ନିୟମିତ ଡାକ୍ତର ରହୁ ନ ଥିବାରୁ ଉତ୍ତେଜନା

ଦଶମନ୍ତପୁର, ୧୩।୯ ( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବିରିଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ମନୋଜ କୁମାର ସ୍ବାଇଁ ନିଯୁକ୍ତି ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ଛୁଟିରେ ରହୁଥିବାରୁ ଲୋକେ ଉଚିତ୍‌ ସ୍ବାସ୍ଥ୍ୟସେବା ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଭାବେ ଡାକ୍ତର ନ ରହିଲେ ଆମେ ଚିକିତ୍ସାଳୟରେ ତାଲା ପକାଇ ଆନ୍ଦୋଳନ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ୪ର୍ଥ ଶ୍ରେଣୀ କର୍ମଚାରୀ ଗଙ୍ଗାଧର ହେନ୍ତାଳ ଓ ସ୍ବାସ୍ଥ୍ୟକର୍ମୀ ଜୟନ୍ତୀ ସେନାପତିଙ୍କୁ ଘେରି କେବେ ଡାକ୍ତର ଆସିବେ ବୋଲି ପ୍ରଶ୍ନ କରିବାକୁ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ମୁର୍କାର ପଞ୍ଚାୟତରେ ଥିବା ଟେରାଗୁଡ଼ା, ମାଲିଚେମା, କନ୍ଦୁପୁଟ, ବଡ଼ପଦା, ବିରୀଗୁଡ଼ା, ଝଲାଗୁଡ଼ା, ନାରାନଗୁଡ଼ା, ଚେଣ୍ଡିଗୁଡ଼ା ଭଳି ମୋଟ ୨୨ ଖଣ୍ଡ ଗାଁର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିରିଗୁଡା ଉପ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ର୍ନିଭରଶୀଳ। ତେଣୁ ଅଞ୍ଚଳବାସୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଏକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି । ହେଲେ ସଂପୃକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନ ଥିବାରୁ କୌଣସି ଗୁରୁତର ରୋଗୀ ଆସିଲେ ସେଠାରେ କାର୍ଯ୍ୟରତ ୪ର୍ଥ କର୍ମଚାରୀ ହେନ୍ତାଳ ସ୍ବାସ୍ଥ୍ୟସେବା ଯୋଗାଇଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ଆମେ କାହା ଭରଷାରେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବୁ ବୋଲି ଗ୍ରାମରଥବିର ମାଣ୍ଡିଂ, ରାଜେଶ ମାଣ୍ଡିଙ୍ଗା, କୃଷ ମାଣ୍ଡିଙ୍ଗା, ହାଡ଼ି ମାଣ୍ଡିଙ୍ଗା, ଡିଉ ହିକକାଙ୍କ ସମେତ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଯୋଗୁ ରୋଗୀଙ୍କୁ ୧୮ କିମି ଦୂର ଲକ୍ଷ୍ମୀପୁର ଏବଂ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। ଉପ ସ୍ବାସ୍ଥ୍ୟକେନ୍ଦ୍ରଟି ସକାଳ ୮ ରୁ ୧୨ ଏବଂ ୪ ରୁ ୬ ଟା ଯାଏ ଖୋଲିବାର ନିୟମ ଥିବାବେଳେ ଜଣେ ପିଅନଙ୍କୁ ବାଦ ଦେଲେ ପ୍ରାୟତଃ ଡାକ୍ତର ଏଂ ଫାର୍ମାସିଷ୍ଟ ୧୧ଟାରେ ଆସି ଦିନ ୨ଟା ମଧ୍ୟରେ ଚାଲି ଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କୌଣସି ରୋଗୀ ଗୁରୁତର ହେଲେ ଆମେ ୧୮ କିମି ଦୂର ଚିକିତ୍ସାଳୟକୁ ନେଉଥିବା ସମୟରେ ଯଦି କୌଣସି ଅଘଟଣ ଘଟେ ତେବେ ଦାୟୀ କିଏ ରହିବ ବୋଲି ଗ୍ରାମବାସୀ ଶିତ୍ରୁ ମାଣ୍ଡିଙ୍ଗା, ସାରିଆ ମାଣ୍ଡିଙ୍ଗା, ଗୋବିନ୍ଦ ମାଣ୍ଡିଙ୍ଗା, ସାଲପୁ ମାଣ୍ଡିଙ୍ଗା ପ୍ରମୁଖ ଅଭିଯୋଗ କରିଛନ୍ତି। ତେବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଏଂ ଫାର୍ମାସିଷ୍ଟ ନିୟମିତ ନ ରୁହନ୍ତି ତେବେ ଆମେ ଆଗାମୀ ଦିନରେ ସ୍ବସ୍ଥ୍ୟକେନ୍ଦ୍ରରେ ତାଲା ଠୁଙ୍କି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପାର୍ଥ ସାରଥୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ଭଞ୍ଜନଗର ବିଇଓଙ୍କ ତ୍ୱରିତ ପଦକ୍ଷେପ: ଅବସର ଦିନ ହିଁ ମିଳିଲା ୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫାଇନାଲ ପେନସନ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମଙ୍ଗଳବାର ଚାକିରିରୁ ଅବସର ନେଇଥିବା ୬ ଜଣ ଶିକ୍ଷୟିତ୍ରୀ,…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri