି ଜବରଦଖଲ ଉଚ୍ଛେଦବେଳେ ମୋକିଆ ସରପଞ୍ଚ, ଯୁଗଳ ବିଷୋୟୀ, ୱାର୍ଡମେମ୍ବର ମାଳତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri