ଅଧିକ HeadPhone ବ୍ୟବହାର ଦ୍ୱାରା ନଷ୍ଟ ହୋଇପାରେ ଶ୍ରବଣ ଶକ୍ତି, ଜାଣନ୍ତୁ ଦିନକୁ କେତେ ଘଣ୍ଟା ବ୍ୟବହାର କରିବା ଉଚିତ

ଡିଜିଟାଲ ଯୁଗରେ, ହେଡଫୋନ ଏବଂ ଇୟରଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଅଧିକାଂଶ ଯୁବପିଢ଼ି ଏହା ବିନା ଘରୁ ବାହାରକୁ ମଧ୍ୟ ଯାଇପାରନ୍ତି ନାହିଁ। ଗୀତ ଶୁଣିବା, ଭିଡିଓ ଦେଖିବା କିମ୍ବା କଲ ଆଟେଣ୍ଡ କରିବା, ଅଧିକାଂଶ ସ୍ଥାନରେ ହେଡଫୋନ ବ୍ୟବହାର କରାଯାଏ। ଆପଣ ଦେଖିଥିବେ ଲୋକମାନେ ଘଣ୍ଟା ଘଣ୍ଟା ଧରି ହେଡଫୋନ ପିନ୍ଧି ରଖନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ହେଡଫୋନ ଲଗାତାର ବ୍ୟବହାର ଆପଣଙ୍କ କାନକୁ ଏତେ କ୍ଷତି ପହଞ୍ଚାଇପାରେ ଯେ ଆପଣଙ୍କର ଶ୍ରବଣ ଶକ୍ତି ମଧ୍ୟ ନଷ୍ଟ ହୋଇପାରେ। ସବୁଦିନ ପାଇଁ ବଧିର ମଧ୍ୟ ହୋଯାଇ ପାରନ୍ତି। ଆସନ୍ତୁ ଜାଣିବା ପ୍ରତିଦିନ କେତେ ଘଣ୍ଟା ହେଡଫୋନ ବ୍ୟବହାର କରିବା ଠିକ।

ଯଦି ଆପଣ ମଧ୍ୟ ସାରା ଦିନ ହେଡଫୋନ ପିନ୍ଧନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜିକାଲି ଅନେକ ଲୋକ ସାରା ଦିନ ହେଡଫୋନ ପିନ୍ଧି କାମ କରନ୍ତି, ଏପରିକି ଘରେ, ଅଫିସ ଏବଂ ବଜାରରେ ମଧ୍ୟ ଲୋକମାନେ କାନରେ ହେଡଫୋନ ରଖନ୍ତି। କିଛି ଲୋକ ରାତିରେ କାନରେ ହେଡଫୋନ ଲଗାଇ ଶୋଇଥାନ୍ତି, କିନ୍ତୁ ସବୁବେଳେ ହେଡଫୋନ ବ୍ୟବହାର କରିବା କିମ୍ବା ଅଧିକ ସମୟ ଧରି ଉଚ୍ଚ ସୱରରେ ଗୀତ ଶୁଣିବା କାନର ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଏପରିକି କାନର ପରଦା ଫାଟିଯାଇପାରେ। ଯାହା ଯୋଗୁଁ ଆପଣ ବଧିରତାର ଶିକାର ହୋଇପାରନ୍ତି। ବିଶେଷଜ୍ଞମାନେ କୁହନ୍ତି ଯେ 60 ମିନିଟରୁ ଅଧିକ ସମୟ ପାଇଁ ହେଡଫୋନ ବ୍ୟବହାର କରନ୍ତୁ ନାହିଁ ଏବଂ 60% ରୁ ଅଧିକ ଭଲ୍ୟୁମ ରେ ଶୁଣନ୍ତୁ ନାହିଁ।

60-60 ନିୟମ କ’ଣ?
ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣ ହେଡଫୋନ ବ୍ୟବହାର କରନ୍ତି, ତେବେ ସେଗୁଡ଼ିକୁ କେବଳ ଅଳ୍ପ ସମୟ ପାଇଁ ବ୍ୟବହାର କରନ୍ତୁ। ଯେପରିକି ଦିନକୁ ଘଣ୍ଟାଏରୁ ଅଧିକ ସମୟ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ। ହେଡଫୋନ ପାଇଁ 60-60 ନିୟମ ଗ୍ରହଣ କରାଯାଇପାରିବ। ଏହାର ଅର୍ଥ ହେଉଛି ହେଡଫୋନ 60 ମିନିଟରୁ ଅଧିକ ସମୟ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ଭଲ୍ୟୁମ 60% ରୁ ଅଧିକ ରଖିବା ଉଚିତ ନୁହେଁ। ଯଦି ଆପଣ ଏହାଠାରୁ ଅଧିକ ସମୟ ପାଇଁ ହେଡଫୋନ ପିନ୍ଧନ୍ତି, ତେବେ କାନ ଉପରେ ଚାପ ବଢ଼ିଯାଏ, ଯାହା ଆପଣଙ୍କ ଶ୍ରବଣ କ୍ଷମତାକୁ ପ୍ରଭାବିତ କରିପାରେ।

ଯଦି ଆପଣ ଏହାକୁ ଅତ୍ୟଧିକ ବ୍ୟବହାର କରନ୍ତି, ତେବେ ଅନେକ ସୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏହା କେବଳ ଆପଣଙ୍କ ଶ୍ରବଣ କ୍ଷମତାକୁ ନଷ୍ଟ କରିପାରେ ନାହିଁ, ବରଂ ଏହା ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା କାରଣ ମଧ୍ୟ ହୋଇପାରେ। ତେଣୁ, ଏହାର ଦୈନନ୍ଦିନ ବ୍ୟବହାରକୁ କମ୍‌ କରିବା ଉଚିତ।

ହେଡଫୋନର ଅତ୍ୟଧିକ ବ୍ୟବହାର କାହିଁକି କ୍ଷତିକାରକ?
ହେଡଫୋନରୁ ବାହାରୁଥିବା ଜୋର ଶବ୍ଦ ସିଧା କାନରେ ପଡ଼େ। ଯାହା କାନ ଭିତରେ ଥିବା ଛୋଟ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇପାରେ। ଏହି କୋଷଗୁଡ଼ିକ ଆମର ଶ୍ରବଣ କ୍ଷମତାକୁ ବଜାୟ ରଖନ୍ତି। ଯଦି ଏଗୁଡ଼ିକ କ୍ଷତିଗ୍ରସ୍ତ ହୁଏ, ତେବେ ଶ୍ରବଣ ଶକ୍ତି ଧୀରେ ଧୀରେ ହ୍ରାସ ପାଇବାକୁ ଲାଗେ।

ହେଡଫୋନ ବ୍ୟବହାର କରିବା ସମୟରେ ଏହି କଥାଗୁଡ଼ିକୁ ମନେ ରଖନ୍ତୁ
-ଗ୍ୟାଜେଟରେ ଭଲ୍ୟୁମ 60% ରୁ ଅଧିକ ରଖିବା ଉଚିତ ନୁହେଁ।

-ଯଦି ଆପଣ ହେଡଫୋନ ସହିତ ଅଧିକ ସମୟ କାମ କରିବାକୁ ଚାହୁଁଛନ୍ତି, ତେବେ ପ୍ରତି 30-40 ମିନିଟରେ ବିରତି ନିଅନ୍ତୁ। କାନକୁ ଆରାମ ଦେବା ପାଇଁ।

-ଇୟରଫୋନ ବଦଳରେ ହେଡଫୋନ ବ୍ୟବହାର କରନ୍ତୁ, କାରଣ ଇୟରଫୋନ ଅଧିକ କ୍ଷତି ପହଞ୍ଚାଏ।

-ଯଦି ସମ୍ଭବ ହୁଏ, ତେବେ ସ୍ପିକର ବ୍ୟବହାର କରନ୍ତୁ ଯାହା ଦ୍ୱାରା କାନ ଉପରେ କମ ପ୍ରଭାବ ପଡ଼ିବ।

-କମ ଭଲ୍ୟୁମରେ ମଧ୍ୟ ସ୍ପଷ୍ଟ ଶବ୍ଦ ଶୁଣିବା ପାଇଁ ଶବ୍ଦ ନଏଜ କ୍ୟାନସଲିଂ ହେଡଫୋନ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?