କୋଭିଡ୍‌ ବିଗାଡ଼ିଦେଲା ବାଣିଜ୍ୟ; ସବୁ କିଛି ବିକିଦେବାକୁ ୟୁଏସ୍‌ ବିଲିୟନେୟାରଙ୍କ ଯୋଜନା

ନୂଆଦିଲ୍ଲୀ,୨୦।୯: ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ସାମ୍ନାକୁ ଆସିଛି। ଏହାର କରାଳରେ ଆସି ଅନେକ ବାଣିଜି୍ୟକ ସଂସ୍ଥା ଦେବାଳିଆ ହୋଇଯାଉଥିବା ବେଳେ ବୃହତ୍‌ ସଂଖ୍ୟାରେ କମ୍ପାନୀ ବନ୍ଦ ହୋଇଯାଉଛି। କମ୍ପାନୀଗୁଡିକରେ ଛଟେଇ ମଧ୍ୟ ଜାରି ରହିଛି। ଏଭଳି ସ୍ଥିତିରେ କରୋନା ଯୋଗୁ ଆମେରିକା ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛି। ରୋନାଲ୍ଡୋ ଓ ପେରେଲମ୍ୟାନ୍‌ ଏକଦା ଆମେରିକାର ପ୍ରମୁଖ ବିଲିୟନେୟାରଙ୍କ ମଧ୍ୟରେ ସାମିଲ ଥିଲେ। ହେଲେ କୋଭିଡ୍‌-୧୯ ମହାମାରୀ ତାଙ୍କ ବାଣିଜ୍ୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ବିଗାଡିଦେଇଥିବା ଜଣାପଡିଛି। ଗତ ୨ ବର୍ଷ ପୂର୍ବେ ୧୯ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଥିବା ପେରେଲମ୍ୟାନ୍‌ଙ୍କ ସମ୍ପତ୍ତି ୪ ବିଲିୟନ ଡଲାରକୁ ଖସିଥିବା ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରୁ ଜଣାପଡିଛି। ୭୭ ବର୍ଷୀୟ ପେରେଲମ୍ୟାନ୍‌ ବର୍ତ୍ତମାନ ବିଭିନ୍ନ ବାଣିଜି୍ୟକ ଚ୍ୟାଲେଞ୍ଜ ଦେଇ ଗତି କରୁଛନ୍ତି। ତାଙ୍କର କସ୍‌ମେଟିକ କମ୍ପାନୀ ରେଭ୍‌ଲନ ଇଙ୍କ୍‌ ସମେତ ଗ୍ରୁପ୍‌ର ଅନ୍ୟ ବାଣିଜ୍ୟ ମଧ୍ୟ ଚାପଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ପେରେଲ୍‌ମ୍ୟାନ୍‌ଙ୍କ କମ୍ପାନୀ ଉପରେ ୩ ବିଲିୟନ ଡଲାର ଋଣ ରହିଛି। ନିଜ ପାଖରେ ରହିଥିବା ବିଭିନ୍ନ କମ୍ପାନୀର ଅଂଶଧନ ବିକି ସମସ୍ୟାରୁ ବାହାରିବାକୁ ସେ ଯୋଜନା ରଖିଛନ୍ତି। ଏହି ଋଣ ଭାର ଉଠାଇବା ମଧ୍ୟ ନିବେଶକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ସେହିଭଳି ସେ ତାଙ୍କ ହୋଲ୍ଡିଂ କମ୍ପାନୀରୁ କିଛି ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ଏହି କ୍ରମରେ ମ୍ୟାକ୍‌ ଆଣ୍ଡ୍ର୍ୟୁସ ଆଣ୍ଡ ଫୋର୍ବସ ଚଳିତ ସପ୍ତାହରେ ଏକ ଡିଲ୍‌ କରିଛି। ସାଇଣ୍ଟିଫିକ ଜେମ୍‌ସ ନାମକ ୟୁନିଟର ୧୫% ଅଂଶଧନକୁ ଅଷ୍ଟ୍ରେଲିଆର ଏକ ନିବେଶ ଫାର୍ମକୁ ବିକ୍ରି କରିବା ଲାଗି ଯୋଜନା ରଖାଯାଇଛି। ସେହିଭଳି ଏଏମ୍‌ ଜେନେରାଲରେ ରହିଥିବା ପେରେଲମ୍ୟାନ୍‌ର ଅଂଶଧନକୁ କ୍ରୟ କରିବା ଲାଗି କେପିଏସ୍‌ କ୍ୟାପିଟାଲ ପାର୍ଟନର୍ସ ଜୁଲାଇରେ ଯୋଜନା ହାତକୁ ନେଇଛି। ଅପରପକ୍ଷରେ ଫ୍ଲେଭର୍ସ ହୋଲ୍‌ଡିଂକୁ ବିକ୍ରି କରିବା ଲାଗି ୪୩୯ ନିୟୁତ ଡଲାରର ଏକ ଚୁକ୍ତି ଜୁନ ମାସରେ ଶେଷ ହୋଇଛି।
ଏଭଳି ଅନିଶ୍ଚିତତାକୁ ନେଇ ପେରେଲମ୍ୟାନ୍‌ କହିଛନ୍ତି, ବାଣିଜ୍ୟ ପରିଚାଳନାକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ପଡୁଛି। କିଛି ସମ୍ପତ୍ତିକୁ ବିକ୍ରି ଏବଂ ଆଉ କିଛି ସମ୍ପତ୍ତିକୁ ନଗଦରେ ରୂପାନ୍ତରିତ କରିବା ଯୋଜନା ରଖାଯାଇଛି। ଏହାବାଦ ନୂଆ ନିବେଶ ସୁଯୋଗ ଉପରେ ମଧ୍ୟ ଧ୍ୟାନ ରଖାଯାଇଛି। ଏଭଳି ସ୍ଥିତିରେ ପରିବାର ସହ ସମୟ ବିତାଇବା ଏବଂ ଏକ ସରଳ ଜୀବନ ବିତାଇବା ଉପରେ ସେ ଏବେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ବ୍ଲୁମ୍‌ବର୍ଗକୁ ସେ କହିଛନ୍ତି ଯେ, ଅନେକ ଜିନିଷ ରଖିବା ଉପରେ ସବୁବେଳେ ଧ୍ୟାନ ଦେଇ ଆସିଛି। ଯେତେବେଳେ କି କେବେ ଏତେ ସବୁ କିଛି ମୋର ଦରକାର ହିଁ ନ ଥିଲା। ଏହି ପ୍ରସଙ୍ଗକୁ ବର୍ତ୍ତମାନ ଉପଲବ୍ଧି କରୁଛି। ବର୍ତ୍ତମାନ ଘର ସଫା କରିବାର ସମୟ ଆସିଛି। ଅନ୍ୟମାନଙ୍କୁ ବର୍ତ୍ତମାନ କିଛି ସୁଯୋଗ ଦେବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri