ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ ଏବେ ମହାକାଳପଡ଼ା ତହସିଲରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ। କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ବିରୋଧରେ ରୁଜୁ ଲାଞ୍ଚ ନେବା ମାମଲାର ବିଚାର କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ବୁଧବାର ରାୟ ପ୍ରଦାନ କରିଛନ୍ତି। ଜରିମାନା ଦେଇ ନ ପାରିଲେ ତାଙ୍କୁ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀ ଅନୁସାରେ, କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ର ତତ୍‌କାଳୀନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ଆଚାର୍ଯ୍ୟଙ୍କ ବିରୋଧରେ ଲାଞ୍ଚ ଗ୍ରହଣ ନେଇ ଅଭିଯୋଗ ହୋଇଥିଲା। ଜଣେ ଇନ୍ଦିରା ଆବାସ ହିତାଧିକାରୀଙ୍କଠାରୁ ଘର ନିର୍ମାଣ ବାବଦ ପ୍ରଥମ କିସ୍ତିର ଚେକ୍‌ ପ୍ରଦାନ ପାଇଁ ସେ ଲାଞ୍ଚ ଦାବି କରିବା ସହ ଗ୍ରହଣ କରି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟଙ୍କ ଏହି ଦଣ୍ଡାଦେଶ ଆଧାରରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଆବେଦନ କରାଯିବ ବୋଲି କୁହାଯାଇଛି। ରାଜ୍ୟ ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ଜ୍ଞାନରଞ୍ଜନ ମିଶ୍ର ମାମଲାର ତଦନ୍ତ କରିଥିଲେ। ସ୍ପେଶାଲ ପିପି ସର୍ବେଶ୍ୱର ବାରିକ ଓ ଆସିଷ୍ଟାଣ୍ଟ ପିପି ଦୀପକ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ କିଏ ହେବେ NDAର ମୁଖ୍ୟମନ୍ତ୍ରୀ ଚେହେରା? BJP-ଅକାଳୀ ଦଳ ମେଣ୍ଟ ପରେ ବଡ଼ ଘୋଷଣା କଲେ ଶାହା

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ରାଜନୀତିରେ ବଡ଼ ସମୀକରଣ: ୬ ବର୍ଷ ପରେ ପୁଣି ଏକାଠି ହେଲେ ଭାଜପା ଓ ଅକାଳୀ ଦଳ; ଜାଣନ୍ତୁ କିଏ ହେବେ NDA ର…

୨୨ ଶତକ ମାରିବା ପରେ ଭାରତ ଛାଡ଼ିଥିଲେ ଏହି କ୍ରିକେଟର୍‌: ଏବେ ଅନ୍ୟ ଦେଶ ପାଇଁ ଖେଳି ରଚିଲେ ଇତିହାସ

ନୂଆଦିଲ୍ଲୀ,୨୪।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚରେ ଚମକିଲେ ୟୁଏଇର ବ୍ୟାଟର ହରପ୍ରୀତ ସିଂହ ଭାଟିଆ। ଇଣ୍ଡିଆ-ଏ ଦଳର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିପକ୍ଷରେ ଦମଦାର…

ଭକ୍ତିମୟ ପରିବେଶରେ କମ୍ପିଲା ପଟ୍ଟାଙ୍ଗି, କାଉଡ଼ିରେ କ୍ଷୀର ଧରି ନଗର ପରିକ୍ରମା କଲେ ଆୟାପ୍ପା ସ୍ୱାମୀ

ପଟ୍ଟାଙ୍ଗି, ୨୪।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ଚାଲିଥିବା ସ୍ୱାମୀ ଆୟାପ୍ପାଙ୍କ ପୂଜା ଅବସରରେ ଆୟୋଜିତ ନଗର ପରିକ୍ରମା ଯାତ୍ରା…

ମେଣ୍ଟ ଘୋଷଣା ପରେ ବଡ଼ ବୟାନ ଦେଲେ ମୋଦି, ପଞ୍ଜାବ ରାଜନୀତିରେ ହଲଚଲ!

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ବିଧାନସଭା ନିର୍ୱାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ୱାଚନ ଲଢ଼ିବେ। ଏହାର ବିଧିବଦ୍ଧ ଘୋଷଣା ପରେ ପିଏମ ମୋଦି…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ : ବର୍ଷ ଶେଷ ପୂର୍ବରୁ ବଦଳିବ ଏହି ୫ ରାଶିର ଭାଗ୍ୟ! ପ୍ରବଳ ଧନବର୍ଷା, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଡିସେମ୍ବର ମାସରେ ସୂର୍ଯ୍ୟ ଗ୍ରହ ୩ ଥର ନକ୍ଷତ୍ର ପରିବର୍ତ୍ତନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ଗୋଚର ୫ଟି ରାଶି ପାଇଁ ଶୁଭଫଳ…

ଭାଙ୍ଗିଯିବ କି ଅଖିଳେଶ-ରାହୁଲ ମେଣ୍ଟ? କଂଗ୍ରେସକୁ ଜମା ୨୬ଟି ଆସନ ଦେଲା ଏସପି, ବାକି ଆସନ ପାଇଁ ହେଲା ବଡ଼ ଡିଲ୍‌!

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ୨୦୨୭ ପାଇଁ କଂଗ୍ରେସ ସମାଜବାଦୀ ପାର୍ଟି ଆଗରେ ୧୩୦ଟି ଆସନର ତାଲିକା ରଖିଛି। ସେଥିମଧ୍ୟରୁ ୨୬ଟି ଆସନ କଂଗ୍ରେସକୁ ଦେବା ପାଇଁ…

ଶୁଭମନ ଗିଲଙ୍କୁ ବଡ଼ ଝଟ୍‌କା ଦେଲା ଆଇସିସି! ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୪।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୦ରେ ବଲ୍‌କୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇଥିଲା। ପରେ ସେପ୍ଟେମ୍ବର ୨୦୨୨ରେ…

ବୋଇତ ବନ୍ଦାଣ: ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୩୬ ସୁଦ୍ଧା…

ପାରାଦୀପ,୨୪।୧୧(ଶରତ ରାଉତ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ ‘ବୋଇତ ବନ୍ଦାଣ ଉତ୍ସବ’ ତଥା ପାରାଦୀପ ବନ୍ଦର ଦିବସ ମଙ୍ଗଳବାର ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?