ଭାରତୀୟ ଗଣତନ୍ତ୍ରରେ ଅତିବୁଦ୍ଧି

ହରେକୃଷ୍ଣ ପଣ୍ଡା

 

ଭାରତ ସ୍ୱାଧୀନତା ଲାଭ କରିବା ପରେ ଜନସାଧାରଣ ସଂସଦ ଓ ସାଂସଦଙ୍କଠାରୁ ଯାହା ଆଶା କରୁଥିଲେ ତାହା ପାଇପାରିନାହାନ୍ତି। ନିର୍ବାଚନରେ ଅର୍ଥ କାରବାର, ସ୍ବଚ୍ଛ ଓ ଆଦର୍ଶବାଦୀ ଲୋକପ୍ରତିନିଧି ବାଛିବା କ୍ଷେତ୍ରରେ ଜନତା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ଶାସନର ପ୍ରାରମ୍ଭରୁ ଦଳବଦଳ ନୀତି, ସଂସଦରେ ବିଲ୍‌ ପାସ୍‌ ବା ଆସ୍ଥା ଭୋଟ ପାଇଁ ଅର୍ଥ କାରବାର ଆଦି ଘଟଣା ଶୁଣାଯାଏ। ଆରମ୍ଭରୁ ଅଦ୍ୟାବଧି ଚଳିଆସିଥିବା ଏଭଳି ଏକ ଘୃଣ୍ୟ ପ୍ରଥାର ବିଲୋପ କରି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ କ୍ରାନ୍ତିକାରୀ ପଦକ୍ଷେପ ନେଇଛନ୍ତି, ଯାହା ସ୍ବାଗତଯୋଗ୍ୟ । ପାର୍ଲାମେଣ୍ଟ ବା ବିଧାନସଭାରେ ଭୋଟ ଦେବା କିମ୍ବା ଉଦ୍‌ବୋଧନ ଦେବା ପାଇଁ ଲାଞ୍ଚ ନେଉଥିବା ସାଂସଦ ଏବଂ ବିଧାୟକମାନେ ମକଦ୍ଦମାରୁ ମୁକ୍ତ ନୁହନ୍ତି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏପରିକି ସେମାନେ ମୁକ୍ତି ପାଇବା ପାଇଁ ଦାବି କରିପାରିବେ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ପୀଠ କହିଛନ୍ତି। ୧୯୯୮ର ଜେଏମ୍‌ଏମ୍‌ ଲାଞ୍ଚ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ବୃହତର ସାମ୍ବିଧାନିକ ପୀଠ ଖାରଜ କରିଦେଇଛନ୍ତି। ସେ କହିଛନ୍ତି, ଲାଞ୍ଚ ନେବା ଏକ ଅପରାଧ। ଗୃହରେ ଏମ୍‌ପି ଏବଂ ବିଧାୟକମାନଙ୍କ କାର୍ଯ୍ୟ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସୂଚାଇ ଦେଇଛନ୍ତି।
ଗୃହରେ ନିର୍ଭୟରେ ବିଚାରବିମର୍ଶ କରିବା ପାଇଁ ସାଂସଦମାନଙ୍କୁ ସମ୍ବିଧାନ ଏକ ସ୍ବତନ୍ତ୍ର ଅଧିକାର ଦେଇଛି। ଏହି ଅଧିକାରକୁ ସେମାନେ ବହୁଦିନ ଧରି ଉଲ୍ଲଂଘନ କରିଆସିଥିବା ଘଟଣା ସାଧାରଣଙ୍କ ଦୃଷ୍ଟିକୁ ଆସି ନ ଥିଲା। ୧୯୯୮ରେ ପିଭି ନରସିଂହ ରାଓଙ୍କ ମାମଲା ଥିଲା, ଯେଉଁଥିରେ ପୂର୍ବତନ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ବଞ୍ଚାଇବାକୁ ଯାଇ କେତେକ ସାଂସଦ ଲାଞ୍ଚ ନେଇ ଭୋଟ ଦେଇଥିଲେ। ଏହି ଘଟଣାରେ ମାମଲା ରୁଜୁ କରାଯାଇଥିଲା ଓ ତାହାକୁ ୫ ଜଣିଆ ଖଣ୍ଡପୀଠ ବିଚାରକରି ରାୟ ଦେଇଥିଲେ ଯେ, ଗୃହରେ ଭୋଟ ବା ଭାଷଣ ଦେବାକୁ ନେଇ ଆଇନ ପ୍ରଣେତାମାନଙ୍କୁ କାଠଗଡ଼ାକୁ ଟଣାଯାଇ ପାରିବ ନାହିଁ। ସେତେବେଳେ କୌଣସି ବୁଦ୍ଧିଜୀବୀ ସୁପ୍ରିମକୋର୍ଟ ରାୟ ବିରୋଧରେ ମତ ଦେବାକୁ ଚାହିଁ ନ ଥିଲେ। ଯାହାଫଳରେ ସଂସଦ ଭିତରେ କ’ଣ ଘଟୁଛି ତାହା ପଦାକୁ ଆସିପାରୁ ନ ଥିଲା। ସଂସଦ ଭିତରେ ଯେଉଁ ଭାଷଣ ଦିଆଯାଏ ତାହା ବେଳେବେଳେ କେତେକ ସାଂସଦଙ୍କ ସ୍ବାର୍ଥସମ୍ବଳିତ ବୋଲି କେହି ବିଶ୍ୱାସ କରି ନ ଥିଲେ। ସମ୍ପ୍ରତି ତୃଣ ମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ର ଶିଳ୍ପପତିଙ୍କଠାରୁ ଲାଞ୍ଚ ଗ୍ରହଣକରି ଲୋକ ସଭାରେ ପ୍ରଶ୍ନ ପଚାରୁଥିଲେ ବୋଲି ଭାଜପାର ଦୁଇଜଣ ସାଂସଦ ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ବାଚସ୍ପତି ସ୍ବାଧିକାର କମିଟିକୁ ପଠାଇଥିଲେ। କମିଟି ଅଭିଯୋଗର ସତ୍ୟାସତ୍ୟ ଥିବା ଦର୍ଶାଇଛନ୍ତି। ସତରେ ଗୃହ ମଧ୍ୟରେ ଏପରି କାର୍ଯ୍ୟକଳାପ କିପରି ଦେଶର ଜନତାଙ୍କୁ ବୋକା ବନେଇ ଚାଲିଛି, ଭାବିଲେ ଦୁଃଖ ଆସେ। ଗଣତାନ୍ତ୍ରିକ ଦେଶରେ ଲୋକଙ୍କ ଆଶା ଆକାଂକ୍ଷାକୁ ପାଥେୟକରି ଯେଉଁମାନେ ସଂସଦ ଭବନକୁ ଆସନ୍ତି ସେମାନଙ୍କ ମଧ୍ୟରେ ଏପରି ପ୍ରତିନିଧି ଅଛନ୍ତି, ଯିଏ ନିଜ ସ୍ବାର୍ଥ ପାଇଁ ଦେଶଟାକୁ ବଳିଦେବାକୁ ପଛାଉନାହାନ୍ତି। ଲାଞ୍ଚ ନେଇ ଶିଳ୍ପପତି, ପୁଞ୍ଜିପତି, ରାଷ୍ଟ୍ରଦ୍ରୋହୀଙ୍କ ସ୍ବାର୍ଥ ସାଧନ ପାଇଁ ଗୃହରେ ଭାଷଣ ଦେବା, ଆସ୍ଥା ଅନାସ୍ଥା ଭୋଟ ସମୟରେ ଲାଞ୍ଚ ନେଇ ସମର୍ଥନ ଯୋଗାଇବା ଭାରତୀୟ ଗଣତନ୍ତ୍ର ପାଇଁ ଯେତିକି ଲଜ୍ଜାଜନକ ନିର୍ବାଚନ ମଇଦାନରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ ପ୍ରତାରିତ କରିବା ତତୋଧିକ ଲଜ୍ଜାଜନକ ବୋଲି କୁହାଯାଇପାରେ। ଏଭଳି ଆଚରଣର ଅନ୍ତ ଘଟିନାହିଁ। ଏବେ ବି ଚାଲିଛି, ଯାହା ଚିନ୍ତାର ବିଷୟ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଲାଞ୍ଚ ଯୋଗୁ ଜଣେ ଏକ ନିର୍ଦ୍ଦିଷ୍ଟ ପକ୍ଷକୁ ଭୋଟ ଦେବାକୁ ପ୍ରେରିତ ହୁଅନ୍ତି ଏବଂ ଏହା ଭାରତୀୟ ଗଣତନ୍ତ୍ରର ଭିତ୍ତିଭୂମିକୁ ନଷ୍ଟ କରିଦିଏ। ଲାଞ୍ଚ ସଂସଦୀୟ ଅଧିକାର ଦ୍ୱାରା ସୁରକ୍ଷିତ ନୁହେଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। ଏହି ରାୟ ପରେ ଏଭଳି ଘଟଣାର ଅନ୍ତ ଘଟିବ ବୋଲି ଆଶା କରାଯାଏ। ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ସୀମାରେ ସେନାମାନେ ନିଜର ପ୍ରାଣବଳି ଦେଉଥିବା ବେଳେ କିଛି ଲୋକପ୍ରତିନିଧି ନିଜକୁ ସୁରକ୍ଷିତ ରଖି ଦେଶକୁ ବିକିଦେବା ନିମନ୍ତେ ଉଦ୍ୟମ କରୁଥିବା ଯେତିକି ବିସ୍ମୟକର ସେତିକି ଦୁଃଖଦାୟକ। ଏହା ଏକ ଗଭୀର ଓ ମର୍ମଭେଦୀ ଯନ୍ତ୍ରଣା ଭାରତୀୟ ଗଣତନ୍ତ୍ର ପାଇଁ।
ଏହିଭଳି ସମତୁଲ ଘଟଣା ଆହୁରି ଅନେକ ରହିଛି। ସେଥିମଧ୍ୟରୁ ସରକାରୀ ଅଫିସ୍‌ଗୁଡ଼ିକରେ ପିସି କାରବାର। ଭାରତର ବିଭିନ୍ନ ପ୍ରଦେଶରେ ରାଜକୋଷକୁ କିପରି ଖର୍ଚ୍ଚ କରାଯାଉଛି ସେଥିରେ କେତେ ସ୍ବଚ୍ଛତା ରହୁଛି ତାହା ବିଚାର କରାଯିବା ଆବଶ୍ୟକ। ଏହି ପିସି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଠାଇ ଦିଆଯାଉନାହିଁ କାହିଁକି? ପିସି କାରବାର ଯୋଗୁ ରାଜକୋଷ ପ୍ରଭାବିତ ହେଉଥିବା ବେଳେ ଏହା ବିରୋଧରେ ଜନମତ ଅନୁସାରେ ସରକାର ଏହାର ବିଲୋପ ସାଧନ କରିବା ଦରକାର। ତା’ ନ ହେଲେ ଶାସନରେ ସ୍ବଚ୍ଛତା ଆସିବ ନାହିଁ। ଜନସାଧାରଣଙ୍କ ଅନ୍ୟତମ ଅଭିଯୋଗ ହେଉଛି ଦଳଗୁଡ଼ିକର ନିର୍ବାଚନୀ ଖର୍ଚ୍ଚ ନିର୍ଦ୍ଧାରଣ। ଦେଶରେ ଲୋକ ସଭା ଓ ବିଧାନସଭା ଆସନ ପାଇଁ ୫ ବର୍ଷରେ ଥରେ ନିର୍ବାଚନ ହୁଏ। ସରକାରଙ୍କ ପକ୍ଷରୁ ଏହି ନିର୍ବାଚନୀ ଖର୍ଚ୍ଚ ଲୋକ ସଭା ପାଇଁ ୭୫ ଲକ୍ଷ, ବିଧାନସଭା ଲାଗି ୪୦ ଲକ୍ଷ ଟଙ୍କା ପ୍ରାର୍ଥୀ ଖର୍ଚ୍ଚ କରିବେ। ଜଣେ ଗରିବ ଆଦିବାସୀ, ଯିଏ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ, ଦକ୍ଷ ସିଏ ପ୍ରାର୍ଥୀ ହେବା ପାଇଁ କେବେହେଲେ ମନ ବଳାଇବ କି? କାରଣ ସିଏ ଏତେଟଙ୍କା ଆଣିବ କେଉଁଠୁ? ସେଥିପାଇଁ ଯୋଗ୍ୟ, ଦକ୍ଷ ପ୍ରତିନିଧି ସଂସଦ କିମ୍ବା ବିଧାନସଭାକୁ ଯାଇପାରନ୍ତି ନାହିଁ। କୁହାଯାଏ, ପାର୍ଟି ଏଥିପାଇଁ ୫୦ ଲକ୍ଷ ଭଳି ଆର୍ଥିକ ସହାୟତା ଯୋଗାଇଦିଅନ୍ତି। ଏଠାରେ ପ୍ରଶ୍ନ ଉଠେ, ପାର୍ଟି ଏହି ଟଙ୍କା ଆଣିବ କେଉଁଠୁ। ଦିନକୁ ଦିନ ନିର୍ବାଚନ ବ୍ୟୟବହୁଳ ହେବାରେ ଲାଗିଛି। କୁହାଯାଏ, ପାର୍ଟି ବିଭିନ୍ନ ଉପାୟରେ ପୁଞ୍ଜିପତି, ଶିଳ୍ପପତିଙ୍କଠାରୁ ଅର୍ଥ ଆଣେ। ସେଥିପାଇଁ ଇଲେକ୍ଟୋରାଲ ବଣ୍ଡ୍‌କୁ ସରକାର ଅନୁମୋଦନ କରିଛନ୍ତି। ତେବେ ଚିନ୍ତା କରନ୍ତୁ ସେମାନେ ଏହି ଅର୍ଥ କାହିଁକି ଦିଅନ୍ତି? ସେମାନେ ନିଶ୍ଚିତ ସରକାରୀ ଅନୁକମ୍ପା ଲାଭ କରନ୍ତି। ଦରଦାମ୍‌ ବୃଦ୍ଧିର ଏହା ହେଉଛି ଏକ ବଡ଼ କାରଣ। ତେବେ ଦଳ ପାଇଁ ଦଳୀୟ କର୍ମୀ ବା ସଦସ୍ୟମାନେ କିମ୍ବା ଲୋକପ୍ରତିନିଧିମାନେ ନିଜ ପକେଟରୁ କାହିଁକି ନ ଦେଉଛନ୍ତି? ଏଭଳି ପ୍ରଥାକୁ ସରକାର ଉଠାଇଦେଇ ଲୋକଙ୍କ ଟିକସ ଅର୍ଥକୁ ସତ୍‌ଉପାୟରେ କାହିଁକି ଖର୍ଚ୍ଚ ନ କରିବେ? ଏହି ପ୍ରଥା ଯାହା ପୁଞ୍ଜିପତିଙ୍କଠାରୁ ଅର୍ଥ ଲାଞ୍ଚ ନେଇ ସଂସଦ ବା ବିଧାନସଭାରେ ସେମାନଙ୍କ ସ୍ବାର୍ଥ ପାଇଁ ଦେଶର ମହତର ଲକ୍ଷ୍ୟକୁ ଭୁଲି ଯୁକ୍ତି କରିବା ବା ଭାଷଣ ଦେବା ଅର୍ଥ ସେଇଆ ନୁହେଁ କି। ତେବେ ସାଂସଦଙ୍କ ଅତିବୁଦ୍ଧି ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରୁଛି।
ସୟଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri