ବିନା ଅନୁମତିରେ ଗୋଚର ଜମିରୁ ଖୋଳାଚାଲିଛି ମାଟି

ନାଉଗାଁ ,୧୨।୩(ସ୍ବ.ପ୍ର.): ନାଉଗାଁ ତହସିଲ ଅଧୀନ ଦେଇ ଗୋଠଦାଠାରୁ ଇଚ୍ଛାପୁର (ନରଣପୁର) ଓ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ବ୍ଲକକୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏସବୁ ରାସ୍ତା ନିର୍ମାଣ ପାଇଁ ଶହ ଶହ ଟ୍ରିପ୍‌ ମାଟି ଆବଶ୍ୟକ ପଡ଼ୁଥିବାବେଳେ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ମନ ଇଚ୍ଛା ଗୋଚରଜମିରୁ ମାଟି ଖୋଳୁଛି। ମାତ୍ର ଏ ବିଷୟରେ ରାଜସ୍ବ ବିଭାଗ ନିକଟରେ କୌଣସି ଖବର ନାହିଁ।
ରାଜସ୍ବ ବିଭାଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ା ସରକାରୀ ଜମି ,ଗୋଚର ଜମି, ବାଲି ସଇରାତ ଆଦିକୁ ସୁରକ୍ଷିତ ରଖିବା ସହିତ ଏହାର ଉପଯୁକ୍ତ ବିନିଯୋଗ କରିବା ଏହି ବିଭାଗର କାର୍ଯ୍ୟ। କିନ୍ତୁ ବ୍ଲକରେ ଥିବା ତହସିଲ କାର୍ଯ୍ୟାଳୟ ଓ ଏହି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ବ ନିରୀକ୍ଷକମାନେ ବେପରୁଆ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଗୋଚର ଜମି ଓ ଗ୍ରାମ୍ୟ ଜଙ୍ଗଲରୁ ପ୍ରତିଦିନ ଶହ ଶହ ଟ୍ରିପ ମାଟି ଉଠୁଛି। ଏହାର ଉଦାହରଣ ଜାମୁଗଁା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଛତିଆନା ନିକଟ ଗୋଚର ଜମିରେ ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ଅଧୀନ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ରାସ୍ତା ନିର୍ମାଣ ପାଇଁ ଏଠାରୁ ଶହ ଶହ ଟ୍ରିପ୍‌ ମାଟି ଉଠୁଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନାଉଗଁା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଗୋଠଦା-ଇଚ୍ଛାପୁର ରାସ୍ତା ପାଇଁ ଇଚ୍ଛାପୁର ନିକଟରେ ଶହ ଶହ ଟ୍ରିପ ମାଟି ମେଶିନ୍‌ ମାଧ୍ୟମରେ ଖୋଳା ଚାଲିଛି। ଏହାସତ୍ତ୍ୱେ ରାଜସ୍ବ ନିରୀକ୍ଷକ ଚୁପ ବସିଥିବା ଜଣାପଡ଼ିଛି। ଗୋଚର ଜମି ସାଧାରଣତଃ ଗ୍ରାମାଞ୍ଚଳରେ ଥିବା ଗୃହପାଳିତ ପ୍ରାଣୀଙ୍କ ପାଇଁ ସଂରକ୍ଷିତ ରହିଥାଏ। ଗ୍ରାମ୍ୟ ଜଙ୍ଗଲ ବିଭାଗ ମାଧ୍ୟମରେ ସରକାରଙ୍କ ତରଫରୁ ବିଭିନ୍ନ ଚାରା ରୋପଣ କରାଯାଇ ପରିବେଶକୁ ସୁସ୍ଥ ରଖିବା ପାଇଁ ଯୋଜନା କରାଯାଇଥାଏ। କିନ୍ତୁ ଉକ୍ତ ସ୍ଥାନରୁ ମାଟି ଖୋଳିବା ଦ୍ୱାରା ଚାରଣ ଭୂମି ସଙ୍କୁଚିତ ହେଉଥିବା ବେଳେ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏହାଦ୍ୱାରା ଗୃହପାଳିତ ପ୍ରାଣୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ମାଟି ନିମନ୍ତେ ବିଭାଗ ତରଫରୁ ରାଜସ୍ବ ବିଭାଗକୁ ଚିଠି କରିବାର ସରକାରୀ ନିୟମ ରହିଛି। ଏହି ଚିଠି ବଳରେ ରାଜସ୍ବ ବିଭାଗ ମାଟି ଦେବା ପାଇଁ ଯୋଗ୍ୟ ସ୍ଥାନ ଚିହ୍ନଟ କରି ରାସ୍ତା ପାଇଁ ମାଟି ଯୋଗାଇବା କଥା। କିନ୍ତୁ ଉକ୍ତ ତହସିଲରେ ରାସ୍ତା କାର୍ଯ୍ୟ ପାଇଁ ମନଇଚ୍ଛା ମାଟି ଖୋଳାଯାଇ ରାସ୍ତାରେ ପକାଯାଉଛି। ମାତ୍ର ଏନେଇ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏ ସମ୍ପର୍କରେ ଜାମୁଗଁା ରାଜସ୍ବ ନିରୀକ୍ଷକ ଜ୍ୟୋତି ଭୂଷଣ ବାରିକଙ୍କୁ ପଚାରିବାରେ ଛୁଟି ଦିନରେ ମାଟି ଖୋଳି ରାସ୍ତାରେ ପକାଯାଇଛି। ଏ ବିଷୟରେ ଆମେ ସୂଚନା ପାଇଛୁ। ଏ ନେଇ ସମ୍ପୃକ୍ତ ଠିକାଦାର ଓ ବିଭାଗକୁ ଜରିମାନା ପାଇଁ ନୋଟିସ କରିବୁ। ସେହିପରି ନାଉଗଁା ରାଜସ୍ବ ନିରୀକ୍ଷକ ପ୍ରଭାସ ସ୍ବାଇଁଙ୍କୁ ପଚାରିବାରେ- ବିଭାଗକୁ ଆମେ ନୋଟିସ କରିବୁ। ମାଟି ମାପ କରି ସେହି ଅନୁପାତରେ ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ପଡ଼ିଛି ଶିଳ୍ପ ଅଧିକୃତ ଜମି

ଯାଜପୁର ଅଫିସ,୧୫।୧୨: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରାୟ ୩୦ ବର୍ଷ ତଳେ ଯାଜପୁର ଜିଲାରେ ବିପୁଳ ପରିମାଣରେ ଜଙ୍ଗଲ, ସରକାରୀ ଓ ସାଧାରଣ...

ଗୋଟିଏ ଦିନରେ ବରୀ ବ୍ଲକରୁ ୪ କରୋନା ପଜିଟିଭ୍‌ ଚିହ୍ନଟ

ରତ୍ନଗିରି,୨ା୫(ଡି.ଏନ୍‌.ଏ.) : ଶନିବାର ସକାଳେ ଯାଜପୁର ଜିଲା ବରୀ ବ୍ଲକରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅପରାହ୍ନରେ ଆଉ ଜଣେ ଏହି...

୧୦ କି.ମି. ଭାରରେ ବୁହାହେଲେ ରୋଗୀ

ମାଥିଲି,୮ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେଉଥିବା କହୁଛନ୍ତି। ମାତ୍ର ଦୁର୍ଗମ ଅଞ୍ଚଳରେ ଏପରି ଗ୍ରାମ ରହିଛି, ସେଠାକୁ ଏଯାଏ ପକ୍କା...

ଉଦ୍ୟମ ଦିଗରେ ଉଦାସୀନ

ବଇଣ୍ଡା,୧୨।୧୧ (ଡି.ଏନ.ଏ.):  ପାନୀୟ ସମସ୍ୟାର ସମାଧାନ ନିମନ୍ତେ ନିର୍ମାଣ ହେଲା ପାଣି ପ୍ରକଳ୍ପ। ବ୍ୟୟ ହେଲା ଦେଢ଼କୋଟି ଟଙ୍କା। ହେଲେ କାମ ଶେଷ ହେବାର ୩...

ବନ୍ଦ କାର୍‌ ଭିତରୁ ଅଣନିଃଶ୍ୱାସୀ ହୋଇ ଶିଶୁକନ୍ୟା ଉଦ୍ଧାର ଘଟଣା: ମା’ବାପାଙ୍କ ନାମରେ ମାମଲା ରୁଜୁ କଲା ପୋଲିସ, କରୁଛି ପଚରାଉଚରା

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବନ୍ଦ କାର୍‌ରୁ ଦେଢ଼ବର୍ଷର ଶିଶୁକନ୍ୟା ଅଣନିଃଶ୍ୱାସୀ ଭାବେ ଉଦ୍ଧାର ହେବା ଘଟଣାରେ ଟାଉନ ଥାନା...

ପୋତାଗଡ଼ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ତହସିଲଦାର

ଗଞ୍ଜାମ,୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାରରେ ଚାଲିଛି l ମଙ୍ଗଳବାର ତହସିଲଦାର ଅରୁଣ କୁମାର ନାୟକ ପୋତାଗଡ଼ ଗ୍ରସ୍ତ...

ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ...

ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍‌ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ

କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍‌ପି ତଥା ଭାଜପା...

Advertisement
Archives

Model This Week