ବିନା ଅନୁମତିରେ ଗୋଚର ଜମିରୁ ଖୋଳାଚାଲିଛି ମାଟି

ନାଉଗାଁ ,୧୨।୩(ସ୍ବ.ପ୍ର.): ନାଉଗାଁ ତହସିଲ ଅଧୀନ ଦେଇ ଗୋଠଦାଠାରୁ ଇଚ୍ଛାପୁର (ନରଣପୁର) ଓ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ବ୍ଲକକୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏସବୁ ରାସ୍ତା ନିର୍ମାଣ ପାଇଁ ଶହ ଶହ ଟ୍ରିପ୍‌ ମାଟି ଆବଶ୍ୟକ ପଡ଼ୁଥିବାବେଳେ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ମନ ଇଚ୍ଛା ଗୋଚରଜମିରୁ ମାଟି ଖୋଳୁଛି। ମାତ୍ର ଏ ବିଷୟରେ ରାଜସ୍ବ ବିଭାଗ ନିକଟରେ କୌଣସି ଖବର ନାହିଁ।
ରାଜସ୍ବ ବିଭାଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ା ସରକାରୀ ଜମି ,ଗୋଚର ଜମି, ବାଲି ସଇରାତ ଆଦିକୁ ସୁରକ୍ଷିତ ରଖିବା ସହିତ ଏହାର ଉପଯୁକ୍ତ ବିନିଯୋଗ କରିବା ଏହି ବିଭାଗର କାର୍ଯ୍ୟ। କିନ୍ତୁ ବ୍ଲକରେ ଥିବା ତହସିଲ କାର୍ଯ୍ୟାଳୟ ଓ ଏହି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ବ ନିରୀକ୍ଷକମାନେ ବେପରୁଆ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଗୋଚର ଜମି ଓ ଗ୍ରାମ୍ୟ ଜଙ୍ଗଲରୁ ପ୍ରତିଦିନ ଶହ ଶହ ଟ୍ରିପ ମାଟି ଉଠୁଛି। ଏହାର ଉଦାହରଣ ଜାମୁଗଁା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଛତିଆନା ନିକଟ ଗୋଚର ଜମିରେ ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ଅଧୀନ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ରାସ୍ତା ନିର୍ମାଣ ପାଇଁ ଏଠାରୁ ଶହ ଶହ ଟ୍ରିପ୍‌ ମାଟି ଉଠୁଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନାଉଗଁା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଗୋଠଦା-ଇଚ୍ଛାପୁର ରାସ୍ତା ପାଇଁ ଇଚ୍ଛାପୁର ନିକଟରେ ଶହ ଶହ ଟ୍ରିପ ମାଟି ମେଶିନ୍‌ ମାଧ୍ୟମରେ ଖୋଳା ଚାଲିଛି। ଏହାସତ୍ତ୍ୱେ ରାଜସ୍ବ ନିରୀକ୍ଷକ ଚୁପ ବସିଥିବା ଜଣାପଡ଼ିଛି। ଗୋଚର ଜମି ସାଧାରଣତଃ ଗ୍ରାମାଞ୍ଚଳରେ ଥିବା ଗୃହପାଳିତ ପ୍ରାଣୀଙ୍କ ପାଇଁ ସଂରକ୍ଷିତ ରହିଥାଏ। ଗ୍ରାମ୍ୟ ଜଙ୍ଗଲ ବିଭାଗ ମାଧ୍ୟମରେ ସରକାରଙ୍କ ତରଫରୁ ବିଭିନ୍ନ ଚାରା ରୋପଣ କରାଯାଇ ପରିବେଶକୁ ସୁସ୍ଥ ରଖିବା ପାଇଁ ଯୋଜନା କରାଯାଇଥାଏ। କିନ୍ତୁ ଉକ୍ତ ସ୍ଥାନରୁ ମାଟି ଖୋଳିବା ଦ୍ୱାରା ଚାରଣ ଭୂମି ସଙ୍କୁଚିତ ହେଉଥିବା ବେଳେ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏହାଦ୍ୱାରା ଗୃହପାଳିତ ପ୍ରାଣୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ମାଟି ନିମନ୍ତେ ବିଭାଗ ତରଫରୁ ରାଜସ୍ବ ବିଭାଗକୁ ଚିଠି କରିବାର ସରକାରୀ ନିୟମ ରହିଛି। ଏହି ଚିଠି ବଳରେ ରାଜସ୍ବ ବିଭାଗ ମାଟି ଦେବା ପାଇଁ ଯୋଗ୍ୟ ସ୍ଥାନ ଚିହ୍ନଟ କରି ରାସ୍ତା ପାଇଁ ମାଟି ଯୋଗାଇବା କଥା। କିନ୍ତୁ ଉକ୍ତ ତହସିଲରେ ରାସ୍ତା କାର୍ଯ୍ୟ ପାଇଁ ମନଇଚ୍ଛା ମାଟି ଖୋଳାଯାଇ ରାସ୍ତାରେ ପକାଯାଉଛି। ମାତ୍ର ଏନେଇ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏ ସମ୍ପର୍କରେ ଜାମୁଗଁା ରାଜସ୍ବ ନିରୀକ୍ଷକ ଜ୍ୟୋତି ଭୂଷଣ ବାରିକଙ୍କୁ ପଚାରିବାରେ ଛୁଟି ଦିନରେ ମାଟି ଖୋଳି ରାସ୍ତାରେ ପକାଯାଇଛି। ଏ ବିଷୟରେ ଆମେ ସୂଚନା ପାଇଛୁ। ଏ ନେଇ ସମ୍ପୃକ୍ତ ଠିକାଦାର ଓ ବିଭାଗକୁ ଜରିମାନା ପାଇଁ ନୋଟିସ କରିବୁ। ସେହିପରି ନାଉଗଁା ରାଜସ୍ବ ନିରୀକ୍ଷକ ପ୍ରଭାସ ସ୍ବାଇଁଙ୍କୁ ପଚାରିବାରେ- ବିଭାଗକୁ ଆମେ ନୋଟିସ କରିବୁ। ମାଟି ମାପ କରି ସେହି ଅନୁପାତରେ ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri