କୋଭିଡ୍‌ ବିଗାଡ଼ିଦେଲା ବାଣିଜ୍ୟ; ସବୁ କିଛି ବିକିଦେବାକୁ ୟୁଏସ୍‌ ବିଲିୟନେୟାରଙ୍କ ଯୋଜନା

ନୂଆଦିଲ୍ଲୀ,୨୦।୯: ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ସାମ୍ନାକୁ ଆସିଛି। ଏହାର କରାଳରେ ଆସି ଅନେକ ବାଣିଜି୍ୟକ ସଂସ୍ଥା ଦେବାଳିଆ ହୋଇଯାଉଥିବା ବେଳେ ବୃହତ୍‌ ସଂଖ୍ୟାରେ କମ୍ପାନୀ ବନ୍ଦ ହୋଇଯାଉଛି। କମ୍ପାନୀଗୁଡିକରେ ଛଟେଇ ମଧ୍ୟ ଜାରି ରହିଛି। ଏଭଳି ସ୍ଥିତିରେ କରୋନା ଯୋଗୁ ଆମେରିକା ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛି। ରୋନାଲ୍ଡୋ ଓ ପେରେଲମ୍ୟାନ୍‌ ଏକଦା ଆମେରିକାର ପ୍ରମୁଖ ବିଲିୟନେୟାରଙ୍କ ମଧ୍ୟରେ ସାମିଲ ଥିଲେ। ହେଲେ କୋଭିଡ୍‌-୧୯ ମହାମାରୀ ତାଙ୍କ ବାଣିଜ୍ୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ବିଗାଡିଦେଇଥିବା ଜଣାପଡିଛି। ଗତ ୨ ବର୍ଷ ପୂର୍ବେ ୧୯ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଥିବା ପେରେଲମ୍ୟାନ୍‌ଙ୍କ ସମ୍ପତ୍ତି ୪ ବିଲିୟନ ଡଲାରକୁ ଖସିଥିବା ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରୁ ଜଣାପଡିଛି। ୭୭ ବର୍ଷୀୟ ପେରେଲମ୍ୟାନ୍‌ ବର୍ତ୍ତମାନ ବିଭିନ୍ନ ବାଣିଜି୍ୟକ ଚ୍ୟାଲେଞ୍ଜ ଦେଇ ଗତି କରୁଛନ୍ତି। ତାଙ୍କର କସ୍‌ମେଟିକ କମ୍ପାନୀ ରେଭ୍‌ଲନ ଇଙ୍କ୍‌ ସମେତ ଗ୍ରୁପ୍‌ର ଅନ୍ୟ ବାଣିଜ୍ୟ ମଧ୍ୟ ଚାପଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ପେରେଲ୍‌ମ୍ୟାନ୍‌ଙ୍କ କମ୍ପାନୀ ଉପରେ ୩ ବିଲିୟନ ଡଲାର ଋଣ ରହିଛି। ନିଜ ପାଖରେ ରହିଥିବା ବିଭିନ୍ନ କମ୍ପାନୀର ଅଂଶଧନ ବିକି ସମସ୍ୟାରୁ ବାହାରିବାକୁ ସେ ଯୋଜନା ରଖିଛନ୍ତି। ଏହି ଋଣ ଭାର ଉଠାଇବା ମଧ୍ୟ ନିବେଶକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ସେହିଭଳି ସେ ତାଙ୍କ ହୋଲ୍ଡିଂ କମ୍ପାନୀରୁ କିଛି ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ଏହି କ୍ରମରେ ମ୍ୟାକ୍‌ ଆଣ୍ଡ୍ର୍ୟୁସ ଆଣ୍ଡ ଫୋର୍ବସ ଚଳିତ ସପ୍ତାହରେ ଏକ ଡିଲ୍‌ କରିଛି। ସାଇଣ୍ଟିଫିକ ଜେମ୍‌ସ ନାମକ ୟୁନିଟର ୧୫% ଅଂଶଧନକୁ ଅଷ୍ଟ୍ରେଲିଆର ଏକ ନିବେଶ ଫାର୍ମକୁ ବିକ୍ରି କରିବା ଲାଗି ଯୋଜନା ରଖାଯାଇଛି। ସେହିଭଳି ଏଏମ୍‌ ଜେନେରାଲରେ ରହିଥିବା ପେରେଲମ୍ୟାନ୍‌ର ଅଂଶଧନକୁ କ୍ରୟ କରିବା ଲାଗି କେପିଏସ୍‌ କ୍ୟାପିଟାଲ ପାର୍ଟନର୍ସ ଜୁଲାଇରେ ଯୋଜନା ହାତକୁ ନେଇଛି। ଅପରପକ୍ଷରେ ଫ୍ଲେଭର୍ସ ହୋଲ୍‌ଡିଂକୁ ବିକ୍ରି କରିବା ଲାଗି ୪୩୯ ନିୟୁତ ଡଲାରର ଏକ ଚୁକ୍ତି ଜୁନ ମାସରେ ଶେଷ ହୋଇଛି।
ଏଭଳି ଅନିଶ୍ଚିତତାକୁ ନେଇ ପେରେଲମ୍ୟାନ୍‌ କହିଛନ୍ତି, ବାଣିଜ୍ୟ ପରିଚାଳନାକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ପଡୁଛି। କିଛି ସମ୍ପତ୍ତିକୁ ବିକ୍ରି ଏବଂ ଆଉ କିଛି ସମ୍ପତ୍ତିକୁ ନଗଦରେ ରୂପାନ୍ତରିତ କରିବା ଯୋଜନା ରଖାଯାଇଛି। ଏହାବାଦ ନୂଆ ନିବେଶ ସୁଯୋଗ ଉପରେ ମଧ୍ୟ ଧ୍ୟାନ ରଖାଯାଇଛି। ଏଭଳି ସ୍ଥିତିରେ ପରିବାର ସହ ସମୟ ବିତାଇବା ଏବଂ ଏକ ସରଳ ଜୀବନ ବିତାଇବା ଉପରେ ସେ ଏବେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ବ୍ଲୁମ୍‌ବର୍ଗକୁ ସେ କହିଛନ୍ତି ଯେ, ଅନେକ ଜିନିଷ ରଖିବା ଉପରେ ସବୁବେଳେ ଧ୍ୟାନ ଦେଇ ଆସିଛି। ଯେତେବେଳେ କି କେବେ ଏତେ ସବୁ କିଛି ମୋର ଦରକାର ହିଁ ନ ଥିଲା। ଏହି ପ୍ରସଙ୍ଗକୁ ବର୍ତ୍ତମାନ ଉପଲବ୍ଧି କରୁଛି। ବର୍ତ୍ତମାନ ଘର ସଫା କରିବାର ସମୟ ଆସିଛି। ଅନ୍ୟମାନଙ୍କୁ ବର୍ତ୍ତମାନ କିଛି ସୁଯୋଗ ଦେବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri