ଅତ୍ୟଧିକ କ୍ଷମତା ହିଁ ବିପଦ

ଆପରାଧିକ ନ୍ୟାୟ ପ୍ରକ୍ରିୟା ବା ବ୍ୟବସ୍ଥା ଅଭିଯୁକ୍ତଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ କରାଯାଇଛି। କିନ୍ତୁ ଆମ ଦେଶରେ ଏହାକୁ ସେଭଳି ଦେଖାଯାଉ ନାହିଁ । ଅଭିଯୁକ୍ତଙ୍କ ଅଧିକାର ସୁରକ୍ଷାକୁ ଦେଖିବା ପାଇଁ ଆପରାଧିକ ନ୍ୟାୟ ବ୍ୟବସ୍ଥା ହିଁ ଠିକ୍‌ ବାଟ। କାରଣ ଏହି ମାମଲାରେ ଦୁଇ ପକ୍ଷ ରହିଥାନ୍ତି। ଗୋଟିଏ ପକ୍ଷରେ ଅଭିଯୁକ୍ତ ନିଜେ ଓ ଅନ୍ୟ ପକ୍ଷରେ ଦେଶ ବା ରାଜ୍ୟ। ଏମାନଙ୍କ ମଧ୍ୟରେ ମାମଲା ଲଢ଼େଇ ହୁଏ।
ନ୍ୟାୟିକ ବ୍ୟବସ୍ଥାରେ ଦେଶ ଆଇନକୁ ନିୟନ୍ତ୍ରଣ ଓ ପରିଚାଳନା କରେ। ଅଭିଯୁକ୍ତଙ୍କୁ ଗିରଫ କରିବାଠାରୁ ତଦନ୍ତ କରୁଥିବା ପୋଲିସ ଫୋର୍ସକୁ ଦରମା ଦିଏ ଓ ପରିଚାଳନା କରେ। ଅଭିଯୁକ୍ତଙ୍କ ବିରୋଧରେ ମାମଲା ଲଢିବା ପାଇଁ ତା’ ପକ୍ଷରୁ ଓକିଲଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କୁ ଅର୍ଥ ଦେଇଥାଏ । ମାମଲାରେ ଦୋଷୀ ବା ନିର୍ଦ୍ଦୋଷ କିଏ ତାହା ନିର୍ଣ୍ଣୟ କରିବା ପାଇଁ ବିଚାରପତି ନିଯୁକ୍ତ ହୋଇଛନ୍ତି ଓ ସେମାନଙ୍କୁ ଦରମା ଦିଆଯାଉଛି।
ସବୁ କ୍ଷମତା ବା ଅଧିକାର ଦେଶ ନିକଟରେ ରହିଛି, ବ୍ୟକ୍ତି ପାଖରେ ନୁହେଁ। ମାମଲା ଲଢ଼ି ନିଜକୁ ରକ୍ଷା କରିବା ଲାଗି ଭାରତରେ ଅଧିକାଂଶ ଅଭିଯୁକ୍ତଙ୍କ ପାଖରେ ଟଙ୍କା ନ ଥାଏ । ଏଥିପାଇଁ ଦୋଷ ପ୍ରମାଣ ନ ହେବା ଯାଏ ଆମ ପାଖରେ ନିର୍ଦ୍ଦୋଷର ଗୁରୁତ୍ୱ ରହିଥାଏ। ଏଥିରୁ ବୁଝାପଡୁଛି ଯେ, ଆପରାଧିକ ମାମଲାରେ ଦେଶର ଅତ୍ୟଧିକ ତଥା ଭୟଙ୍କର କ୍ଷମତା ରହିଥିଲେ ବି ଏଥିରେ ଅସନ୍ତୁଳନ ରହିଛି। ଯଦିଓ ଆଖିରେ ପଟି ବାନ୍ଧି ହାତରେ ସମାନତାର ତରାଜୁ ଧରିଥିବା ଜଣେ ମହିଳା ନ୍ୟାୟର ପ୍ରତିନିଧିତ୍ୱ କରେ, ଏହି ତରାଜୁ ଏବେ ସମାନତା ଅବସ୍ଥାରେ ନାହିଁ। କାରଣ ମାମଲାର ଗୋଟିଏ ପକ୍ଷ ଉପରେ ଯେତେ ପାର ସେତେ ଭାର ଲଦି ଦିଆଯାଉଛି। ଦିଲ୍ଲୀ ଦଙ୍ଗା ଘଟଣାରେ କିଭଳି ମାମଲା ଲଢାଗଲା ଓ ସେଥିରେ ଦେଶର କି କ୍ଷତି ହେଲା ତା’ର ପ୍ରମାଣ ଆମେ ପାଇଛୁ। ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଦେଶ ନିକଟରେ ଅତ୍ୟଧିକ କ୍ଷମତା ଥିବାରୁ ରାଜନୈତିକ ଦଳର ସଂଖ୍ୟାଗରିଷ୍ଠତା ମାନସିକତା ଏଥିରେ ପ୍ରକାଶ ପାଇବା ଦେଖାଯାଇଛି। ସ୍ବାଧୀନତା ପରେ ଦେଶ ହାତରେ ଥିବା କ୍ଷମତାକୁ ନେଇ ଏହା ସନ୍ତୁଷ୍ଟ ହୋଇନାହିଁ। ଏହାଠାରୁ ଆହୁରି ଅଧିକ ଚାହୁଁଛି। ପ୍ରକୃତରେ ଏଥିରେ କିଛି ସମସ୍ୟା ନାହିଁ । କାରଣ ଭୋଟରଙ୍କୁ ଛାଡି ଦେଲେ ନିଜର କ୍ଷମତା ବଢ଼ାଇବା ଲାଗି ଦେଶକୁ କେହି ଅଟକାଇ ନାହାନ୍ତି। ଭାରତରେ ଭୋଟରମାନେ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ସବୁଠୁ କମ୍‌ ଗୁରୁତ୍ୱ ଦିଅନ୍ତି। ଅଧିକାଂଶ ମଧ୍ୟବିତ୍ତ ଶ୍ରେଣୀର ଲୋକ ଏହା ଉପରେ ବି ଚିନ୍ତା କରନ୍ତିନି। ଏହି ବ୍ୟବସ୍ଥା ଯେତେ କ୍ଷମତା ଚାହୁଁଛି ଦେଶ ତାହା ଦେଇପାରିବ। ଦେଖିବାକୁ ଗଲେ ଭାରତରେ ଏହି ବ୍ୟବସ୍ଥାର ମୌଳିକ ସିଦ୍ଧାନ୍ତକୁ ବଦଳେଇଦେବା ଲାଗି ଦେଶ ନିଜର କ୍ଷମତା ବଢାଇ ଆସିଛି।
ଭାରତୀୟମାନେ ବିରୋଧ କରୁଥିବା ଇଂରେଜ ଅମଳର ଆଇନକୁ ପୁଣି ଲେଖା ଯାଇ କାର୍ଯ୍ୟକାରୀ କରାଯାଇପାରିବ। କାରଣ ଏହାଦ୍ୱାରା ସମାନ ଭାବେ ଲୋକମାନେ ଏବେ ମଧ୍ୟ ପ୍ରଭାବିତ ହେଉଛନ୍ତି। ପ୍ରିଭେନଟିଭ ଡିଟେନଶନକୁ ଅନୁମତି ଦେଉଥିତ୍ବା ଦି ରୋଲାଟ ଆକ୍ଟ ବିରୋଧରେ ଜାଲିଆନାଓ୍ବାଲାବାଗରେ ପ୍ରତିବାଦକାରୀ ଏକାଠି ହୋଇଥିଲେ। ଏହି କ୍ଷମତା ବଳରେ ଜଣେ ଅପରାଧ କରି ନ ଥିଲେ ମଧ୍ୟ ଆଗକୁ ଅପରାଧ କରିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇପାରିବ। ନିର୍ଦ୍ଦୋଷ ପ୍ରମାଣ ନ ହେବା ଯାଏ ଏଥିରେ ଦୋଷୀ ଭାବେ ଗ୍ରହଣ କରାଯିବ। ଏବେ ମଧ୍ୟ ସ୍ବାଧୀନ ଭାରତରେ ଅନେକ ଆଇନ ଗଢାଯାଇଛି ଯାହା ପ୍ରିଭେନଟିଭ ଡିଟେନଶନକୁ ଅନୁମତି ବା ସ୍ବୀକୃତି ପ୍ରଦାନ କରିଛି। କେନ୍ଦ୍ର ତଥା ପ୍ରତ୍ୟେକ ରାଜ୍ୟରେ ଏଭଳି ଏକାଧିକ ଆଇନ ରହିଛି। ଏଥିଯୋଗୁ ଦିଲ୍ଲୀ ଦଙ୍ଗା ଘଟଣାର ମହିଳାଙ୍କ ସମେତ ସବୁ ପ୍ରତିବାଦକାରୀ ଜାମିନ ପାଇପାରିବେ, କିନ୍ତୁ ଏଯାବତ ସେମାନେ ଜେଲରେ ରହିଛନ୍ତି। କାରଣ ବିନା ଦୋଷରେ ସେମାନଙ୍କୁ ଗିରଫକରି ରଖିବା ପାଇଁ ଅନେକ ବିକଳ୍ପ ରହିଛି। କିନ୍ତୁ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏହା ଉପରେ ଚିନ୍ତାପ୍ରକଟ କରୁଥିବା ଜଣାପଡୁନି। ସରକାର ନିଜ ଲାଗି ୟୁଏପିଏ ସମେତ ମନି ଲଣ୍ଡରିଂ ଓ ଗୋହତ୍ୟା ଉପରେ ଆଇନ ଗଢିଛନ୍ତି। ଏହାର ଅର୍ଥ ଦେଶ ଯାହା ଚାହୁଁଛି ସେହି ଅନୁସାରେ ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଷ ପ୍ରମାଣ ନ କରିବା ଯାଏ ସେମାନଙ୍କୁ ଗିରଫ କରି ରଖି ସେମାନଙ୍କ ବିରୋଧରେ ମକଦ୍ଦମା ଚଲାଯାଇପାରିବ। ବିଶ୍ୱରେ ଅନ୍ୟ କୌଣସି ଦେଶରେ ଏଭଳି ଆଇନ ନାହିଁ ।
ଜଣେ ବ୍ୟକ୍ତିଙ୍କ ବିରୋଧରେ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଅପେକ୍ଷା ଭାରତରେ ଅଧିକ କ୍ଷମତା ଥିବା ସତ୍ତ୍ୱେ ଏହା ଆହୁରି ଅଧିକ ଚାହୁଁଛି। ବିନା ଓ୍ବାରେଣ୍ଟ ଓ ମାଜିଷ୍ଟ୍ରେଟ୍‌ ଅର୍ଡରରେ ଉତ୍ତରପ୍ରଦେଶ ସରକାର ଜଣକୁ ଗିରଫ କରିବା ଲାଗି ଏକ ପୋଲିସ ଫୋର୍ସ ଗଠନ କରିଛନ୍ତି। ଏହି କ୍ଷମତା ଅନ୍ୟ ରାଜ୍ୟ ଓ କେନ୍ଦ୍ରର ମଧ୍ୟ ରହିଛି। ଦେଶରେ ଏହି ପ୍ରକାର ଆଇନକୁ ହଟାଇନେବା ଲାଗି ତା’ ବିରୋଧରେ ଆମର କୌଣସି ଆଖିଦୃଶିଆ ଜନ ଆନ୍ଦୋଳନ କରାଯାଉନି। ଏହା ନ ହେଲେ ଦେଶ ଲଗାତର ଆମ ବିରୋଧରେ ଅଧିକ କ୍ଷମତା ଜୁଟାଇବାରେ ଲାଗିବ। ଏବେ ଭାରତରେ ଗଣତନ୍ତ୍ର ନାମରେ ଏକଚ୍ଛତ୍ରବାଦ ଶାସନ ଚାଲିଛି। ମୁଁ କୌଣସି ଦଳ ବିରୋଧରେ କହୁନାହଁ କି କାହାକୁ ଦୋଷ ଦେଉନାହିଁ, କାରଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳ କ୍ଷମତାରେ ରହିଛନ୍ତି। କିନ୍ତୁ ଏହି ଘଟଣାରେ ଭାରତର ରାଜ୍ୟ ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ପରିଲକ୍ଷିତ ହେଉନାହିଁ। ଏହା ସତ୍ୟ ଯେ, କେନ୍ଦ୍ରରେ ଗୋଟିଏ ସରକାର ଥାଇ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଅତ୍ୟଧିକ କ୍ଷମତା ବଢାଇବା ଲାଗି ଚାହିଁବା ହିଁ ବିପଦ। ଏବକାର ଏହି ବ୍ୟବସ୍ଥାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆମେ ଭଲ ପାଇ ନ ପାରୁ। କାରଣ ଆମେ ସେମାନଙ୍କୁ ପ୍ରକୃତରେ ସାକ୍ଷାତ କରି ନ ଥିଲେ ବି ସେମାନେ ଖରାପ ଲୋକ ବୋଲି ଧରି ନେଇଛୁ। ଏଭଳି ଘୃଣା ଭାବ ପ୍ରକୃତ କାରଣ ନୁହେଁ, କିନ୍ତୁ ଆମେ କାହିଁକି ଅଭିଯୁକ୍ତଙ୍କ ବିରୋଧରେ ଦେଶର ଅତ୍ୟଧିକ କ୍ଷମତାକୁ ସ୍ବୀକାର କରିବା। ଏହି ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଭୁଲ୍‌ ଓ ଅନ୍ୟାୟ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri